ରମ୍ଭାରେ ଶ୍ରୀ ଶ୍ରୀ ଶ୍ରୀ ବାସବୀ କାନ୍ୟକା ପରମେଶ୍ୱରୀଙ୍କ ଜନ୍ମ ଉତ୍ସବ ପାଳିତ।

ରମ୍ଭା :୨୭/୦୪/୨୬ ;ଆଧ୍ୟ।ତ୍ମିକ ପରିବେଶ ମଧ୍ୟରେ ରବିବାର ଦିନ କଳିଙ୍ଗବୈଶ୍ୟ ସଂଘ ଖଲ୍ଲିକୋଟ ଅଞ୍ଚଳର ଶ୍ରୀ ଶ୍ରୀ ଶ୍ରୀ ବାସବୀ କନ୍ୟକା ପରମେଶ୍ୱରୀ ଙ୍କ ଜନ୍ମ ଉତ୍ସବ ରମ୍ଭା ପେଣ୍ଠ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ନୃସିଂହ ଚରଣ ପଣ୍ଡା ସହଯୋଗୀ ଜଗନ୍ନାଥ ପଣ୍ଡାଙ୍କ ପୂଜା ହୋମ କାର୍ଯ୍ୟକ୍ରମ ରୀତିନୀତି ପ୍ରକାରେ ପରିଚାଳିତ ହୋଇଥିଲା। ସହର କେବଳ ଧର୍ମ ଓ ସଂସ୍କୃତିର ପେଣ୍ଠ ସ୍ଥଳୀ ନୁହେଁ ରମ୍ଭା ଯେ ଶାନ୍ତି ଓ ଭାଇଚାରାର ସହର ତାହା ବାସବୀ କନ୍ୟକା ପରମେଶ୍ୱରୀଙ୍କ ଜନ୍ମ ଉତ୍ସବ ପାଳିତରୁ ଜଣାଯାଇଛି। ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସମସ୍ତେ କିଭଳି ଏକାଠି ହୋଇପାରନ୍ତି ତାହା ଉକ୍ତ କାର୍ଯ୍ୟକ୍ରମରୁ ଦେଖିବାକୁ ମିଳିଛି। ମାଙ୍କ ଜନ୍ମ ଉତ୍ସବ ଆୟୋଜନରେ ଖଲ୍ଲିକୋଟ ଅଞ୍ଚଳର ୧୨ଗୋଟି ପେଣ୍ଠର ଅନେକ ସଭ୍ୟ /ସଭ୍ୟା ସାମିଲ ହେବା ସହ ପ୍ରସାଦ ସେବନ କରିଥିଲେ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରମ୍ଭାରେ ନବନିର୍ମିତ ବାସବୀ କନ୍ୟକା ପରମେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ପର ଠାରୁ ଉପରୋକ୍ତ ମନ୍ଦିର ଜନ୍ମଉତ୍ସବ ପାଳନ କରୁଥିବାରୁ ସ୍ୱଜାତିର ସଭ୍ୟ /ସଭ୍ୟା ମଧ୍ୟରେ ବିଶ୍ୱାସର ଏହି ଅପୂର୍ବ ମିଳନ ମନରେ ନିଆରା ଭାବନା ଜାଗ୍ରତ କରିଥିଲା।

Leave a Reply

Your email address will not be published. Required fields are marked *