ମେଘା ସପିଙ୍ଗ ବଜାର ତରଫରୁ ଓଡିଶା ଦେଶୀ ମେଳା ଆରମ୍ଭ

ଭୁବନେଶ୍ୱର, ୦୬/୧୧ ସବୁବର୍ଷ ଭଳି ଏବର୍ଷ ମଧ୍ୟ ରସୁଲଗଡ ଦୁର୍ଗା ପଡିଆରେ ମେଘା ସପିଙ୍ଗ ବଜାର ତରଫରୁ ଗତକାଲି ଠାରୁ ଆରମ୍ଭ ହୋଇଛି ଓଡ଼ିଶା ଦେଶୀ ମେଳା ।ଏହି ମେଳା ପ୍ରାୟ ଦେଢ଼ ମାସ ଧରି ଚାଲିବ।ଏଠାରେ ମୋଟ ୫୦ଟି ଷ୍ଟଲ ଖୋଲା ଯାଇଛି ।ଏହି ଷ୍ଟଲ ଗୁଡିକରେ ଦେଶୀ ପାମ୍ପଡ, ଆଚାର ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଘରକରଣା ଜିନିଷ, ଶାଢ଼ୀ, ବେଡ଼ସିଟ, ପିଲା ମାନଙ୍କ ଖେଳନା ସାଙ୍ଗକୁ ବିଭିନ୍ନ ପ୍ରକାରର ସମ୍ବଲପୁରୀ ବସ୍ତ୍ର ଉପଲବ୍ଧ ହେଉଛି। କମ୍ ଦାମରେ ଓ ଦେଶୀ ଜିନିଷ ଲୋକେ କିପରି ହାତ ପାଆନ୍ତାରେ ପାଇପାରିବେ, ତାହାକୁ ଦୃଷ୍ଟିରେ ରଖି ଏହି ସପିଙ୍ଗ ବଜାରର ଖୋଲା ଯାଇଛି ବୋଲି ସପିଙ୍ଗ ବଜାରର ମୁଖ୍ୟ ମୁନ୍ନା ଭାଇ ପ୍ରକାଶ କରିଛନ୍ତି ।

ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।ଆଜି ଉଦଘାଟନ ଦିବସ ଅବସରରେ ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ଗୋଲଖ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଭୁବନେଶ୍ୱର(ମଧ୍ୟ) ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ,ରସୁଲଗଡ ଦୁର୍ଗାପୂଜା ପୂଜା କମିଟି ଓ ରସୁଲଗଡ ଗ୍ରାମ୍ୟ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *