ନିଜେ ଭଲ ହେଲେ ଦୁନିଆଁ ଭଲ
ନିଜେ ଭଲ ହେଲେ ଦୁନିଆଁ ଭଲ
🔹କବିରତ୍ନ ନୂତନ କୁମାର ବେହେରା
ସଂସାରରେ ବ୍ୟକ୍ତି ବିଶେଷ ଯେତେ
ଚଳନ୍ତି ତାଙ୍କର ଗୁଣ ରୁଚିର ସ୍ଵଭାବ ମତେ
ତାର ପ୍ରତିପାଦନେ କିଏ କରେ ଉନ୍ନତି
କାହାର ହୋଇଥାଏ ଅବନତି
ଦୃଢ଼ ସଂକଳ୍ପ କଠୋର ସାଧନା ବିନା
ଜୀବନରେ ଆସେ ବହୁ ଦୁଃଖ ଯନ୍ତ୍ରଣା
ସୁଖ ଦୁଃଖ ଭଲ ଖରାପ ହୁଏ ଯା’
ଦୈବଙ୍କ ବ୍ୟତୀତ ମଣିଷକୃତ ବେଶି ତା’
କର୍ମର ଅଧୀନ କାର୍ଯ୍ୟର କାରଣ
ହୁଏ ଜଣେ ପାରଙ୍ଗମ ଦକ୍ଷତା କରି ଅର୍ଜନ
ବିପରୀତ ଗୁଣର ପ୍ରୟୋଗେ ରଖିଲେ ମନ
ହୋଇଥାଏ ନିଶ୍ଚିତ ଅଧଃପତନ
ବ୍ୟକ୍ତିର ଚରିତ୍ର ସମାଜେ ହୁଅଇ ତୁଲ
ନିଜେ ଭଲ ହେଲେ ଦୁନିଆଁ ଭଲ
କଥାର ମହତ୍ତ୍ଵ ଗୁରୁତ୍ଵ ମରମ ଭେଦୀ
ସଜାଗ ରହେ ଜଣେ ବୁଝେ ଯଦି
ସହଜ ସୁବିଧାର ବାଟ ଖୋଜେ ମନ
ବୁଦ୍ଧି ବିବେକ ଜ୍ଞାନେ କରେ ସମାଧାନ
କେମିତି ରହିବ ସୁଖେ ସ୍ୱଚ୍ଛନ୍ଦେ
ତଦନୁସାରେ ସେ ଯୋଜନା ଫାନ୍ଦେ
ଲୋଭ ମୋହରେ ହୁଏ ଯେବେ ଆକୃଷ୍ଟ
ଜିଦ୍ ରଖି କରେ ପାଉ ବରଂ କଷ୍ଟ
କଲେ ଅନୁଚିତ ହୁଏ ଅମଙ୍ଗଳ
ପାଏ ସିଏ ତାର କୁପରିଣାମର ଫଳ
ନିଜ ଦୋଷ ନିଜେ କରେ ନାହିଁ ସ୍ଵୀକାର
ମନ ଭିତରେ ସୃଷ୍ଟି ହୁଏ ବିକାର
ଭାଗ୍ୟକୁ ଅବା ଅନ୍ୟକୁ ଦିଏ ସେ ଦୋଷ
ଅବା କରି ବସେ ରୋଷ
ଯିଏ ନିଜକୁ ନେଇଥାଏ ସୁଧାରି
ଜୀବନରୁ ତାର ଦୁର୍ଦ୍ଦଶା ଯାଏ ଅପସରି
ଜରୁରୀ ଆବଶ୍ୟକତାର ପାଏ ମୂଲ
ନିଜେ ଭଲ ହେଲେ ଦୁନିଆଁ ଭଲ
ପ୍ରତିଟି ମଣିଷ ପାଇଁ ହୁଏ ସବୁଠାରୁ କଷ୍ଟ
ସରଳ ଉଦାରରେ ରହିବା ଶାନ୍ତ ଶିଷ୍ଟ
ବୁଝି ଯେତେ କଥା ବୁଝାଇବା ଭାରି ସହଜ
ନେଇ ହୁଏନା କାହାରି ହୃଦୟର ଦରଜ
କୌଣସି କିଛିରେ ହେବାକୁ ସଫଳ
ତା’ କରି ଦେଖାଇବା ଅତି ଜଟିଳ
ଜଣେ ଜାଣି ପାରେନା ତାର କି ଦୁର୍ବଳତା
ଅନ୍ୟକୁ ନିନ୍ଦେ ନ ପାଇ ସାର୍ଥକତା
ମନ ନେଇ ମନ ଦେଇ ନ ଚଳିଲେ କେହି
ହୁଏନା ଆପଣା ଲୋକ ବି ଭଲ ଯେତେ ସହି
ଚାଲି ନ ଜାଣି ସତର୍କେ ଦେଖେ ସେ ବାଟର ଖାଲ
ଆତ୍ମଗୋପନ ଲାଗି ଧରେ ବାହାନାର ଢ଼ାଲ
ଯେମିତି ଭାବନା ସେମିତି ତାର କାର୍ଯ୍ୟ
ବିଗିଡ଼ି ଗଲେ କିଛି ହୁଏ ଅଧୈର୍ଯ୍ୟ
କାଟି ପାରେ ଯିଏ ମିଛ ମାୟାର ଜାଲ
ମୁଖେ ଫୁଟେ ତାର ହସର ଫୁଲ
ସ୍ଵାଭିମାନ ରଖି କହେ ସେ ଅହଂକାରକୁ ଭୁଲ
ନିଜେ ଭଲ ହେଲେ ଦୁନିଆଁ ଭଲ…।
ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
