ମୂଷାନଇ ରୁ ହେଉଛି ଲୋକ ଦେଖାଣିଆ ଦଳସଫା !

ଅଠରନଳାରେ ଯେତେ ସବୁ ଯୋଜନା ହୋଇଥିଲା ତାହା ବିଫଳ ହୋଇଛି। ନୌକାବିହାର ପ୍ରକଳ୍ପ ନାଲି ଫିତା ତଳେ ଫସିରହିଥିବା ବେଳେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଅଧାରେ ଅଟକିଛି। ପାର୍କ ପାଖରୁ ଅଠରନଳା ଉପରକୁ ସ୍ପଟ୍ ଲାଇଟ୍ ପଡିବାକୁ ଥିବାବେଳେ ସେଠାରେ ବିଜୁଳି ସଂଯୋଗ ହୋଇପାରୁନାହିଁ। ଏପଟେ ଅଠରନଳା ମୂଷା ନଇରୁ ଦଳସଫା ହୋଇଥିଲେ ମଧ୍ୟପୁଣିଥରେ ଦଳ ମାଡି ଯାଇଛି। ଆଗକୁ ରଥଯାତ୍ରା ଆସୁଛି। ତେଣୁ ଲକ୍ଷାଲକ୍ଷ ଲୋକ ପୁରୀ ଆସିବାକୁ ଥିବାରୁ ପୁରୀର ପ୍ରବେଶପଥ ଅଠରନଳାର ମୂଷା ନଇରେ ଦଳ ଦେଖି ନକରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନେଜ୍ ବିଭାଗ ପକ୍ଷରୁ ଏହାକୁ ସଫା କରାଯାଉଛି। ଅଠରନଳା ଠାରୁ ଉଭୟପାର୍ଶ୍ୱରେ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଦଳସଫା ହେବ। ତେବେ ଦଳସଫା କରିବା ସମୟରେ ପ୍ରବଳ ଦୁର୍ଗନ୍ଧ ହେଉଛି। ଏହି ମୂଷା ନଇକୁ ଲୋକମାନେ ସ୍ୱରେଜ୍ ଓ ନଳା ସଂଯୋଗ ବେଆଇନ୍ ଭାବରେ କରିଦେଇଥିବାରୁ ଏଠାକୁ ଘରର ମଳମୂତ୍ର ଭାସି ଆସୁଛି। ଏହାକୁ ବିଶୋଧନ କରାଯିବାକୁ ଯୋଜନା ହୋଇଥିବା ଡ୍ରେନେଜ୍ ବିଭାଗ ପକ୍ଷରୁ କୁହାଯାଇଛି l

Leave a Reply

Your email address will not be published. Required fields are marked *