ସୂର୍ଯ୍ୟ ମନ୍ଦିର ପରିସରରେ ପର୍ଯ୍ୟଟକଙ୍କୁ କାମୁଡ଼ିଲା ସାପ

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ମହିଳା ପର୍ଯ୍ୟଟକଙ୍କୁ କାମୁଡ଼ିଲା ସାପ | ପାରାଦ୍ୱୀପ ମଧୁବନରୁ ରିଙ୍କି ସେନାପତି ପରିବାର ଶହ କୋଣାର୍କ ବୁଲିବାକୁ ଆସିଥିଲେ | ପ୍ରଥମେ କୋଣାର୍କ ମନ୍ଦିର ପରିସରେ ଥିବା ପାର୍କରେ ବୁଲିଥିବା ବେଳେ ଏକ ସାପକୁ ଦେଖିଥିଲେ | କିନ୍ତୁ ଅନ୍ୟଜଣେ ପର୍ଯ୍ୟଟକ ସେହି ସାପକୁ ଦେଖି ପାଟି କରିବାରୁ ଅନେକ ପର୍ଯ୍ୟଟକ ଆଡେ ସାଡେ ଦୌଡି ଥିଲେ। କିନ୍ତୁ ହଡ଼ ବଡ଼ ହୋଇଯିବାରୁ ପିଙ୍କିଙ୍କ ବାମ ଗୋଡ଼ ସାପ ଉପରେ ପଡିଯିବା ପରେ ସାପଟି କାମୁଡି ଦେଇଥଲା। ଗୁରୁତର ମହିଳା ପର୍ଯ୍ୟଟକଜଣକୁ ଗୋପ ମେଡିକାରେ ଭର୍ତ୍ତି କରାଯାଇଛି |

ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରତ୍ୟକ ଦିନ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି | କେତେବେଳେ ମନ୍ଦିର ପରିସରରେ ପର୍ଯ୍ୟଟକ ମହୁମାଛି ଆକ୍ରମଣର ଶିକାର ହେଉଛନ୍ତି ତ ଆଉ କେତେବେଳେ ସାପମାନଙ୍କ ଶିକାର ହେଉଛନ୍ତି | ପ୍ରବଳ ଗରମ ଏବଂ ସୂଯ୍ୟମନ୍ଦିର ଚାରିପଟେ ଥିବା ପାଚେରୀରେ ଫାଟ ଥିବାରୁ ଅନେକ ସରୀସୃପ ମନ୍ଦିର ପରିସରରେ ବୁଲୁଥିବାର ପୂର୍ବରୁ ନଜିର ରହିଛି ।ପର୍ଯ୍ୟଟକ

Leave a Reply

Your email address will not be published. Required fields are marked *