ଭାରତରେ ମହିଳା ଓ ପୁରୁଷ ୨୦୨୫’’ ଚୟନିତ ସୂଚକ ଏବଂ ତଥ୍ୟ’’ ନାମକ ପ୍ରକାଶନ ଭୁବନେଶ୍ୱରରେ ଉନ୍ମୋଚିତ

‘‘ଭାରତରେ ମହିଳା ଓ ପୁରୁଷ ୨୦୨୫’’ ଚୟନିତ ସୂଚକ ଏବଂ ତଥ୍ୟ’’ ନାମକ ପ୍ରକାଶନ ଭୁବନେଶ୍ୱରରେ ଉନ୍ମୋଚିତ l ଜନ୍ମ ସମୟରେ ଲିଙ୍ଗ ଅନୁପାତ ୯୦୪ରୁ ୯୧୭କୁ ବୃଦ୍ଧିପୁଅ ଓ ଝିଅ ଉଭୟଙ୍କ କ୍ଷେତ୍ରରେ ଶିଶୁ ମୃତ୍ୟୁ ହାରରେ ଉଲ୍ଲେଖନୀୟ ଏବଂ ନିରନ୍ତର ହ୍ରାସକେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରଠାରେ ‘‘ବିକାଶ ପାଇଁ ତଥ୍ୟ’’ ଉପରେ ଜାତୀୟ ବିଚାରବିମର୍ଶ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହି ଅବସରରେ ‘‘ଭାରତରେ ମହିଳା ଏବଂ ପୁରୁଷ ୨୦୨୫: ଚୟନିତ ସୂଚକ ଏବଂ ତଥ୍ୟ” ଶୀର୍ଷକ ପ୍ରକାଶନର ୨୭ତମ ସଂସ୍କରଣ ଉନ୍ମୋଚନ କରାଯାଇଛି ।ଏହି ପ୍ରକାଶନରେ ଜନସଂଖ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ଅଂଶଗ୍ରହଣ, ନିଷ୍ପତ୍ତି ନେବାର କ୍ଷମତା, ମହିଳା ବିରୋଧୀ ହିଂସା ଏବଂ ଅନ୍ୟାନ୍ୟ ଲିଙ୍ଗ-ସମ୍ବନ୍ଧୀୟ ପ୍ରସଙ୍ଗ ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଚୟନିତ ସୂଚକଗୁଡ଼ିକର ଏକ ସଂକଳନ ମାଧ୍ୟମରେ ଭାରତରେ ମହିଳା ଓ ପୁରୁଷଙ୍କ ସ୍ଥିତିର ଏକ ବ୍ୟାପକ ଅବଲୋକନ ପ୍ରସ୍ତୁତ କରାଯାଇଛି । ଏଥିରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନରୁ ମିଳିଥିବା ସୂଚନାର ଉପଯୋଗ କରାଯାଇଛି । ସ୍ପଷ୍ଟତା ବୃଦ୍ଧି କରିବା ଏବଂ ପ୍ରକାଶନରେ ଉପସ୍ଥାପିତ ତଥ୍ୟର ଅନ୍ତର୍ନିହିତ ଅବଧାରଣା, ପରିଭାଷା, ଉତ୍ସ ଏବଂ ପଦ୍ଧତିଗତ ଦିଗଗୁଡ଼ିକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବା ପାଇଁ ୫୦ଟି ପ୍ରମୁଖ ସୂଚକ ଲାଗି ମେଟାଡାଟାକୁ ମଧ୍ୟ ଏଥିରେ ଯୋଡାଯାଇଛି ।ସରକାରୀ ତଥ୍ୟ ଆଧାରରେ ଏହି ପ୍ରକାଶନର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ବିଷୟ ଉପରେ ଲିଙ୍ଗ-ବିଭାଜିତ ତଥ୍ୟ ପ୍ରଦାନ କରିବ। । ଏଥିରେ ଗ୍ରାମୀଣ-ସହରୀ ବର୍ଗୀକରଣ, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଏବଂ ଉପଲବ୍ଧ ହେବା ସ୍ଥିତିରେ ଠିକ୍‌ ସମୟରେ ସଂକେତକ ପ୍ରସ୍ତୁତ କରାଯାଇଛି । ଏହା ସାରା ଦେଶରେ ବିକଶିତ ହେଉଥିବା ଲିଙ୍ଗଗତ ଅସମାନତା ଏବଂ ବିକାଶ ଧାରା ବିଷୟରେ ଗଭୀର ଭାବେ ବୁଝିବାରେ ସାହାଯ୍ୟ କରିବ ।ପ୍ରମୁଖ ସାମାଜିକ-ଆର୍ଥିକ ସଂକେତକଗୁଡ଼ିକର ବିଶ୍ଳେଷଣ ପ୍ରସ୍ତୁତ କରି ତଥା ଉଦୀୟମାନ ଧାରାଗୁଡ଼ିକ ଉପରେ ଆଲୋକପାତ କରି, ଏହି ପ୍ରକାଶନ ନୀତି ନିର୍ଦ୍ଧାରକ, ଗବେଷକ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସମାବେଶୀ ଓ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଲିଙ୍ଗ-ସମ୍ବେଦନଶୀଳ ନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଲାଗି ମୂଲ୍ୟବାନ ପ୍ରମାଣ ପ୍ରଦାନ କରେ।‘‘ଭାରତରେ ମହିଳା ଓ ପୁରୁଷ ୨୦୨୫: ମନୋନୀତ ସଂକେତକ ଓ ତଥ୍ୟ’’ ନାମରେ ପ୍ରକାଶିତ ଏହି ଲେଖା ମନ୍ତ୍ରଣାଳୟର ୱେବସାଇଟ୍‌ (https://mospi.gov.in/ ) ରେ ଉପଲବ୍ଧ ।ପ୍ରକାଶନରେ ଦିଆଯାଇଥିବା ଏକ ପ୍ରମୁଖ ବିଶେଷତ୍ୱ ନିମ୍ନରେ ଦିଆଗଲା:ସର୍ବଭାରତୀୟ ସ୍ତରରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ ବୃଦ୍ଧି ପାଇଛି । ଏହା ୨୦୧୭-୧୯ରେ ୯୦୪ରୁ ବୃଦ୍ଧି ପାଇ ୨୦୨୧-୨୩ରେ ୯୧୭ରେ ପହଞ୍ଚିଛି । ଏହି ତଥ୍ୟ ମହିଳାଙ୍କ ଜୀବିତ ରହିବାର ହାରରେ ସୁଧାର ଆସିଥିବା ସଂକେତ ଦେଇଥାଏ ।୨୦୦୮ ରୁ ୨୦୨୩ ମଧ୍ୟରେ ପୁଅ ଓ ଝିଅ ଉଭୟଙ୍କ ପାଇଁ ଶିଶୁ ମୃତ୍ୟୁ ହାରରେ ଉଲ୍ଲେଖନୀୟ ଏବଂ ନିରନ୍ତର ହ୍ରାସ ଦେଖିବାକୁ ମିଳିଛି ।ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ସ୍ତରରେ ମହିଳା-ପୁରୁଷ ଲିଙ୍ଗଗତ ସମାନତା ହାସଲ କରାଯାଇଛି ।ଉଚ୍ଚଶିକ୍ଷାରେ ମୋଟ ନାମଲେଖା ଅନୁପାତ ୨୦୨୧-୨୨ ଏବଂ ୨୦୨୨-୨୩ ମଧ୍ୟରେ ମହିଳାଙ୍କ କ୍ଷେତ୍ରରେ ୨୮.୫ ରୁ ବୃଦ୍ଧି ପାଇ ୩୦.୨ ଏବଂ ପୁରୁଷଙ୍କ କ୍ଷେତ୍ରରେ ୨୮.୩ ରୁ କ୍ଷେତ୍ରରେ ୨୮.୯ ରେ ପହଞ୍ଚିଛି ।୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ପୁଅ ଏବଂ ଝିଅ ଉଭୟଙ୍କ ପାଇଁ ଶ୍ରମଶକ୍ତି ଅଂଶଗ୍ରହଣ ହାର ବୃଦ୍ଧି ପାଇଛି । ଗ୍ରାମୀଣ ମହିଳାମାନଙ୍କ କ୍ଷେତ୍ରରେ ଏହି ହାରରେ ସର୍ବାଧିକ ବୃଦ୍ଧି ଦେଖିବାକୁ ମିଳିଛି । ୨୦୨୨ ରୁ ୨୦୨୫ ମଧ୍ୟରେ ୩୭.୫ ପ୍ରତିଶତରୁ ୪୫.୯ ପ୍ରତିଶତକୁ ବୃଦ୍ଧି ପାଇଛି ।୨୦୧୭ ରୁ ୨୦୨୫ ମଧ୍ୟରେ ପରିଚାଳକ ପଦବୀରେ ନିଯୁକ୍ତ ପୁରୁଷଙ୍କ ସଂଖ୍ୟା ୭୩.୮୦ ପ୍ରତିଶତ ବୃଦ୍ଧି ପାଇଥିବାବେଳେ, ସେହି ସମୟ ମଧ୍ୟରେ ପରିଚାଳକ ପଦବୀରେ ନିଯୁକ୍ତ ମହିଳାଙ୍କ ସଂଖ୍ୟା ୧୦୨.୫୪ ପ୍ରତିଶତ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *