ମାଁ ଗ୍ରାମଦେବୀ ମନ୍ଦିର ଜିର୍ଣ୍ଣୋଦ୍ଧାର ପ୍ରାସାଦ ପ୍ରତିଷ୍ଠା ଉତ୍ସବ

ହିଞ୍ଜିଳିକାଟୁ ୨୭ /୦୪/୨୭ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ନନ୍ଦିକ ଗ୍ରାମରେ ଗତ ମଙ୍ଗଳବାର ଦିନ ଠାରୁ ସପ୍ତାହେ ବ୍ୟାପି ମା ଗ୍ରାମଦେବତୀଙ୍କ ଜିର୍ଣ୍ଣୋଦ୍ଧାର ପ୍ରାସାଦ ପ୍ରତିଷ୍ଠା ଉତ୍ସବ ସୋମବାର ଦିନ ସମ୍ପୁର୍ଣ୍ଣ ହୋଇଛି।ଏହି ଉପଲକ୍ଷେ ଅଙ୍କୁରାରୋପଣ ,ଦୀକ୍ଷା ଗ୍ରହଣ, ଜଳଯାତ୍ରା , ବନଯାଗ, ରତ୍ନମୁଦ ପ୍ରତିଷ୍ଠା ,କର୍ମରମ୍ଭ ,୪୦ ପ୍ରହର ନାମଯଜ୍ଞ ଆରମ୍ଭ, ଅନ୍ନଯଜ୍ଞ ଚାରି ଦିନ ବ୍ୟାପି ସନ୍ଧ୍ୟା ସମୟେ ପ୍ରବଚନ ଆରମ୍ଭ ,ପ୍ରାସାଦ ଓ ଦେବତା ଅଧିବାସ , ମହାସ୍ନାନ ନିତ୍ୟପୂଜାଦି ବିଗ୍ରହ ମାନଙ୍କ ଜିବନ୍ୟାସ ,ଦେବତା ନଗର ଭ୍ରମଣ , ପ୍ରାତଦେବତା , ନଗରକିର୍ତ୍ତନ ସିଂହାସନାରୋହଣ , ଧ୍ବଜ ଭ୍ରମଣ, ଦଧିଭାଣ୍ଡ

ଭଞ୍ଜନ ହୋଇ ପ୍ରସାଦସେବନ ରେ ସୋମବାର ଦିନ ସମ୍ପର୍ଣ୍ଣ ହୋଇଛି ।ଶ୍ରୀ ବିରେନ୍ଦ୍ର ପଣ୍ଡା ଓ ଶ୍ରୀ କେଶବ ଦାସ ମହାରାଜା (କୁନିପ୍ରବଚକ ) ଚାରିଦିନ ବ୍ୟାପି ସନ୍ଧ୍ୟା ସମୟେ ପ୍ରବଚନ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଭକ୍ତମାନ ଶ୍ରବଣ କରିଥିଲେ । ପୂର୍ଣ୍ଣାହୁତି ଆଦି କର୍ମକାଣ୍ଡ ପଣ୍ଡିତ ଓ ସହଯୋଗୀ ମଣ୍ଡଳୀଙ୍କ ଦ୍ବାରା ସମ୍ପନ୍ନ ହୋଇଛି । ସ୍ଥାନୀୟ ଗ୍ରାମ ସହ ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।ଏହି ଧାର୍ମିକ କାର୍ଯ୍ୟରେ ମହନ୍ତ ବ୍ରଜ ମୋହନ ଦାସ ଓ ନନ୍ଦିକ ଗ୍ରାମବାସୀଙ୍କ ସହଯୋଗରେ ସ୍ଥାନୀୟ ବ୍ଳକର ବହୁ ଭକ୍ତ ଅଂଶଗ୍ରହଣ କରିଥିଲେ । ମାଁ ଗ୍ରାମଦେବତୀ ସେବା ସମିତି ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ଓ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଉପରେ ନଜର ରଖାଯାଇଥିଲା।

Leave a Reply

Your email address will not be published. Required fields are marked *