ଇଂଟରନେସନାଲ ଥିଏଟର ଶାଖା ପକ୍ଷରୁ ନାଟ୍ୟ ଆଲୋଚନା ଚକ୍ର

ଇଂଟରନେସନାଲ ଥିଏଟର ଶାଖା ପକ୍ଷରୁ ନାଟ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବଭଦ୍ରକ, ୨୭ା୪-ଇଂଟର ନେସନାଲ ଥିଏଟର ଶାଖା ଭଦ୍ରକ ତରଫରୁ ସଂସ୍କୃତି ଭବନ ଠାରେ ନାଟ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଡ. ପଦ୍ମକାନ୍ତ ଧଳ ଅଧ୍ୟକ୍ଷତା କରୁଥିବା ବେକେ ନାଟ୍ୟଶ୍ରୀ ନର୍ମାଲ ରାଉତ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଲଲାଟେନ୍ଦୁ ମହାନ୍ତି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇଥିଲେ । ବରେଣ୍ୟ ଅତିଥି ଭାବରେ ଡ କୃପାସିନ୍ଧୁ ନାୟକ , ଅଧ୍ୟାପକ ନିହାର ରଞ୍ଜନ କର, କବି ସଂଯୁକ୍ତା ନାୟକ ବଳ, ରୂପକ ବିହାରୀ ରାୟ ଯୋଗଦେଇ ନାଟକର ବିଭିନ୍ନ ପର୍ଯ୍ୟାୟ ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ରଞ୍ଜିତ ମହାପାତ୍ର ଓ ଗୌରାଙ୍ଗ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ବୈକୁଣ୍ଠ ବିଶ୍ୱାଳ କରିଥିବା ବେଳେ କାଳନ୍ଦୀ ମଲ୍ଲିକ ମଂଚ ଆମନ୍ତ୍ରଣ ଓ ବିଜୟ ବହଲି ବେଦ ପାଠ କରିଥିଲେ । ଅଭିନେତା ଅଧ୍ୟାପକ ମନୋଜ ମିଶ୍ର , କମଳାକାନ୍ତ ସ୍ୱାଇଁ, ଅଭିନୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ରାମନାରାୟଣ ମହାନ୍ତି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରୁଥିବା ବେକେ ଓ ଶେଷରେ କବି ଆରୁପାନନ୍ଦ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *