ଶନିଦେବ ଙ୍କ ଜଳାଭିଷେକ
ଦେବତାଙ୍କର ରାଜା ସନିଦେବଙ୍କର ଆଜି ଜନ୍ମ ଦିନକୁ ଭକ୍ତମାନେ ସାରା ଦେଶରେ ଜଳାଭିଷେକ ଭାବେ ପାଳନ କରୁଥିବା ବେଳେ ବିଶେଷ କାରି ଜଗତସିଂହପୁର ଜିଲ୍ଲାର ବିଭିର୍ଣ୍ଣ ସ୍ଥାନରେ ସନିଦେବ ଙ୍କ ପୂଜାକୁ ବହୁ ଧୁମ ଧାମ ରେ ପାଳନ କରାଯାଉଛି. ଗୋରଡ଼,ବେହେରେଡା,କୁଜଙ୍ଗ. ପାରାଦ୍ୱୀପ ଗଡ଼ ରେ ଭକ୍ତ ମାନଙ୍କର ସମାଗମ ଦେଖିବାକୁ ମିଳିଥିଲା. ବିଶେଷ କରି ରାହାମାର କାଲିକୁଦ ଠାରେ ଥିବା ସନିଦେବଙ୍କ ପୀଠରେ ଭୋର ପାଞ୍ଚଟା ବେଳୁ ଭକ୍ତମାନ ଙ୍କର ସମାଗାମ ଦେଖିବାକୁ ମିଳିଥିଲା. ଏଠି ଯୋଗାଯୋଗର ସୁବିଧା ନଥିଲେ ବି ଭକ୍ତ ମାନଙ୍କର ସନିଦେବଙ୍କ ପାଖରେ ଜଳାଭିଷେକ ସହ ପୂଜା ଅର୍ଚନା ସହ ଭକ୍ତ ମାନଙ୍କର ମାନସିକ ପାଇଁ ଭଗବାନ ଙ୍କ ଉପରେ ଦୃଢ ବିଶ୍ୱାସ ଥିଲା. ଏଠି ସନିଦେବଙ୍କ ମହାତ୍ମ୍ୟ ପରମ୍ପରା ହିସାବରେ ଅନ୍ୟତମ ଏଠିକୁ ଯୋଉଁଭକ୍ତ ମାନେ ଆସିଥାନ୍ତି କେହି ଖାଲି ହାତରେ ଫେରି ନଥାନ୍ତି ଏହି ଜାଗାରେ ଗୋରୁ ମଇଁଷି ପଶୁ ଯିବ ଜନ୍ତୁ ସହ ମଣିଷ ସମାଜ ପୁରା ସୁରକ୍ଷିତ.ପ୍ରଭୁ ସନିଦେବଙ୍କ ଅଶେଷ କୃପାରୁ ସମସ୍ତ ଭକ୍ତମାନ ଙ୍କର ସର୍ବଦା ମଙ୍ଗଳ କାମନା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ.ଚଳିତ ବର୍ଷ ପୂଜା କାର୍ଯ୍ୟରେ କର୍ତା ଭାବେ ସମାଜସେବୀ ପ୍ରଭୁପ୍ରସାଦ ରଥ ସୁଚାରୁ ରୂପେ ସମସ୍ତ କାର୍ଯ୍ୟ ସମାପନ କରିଥିଲେ.ସମସ୍ତ ଭକ୍ତ ମାନଙ୍କ ପାଇଁ ଅର୍ଣ୍ଣ ପ୍ରଶାଦ ର ବ୍ୟବସ୍ତା ହୋଇଥିଲା. କୋଉ ଦୁର ଦୁରାନ୍ତରୁ ଭକ୍ତ ମାନେ ଆସି ସନିଦେବଙ୍କ ସାନିଧ୍ୟ ଲାଭ କରିଥାନ୍ତି.ଭକ୍ତ ମାନଙ୍କର ସୁରକ୍ଷା ତଥା ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ତଥା ଅଗ୍ନିଶମ ବାହିନୀ ତରଫରୁ କଡା କଡ଼ି ସୁରକ୍ଷାର ମଧ୍ୟ ବ୍ୟବସ୍ତା କରାଯାଇଥିଲା, କମିଟି ର ସଭାପତି. ସମ୍ପାଦକ ଅନ୍ୟମାନ ଙ୍କର ପୂର୍ଣ୍ଣ ସହଯୋଗ ଥିଲା. ଜଗତସିଂହପୁର ରାହାମା ରୁ ଅରୁଣ କୁମାର ପାଣି
