କେଭିଆଇସି ପକ୍ଷରୁ ‘ବିଶ୍ୱ ମହୁମାଛି ଦିବସ ୨୦୨୬’

କେଭିଆଇସି ପକ୍ଷରୁ ‘ବିଶ୍ୱ ମହୁମାଛି ଦିବସ ୨୦୨୬’ଅନଲାଇନ୍ ମାଧ୍ୟମରେ ଦେଶବ୍ୟାପୀ ମହୁଚାଷୀ, ବୈଜ୍ଞାନିକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସମ୍ବୋଧନ କଲେ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର କେଭିଆଇସିର ‘ହନି ମିଶନ’ ଅଧୀନରେ ଦେଶବ୍ୟାପୀ ୨.୫ ଲକ୍ଷରୁ ଅଧିକ ମହୁବାକ୍ସ ଓ ମହୁମାଛି କଲୋନୀ ବଣ୍ଟନ ‘ଶ୍ୱେତ ବିପ୍ଳବରୁ ମଧୁ ବିପ୍ଳବ’: ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଗ୍ରାମୀଣ ଅର୍ଥନୀତିକୁ ଦେଇଛି ନୂଆ ଗତି: କେଭିଆଇସି ଅଧ୍ୟକ୍ଷନୂଆଦିଲ୍ଲୀ/ମୁମ୍ବାଇ, ୨୦ ମେ ୨୦୨୬: ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନସ୍ଥ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପକ୍ଷରୁ ବୁଧବାର ଦେଶବ୍ୟାପୀ ‘ବିଶ୍ୱ ମହୁମାଛି ଦିବସ-୨୦୨୬’ ପାଳନ କରାଯାଇଛି। ଏହି ଅବସରରେ ମୁମ୍ବାଇସ୍ଥିତ କେଭିଆଇସି ମୁଖ୍ୟାଳୟ, ରାଜ୍ୟ ଓ ବିଭାଗୀୟ କାର୍ଯ୍ୟାଳୟ ସହ ପୁଣେସ୍ଥିତ କେନ୍ଦ୍ରୀୟ ମହୁମାଛି ଗବେଷଣା ଏବଂ ପ୍ରଶିକ୍ଷଣ ସଂସ୍ଥାନ (ସିବିଆରଟିଆଇ) ମାଧ୍ୟମରେ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ନୂଆଦିଲ୍ଲୀସ୍ଥିତ ଗାନ୍ଧୀ ଦର୍ଶନ କାର୍ଯ୍ୟାଳୟରୁ କେଭିଆଇସି ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଦେଶବ୍ୟାପୀ କେଭିଆଇସି କାର୍ଯ୍ୟାଳୟ, ମହୁଚାଷୀ, ଲାଭାନ୍ବିତ, ବୈଜ୍ଞାନିକ, ଛାତ୍ରଛାତ୍ରୀ, ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ ପୁଣେସ୍ଥିତ କେନ୍ଦ୍ରୀୟ ମହୁମାଛି ଗବେଷଣା ଏବଂ ପ୍ରଶିକ୍ଷଣ ସଂସ୍ଥାନ (ସିବିଆରଟିଆଇ)ରେ ଆୟୋଜିତ “ହନି ପ୍ରଦର୍ଶନୀ”କୁ ମଧ୍ୟ ଭର୍ଚୁଆଲ୍ ଭାବେ ଉଦ୍ଘାଟନ କରିଥିଲେ।ଏହି ବର୍ଷର ବିଶ୍ୱ ମହୁମାଛି ଦିବସର ଥିମ୍ – “Bee Together for People and the Planet” – ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା, କୃଷି ଉତ୍ପାଦକତା ଏବଂ ଜୀବ ବିବିଧତାକୁ ସୁଦୃଢ କରିବାରେ ମହୁମାଛିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଜାଗର କରିଥିଲେ।ଦେଶର ବିଭିନ୍ନ ସ୍ଥାନରୁ ଭର୍ଚୁଆଲ୍ ଭାବେ ଯୋଗଦେଇଥିବା ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧନ କରି କେଭିଆଇସି ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର କହିଥିଲେ ଯେ, ଏହି ବର୍ଷର ବିଶ୍ୱ ମହୁମାଛି ଦିବସ କାର୍ଯ୍ୟକ୍ରମଗୁଡିକୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶକ୍ତି ସଂରକ୍ଷଣ, ସମ୍ପଦର ସୁବିଚାରିତ ବ୍ୟବହାର ଏବଂ କମ୍ ଖର୍ଚ୍ଚରେ କାର୍ଯ୍ୟକର ପରିଚାଳନା ଦୃଷ୍ଟିକୋଣ ଅନୁଯାୟୀ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଇଛି। ଏଥିରେ ଅନାବଶ୍ୟକ ଯାତ୍ରା ଓ ଇନ୍ଧନ ବ୍ୟୟ କମିଥିବା ସହ ଦେଶର ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟକ ଲୋକଙ୍କ ସହଭାଗିତା ସୁନିଶ୍ଚିତ ହୋଇପାରିଛି।ସେ ଆହୁରି କହିଥିଲେ ଯେ, ମହୁମାଛି ପ୍ରକୃତି ଓ କୃଷି ପରିବେଶ ବ୍ୟବସ୍ଥାର ଅତ୍ୟନ୍ତ ଜରୁରୀ ସୁରକ୍ଷକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଶ୍ୱେତ ବିପ୍ଳବକୁ ମିଠା ବିପ୍ଳବରେ ପରିଣତ କରିବା” ଦୃଷ୍ଟିକୋଣ ଗ୍ରାମୀଣ କ୍ଷେତ୍ରରେ ସ୍ୱରୋଜଗାର ଓ ଆତ୍ମନିର୍ଭରତାକୁ ଦ୍ରୁତଗତିରେ ବୃଦ୍ଧି କରିଛି। ଆଜି ମହୁଚାଷ କୃଷି, ପରିବେଶ ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବାର ଏକ ସଶକ୍ତ ମାଧ୍ୟମ ହୋଇପାରିଛି।କେଭିଆଇସି ଅଧ୍ୟକ୍ଷ ଆହୁରି କହିଥିଲେ ଯେ, ସମଗ୍ର ବିଶ୍ୱ ଯେତେବେଳେ ମହୁମାଛି ସଂରକ୍ଷଣ ନେଇ ଚିନ୍ତିତ, ସେତେବେଳେ ଭାରତ ଏହି ଦିଗରେ ସକାରାତ୍ମକ ପଦକ୍ଷେପ ନେଇଛି ଏବଂ ଏହାର ମୂଳ କୃତିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ଯାଏ।ସେ କହିଥିଲେ ଯେ, ୨୦୧୬ ମସିହାରେ ଗୁଜରାଟର ବନାସକଣ୍ଠ। ଠାରୁ “ସ୍ୱିଟ୍ ରେଭଲୁସନ୍” ଆରମ୍ଭ କରିବାବେଳେ ପ୍ରଧାନମନ୍ତ୍ରୀ କହିଥିଲେ “ଯେଉଁଠାରେ ଶ୍ୱେତ ବିପ୍ଳବ ହୋଇଛି, ସେଠାରେ ଏବେ ମିଠା ବିପ୍ଳବ ମଧ୍ୟ ହେବ।” ଏହା କେବଳ ଏକ ସ୍ଲୋଗାନ୍ ନୁହେଁ, ବରଂ ଗ୍ରାମ, କୃଷକ ଏବଂ ଆତ୍ମନିର୍ଭର ଭାରତ ଗଠନ ପାଇଁ ଏକ ସମଗ୍ର ଦୃଷ୍ଟିକୋଣ। ପ୍ରଧାନମନ୍ତ୍ରୀଙ୍କ ଏହି ଦୃଷ୍ଟିକୋଣରୁ ପ୍ରେରିତ ହୋଇ କେଭିଆଇସି ୨୦୧୭ ମସିହାରେ ‘ହନି ମିଶନ’ ଆରମ୍ଭ କରିଥିଲା, ଯାହା ଆଜି ଗ୍ରାମୀଣ କ୍ଷେତ୍ରରେ ରୋଜଗାର ଓ ଆତ୍ମନିର୍ଭରତାର ଏକ ସଶକ୍ତ ମାଧ୍ୟମ ହୋଇଉଠିଛି।କେଭିଆଇସି ଅଧ୍ୟକ୍ଷ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣରୁ ପ୍ରେରିତ ‘ହନି ମିଶନ’ ଅଧୀନରେ ୨୦୧୭-୧୮ ରୁ ୨୦୨୫-୨୬ ପର୍ଯ୍ୟନ୍ତ ଦେଶବ୍ୟାପୀ ୨,୪୬,୦୯୯ଟି ମହୁବାକ୍ସ ଓ ମହୁମାଛି କଲୋନୀ ବଣ୍ଟନ କରାଯାଇଛି, ଯାହା ଫଳରେ ୨୪,୨୬୯ ମେଟ୍ରିକ୍ ଟନ୍ ମହୁ ଉତ୍ପାଦନ ବୃଦ୍ଧି ପାଇଛି।୨୦୨୫-୨୬ ମସିହାରେ ମହୁ ଉତ୍ପାଦନ ପ୍ରାୟ ୫,୫୧୨ ମେଟ୍ରିକ୍ ଟନ୍ କୁ ପହଞ୍ଚିଛି। ଏହା ସହିତ, ୨୦୨୫-୨୬ ଅର୍ଥବର୍ଷରେ କେଭିଆଇସି ସହ ସଂପୃକ୍ତ ମହୁଚାଷୀମାନେ ପ୍ରାୟ ୩୧ କୋଟି ଟଙ୍କାର ମହୁ ରପ୍ତାନି କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ୟୁଏଇ, ଇସ୍ରାଏଲ, ସୌଦି ଆରବ, ଓମାନ, ସିଙ୍ଗାପୁର, ଅଷ୍ଟ୍ରେଲିଆ, କତାର ଏବଂ ରିପବ୍ଲିକ୍ ଅଫ୍ କୋରିଆ ସହିତ ଅନେକ ଦେଶକୁ ଭାରତୀୟ ମହୁ ରପ୍ତାନି ହେଉଛି, ଯାହା ଭାରତୀୟ ମହୁର ବୃଦ୍ଧିଶୀଳ ବିଶ୍ୱସ୍ତରୀୟ ସ୍ୱୀକୃତିକୁ ପ୍ରତିଫଳିତ କରୁଛି।ଦେଶବ୍ୟାପୀ ମହୁଚାଷୀମାନଙ୍କୁ ଆହ୍ୱାନ ଜଣାଇ ସେ କହିଥିଲେ ଯେ, ମହୁଚାଷକୁ କେବଳ ମହୁ ଉତ୍ପାଦନର ମାଧ୍ୟମ ଭାବେ ନୁହେଁ, ବରଂ ପ୍ରକୃତି ସୁରକ୍ଷା, କୃଷି ବିକାଶ ଓ ଗ୍ରାମୀଣ ସମୃଦ୍ଧିର ଏକ ସଶକ୍ତ ଉପକରଣ ଭାବେ ଦେଖିବା ଆବଶ୍ୟକ। ବିଶ୍ୱ ମହୁମାଛି ଦିବସ ଅବସରରେ ସମସ୍ତଙ୍କୁ ମହୁମାଛି ସୁରକ୍ଷା, ଅଧିକ ଲୋକଙ୍କୁ ମହୁଚାଷ ସହ ଯୋଡ଼ିବା ଏବଂ ପ୍ରଧାନମନ୍ତ୍ରୀଙ୍କ “ସ୍ୱିଟ୍ ରେଭଲୁସନ୍”କୁ ଦେଶର ପ୍ରତ୍ୟେକ ଗ୍ରାମକୁ ପହଞ୍ଚାଇବା ପାଇଁ ସଂକଳ୍ପ ନେବାକୁ ସେ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଅଂଶଗ୍ରହଣକାରୀମାନେ ଡିଜିଟାଲ୍ ମାଧ୍ୟମରେ ମହୁଚାଷ କ୍ଷେତ୍ରରେ ନିଜର ଅନୁଭବ ଓ ସଫଳତା କାହାଣୀ ବ୍ୟକ୍ତ କରିଥିଲେ। ଏହି ଅବସରରେ କେଭିଆଇସିର ସଂଯୁକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ, ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ, ଖଦି ସଂସ୍ଥାର ପ୍ରତିନିଧି, କାରିଗର, ପ୍ରଶିକ୍ଷଣାର୍ଥୀ, ବ୍ୟାଙ୍କ ପ୍ରତିନିଧି ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ଗଠନ ଦିଗରେ କେଭିଆଇସିର ଅବିରତ ପ୍ରୟାସର ଏକ ସଶକ୍ତ ଉଦାହରଣ ଥିଲା।

Leave a Reply

Your email address will not be published. Required fields are marked *