ଗୋମାତା ଙ୍କୁ ରାଷ୍ଟ୍ରମାତା, ଗୋହତ୍ୟା ବନ୍ଦ କରାଯାଉ

ଗୋମାତା ଙ୍କୁ ରାଷ୍ଟ୍ରମାତା, ଗୋହତ୍ୟା ବନ୍ଦ କରାଯାଉ ଗୋ ସମ୍ମାନ ଆହାନ ଅଭିଯାନ ପକ୍ଷରୁ ଶୋଭାଯାତ୍ରା, ରାଷ୍ଟ୍ରପତି, ପି.ଏମ, ସି.ଏମ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ରଖୋର୍ଦ୍ଧା,୨୭।୪() : ହିନ୍ଦୁ ସଂସ୍କୃତିର ରାଷ୍ଟ୍ର ଆରାଧା ଗୋମାତାଙ୍କୁ ରାଷ୍ଟ୍ର ମାତା ଏବଂ ଭାରତ ବର୍ଷରୁ ସମ୍ପୂର୍ଣ ଭାବେ ଗୋହତ୍ୟା ସମାପ୍ତ ଦାବି ନେଇ ଗୋ ସମ୍ମାନ ଅଭିଯାନ ଖୋଦ୍ଧା ଶାଖା ଆବାହକ ରାଧାମୋହ‌ନ ପ୍ରଧାନଙ୍କ ନେତୃତ୍ବରେ ସୋମବାର ନୂଆ ବସଷ୍ଟାଣ୍ଡରୁ ଗୋମାତାଙ୍କୁ ସାଥରେ ଧରି ବିଶାଳ ପଦଯାତ୍ରାରେ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ଗୋମାତାଙ୍କ ସୁରକ୍ଷା ପାଇଁ ସ୍ଲୋଗାନ ଦେଇଥିଲେ I ଗୋମାତାର ସେବା, ସୁରକ୍ଷା ସମ୍ମାନ ଦାବିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରାୟ ୫ହଜାର ଦସ୍ତଖତ

ସମ୍ବଳିତ ଏକ ଦାବିପତ୍ର ତହସିଲଦାର ବିଭାଷ ପାଣିଗାହୀଙ୍କୁ ପ୍ରଦାନ କରିଥିଲେ ।ଏଥିରେ ଉଲ୍ଲେଖ ରହିଛି ଯେ ଭାରତୀୟ ପରମ୍ପରାରେ ଗୋମାତାଙ୍କ ଦେହରେ ୩୩କୋଟି ଦେବୀ ଦେବତା ନିବାସ କରନ୍ତି । ଏଣୁ ରାଷ୍ଟ୍ରର ଆରାଧ୍ଯା ଭାବେ ଗୋମାତାଙ୍କୁ ରାଷ୍ଟ୍ର ମାତାର ସମ୍ମାନ ପ୍ରଦାନ କରାଯାଉ । ଗୋ ସେବା ପାଇଁ କେନ୍ଦ୍ରୀୟ ନିୟମ ପ୍ରଣୟନ, ଭାରତବର୍ଷରେ ସମ୍ପୂର୍ଣ ଭାବେ ଗୋହତ୍ୟା ବନ୍ଦ କରାଯାଉ । ଗୋବର, ଗୋମୁତ୍ରକୁ ନେଇ କୃଷି ବିଶ୍ବବିଦ୍ୟାଳୟରେ ବୃହତ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା, ରାସାୟନିକ କୃଷିକୁ ନିୟନ୍ତ୍ରଣ ପାଇଁ ଗୋ ଆଧାରିତ କୃଷିକୁ ପୋତ୍ସାହନ ଦିଆଯାଉ ।ସରକାରୀ ଭବନ ଏବଂ ଚିକିତ୍ସାଳୟ ରେ ସାଧାରଣ ପେଣ୍ଟ ବଦଳରେ ଗୋବର ରୁ ପ୍ରସ୍ତୁତ ପେଣ୍ଟ ଏବଂ ଗୋ ଫିନାଇଲ ବ୍ୟବହାର, ଆୟୁର୍ବେଦିକ ଚିକିତ୍ସାଳୟରେ ଫଚଗବ୍ୟ ଔଷଧ ମାଗଣାରେ ବିତରଣ, ଗୋ ଆଧାରିତ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉଦ୍ୟୋଗୀ ମାନଙ୍କୁ ପୋତ୍ସାହନ, ମଠ ମନ୍ଦିରରେ ଦେଶୀ ଗୋମାତାଙ୍କ ଦୁଗ୍ଧ, ଘୃତ ବ୍ୟବହାର ଅନିବାର୍ଯ୍ୟ କରାଯାଉ । ସମସ୍ତ ରାଜ୍ୟରେ ଗୋଶାଳା ଗୁଡକୁ ଅନୁଦାନ ଦିଆଯାଉ । ସଂରକ୍ଷିତ ଗୋଚର ଜମିକୁ ଜବରଦଖଲ ମୁକ୍ତ,ଏହାର ବ୍ୟବହାର କେବଳ ଗୋଶାଳା ପରିଚାଳନା ପାଇଁ ସଂରକ୍ଷିତ ରଖାଯାଉ । ଭାରତର ପ୍ରତ୍ୟେକ ପାନ୍ତରେ ଗୋଟିଏ ଲେଖାଏଁ ଗୋ ଅଭୟାରଣ୍ୟ, ଖୋଲାଯାଉ, ଗୋଶାଳା ଗୁଡିକୁ ଜି-ଭି-ଜି ରାମଜୀ ଯୋଜନାରେ ଯୋଢାଯାଉ, ଗୋଶାଳା ଗୁଡିକୁ ନିଦ୍ଦିଷ୍ଟ ବିଜୁଳି ୟୁନିଟ ମାଗଣା ଦିଆଯାଉ । ଗୋବଂଶ ଶତ ସମ୍ମାନ ଶେଷକୃତ୍ୟ ପାଇଁ ସରକାର ସ୍ଥାନ ଯୋଗାଇ ଦିଅନ୍ତୁ । ଗୋହତ୍ୟା ଏବଂ ଗୋ ଚାଲାଣରେ ସଂପୃକ୍ତ ଅପରାଧକ ପାଇଁ ଆଜୀବନ କଠୋର କାରାଦଣ୍ଡ ପ୍ରାବଧାନ କରନ୍ତୁ । କମ୍ପାନୀ ଗୁଡିକର ସିଏସଆର ପାଣ୍ଡୁରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଗୋ ସେବା କାର୍ଯ୍ୟ ଖଦ୍ଧ କରିବା ପାଇଁ ବାଧତାମୂଳକ କରାଯାଉ । ସିଙ୍ଗଲ ୟୁଜ ପ୍ଲାଷ୍ଟିକ କ୍ୟାରି ବେଗ ବ୍ୟବହାର ଉପରେ ନିଷେଧାଦେଶ ଲାଗୁ କରାଯାଉ ।ଜିଲା ସ୍ତରରେ ଫରଗବ୍ୟ ଚିକିତ୍ସାଳୟ, ମିଡ ମିଲରେ ପିଲାଙ୍କୁ ଗୋଦୁଗ୍ଧ ଦିଆଯାଉ, ବିଦ୍ୟାଳୟରେ ଗୋବଂଶ ବିଷୟଗତ ଶିକ୍ଷା ଦିଆଯାଉ, ରାଜପଥରେ ହେଉଥିବା ଗୋ ତୁର୍ଘଟଣା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ଅନ୍ୟ ମାନଙ୍କ ମଧରେ ଗୋସେବକ ଅଜୟ ମାଝି, ବିଭୁ ପ୍ରସାଦ ମଙ୍ଗରାଜ, ଶୁଭଙ୍କର ପାଇକରାୟ, ଉଦିତ ନାରାୟଣ ପହରାଜ, ଏସ ଏମ ଦିବ୍ୟପ୍ରକାଶ, ସତ୍ୟତିତ ବେହେରା, କୌଶିକ ବରାଳ, ଜ୍ୟୋତିରଞ୍ଜନ ସାଇଁ, ବିଭୁ ପ୍ରସାଦ ସାହୁ, ଆୟୁଷ ରଞ୍ଜନ ବେହେରା ଙ୍କ ସମେତ ବହୁ ଗୋସେବକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *