ଅଷ୍ଟମ ଦିନରେ ଶେଷ ହୋଇଛି “ଭିତର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାରର ଗଣତିର କାର୍ଯ୍ୟ।

ଅଷ୍ଟମ ଦିନରେ ଶେଷ ହୋଇଛି “ଭିତର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାରର ଗଣତିର କାର୍ଯ୍ୟ। କଡା ସୁରକ୍ଷା ମଧ୍ୟରେ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଅଷ୍ଟମ ଦିନରେ ଗତକାଲି ଶେଷ ହୋଇଛି। ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଚିରାଚରିତ ଭାବେ ତଦାରଖ କମିଟିର ବୈଠକ ପରେ ଶ୍ରୀମନ୍ଦିର ଭିତରକୁ ଟିମ୍ ପ୍ରବେଶ କରିଥିଲା। ଗତକାଲି ସମୁଦାୟ 3ଘଣ୍ଟା40 ମିନିଟ୍ ପର୍ଯ୍ୟନ୍ତ ଅଳଙ୍କାର ଗଣତି ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସଂଧ୍ୟା ୬ଟା୩0ରୁ ରାତି 10.10 ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ସ୍ୱଚ୍ଛତାର ସହ ସମ୍ପର୍ଣ୍ଣ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଭିତର ରତ୍ନଭଣ୍ଡାର ଭିତରେ ମହାପ୍ରଭୁଙ୍କ ଦୁର୍ଳଭ ହୀରା,,ନୀଳା,,ମୋତି,,ମାଣିକ୍ୟ ଭଳି ଅନେକ ରତ୍ନ ଖଚ୍ଛିତ ଅଳଙ୍କାର ଥିବାରୁ ଏହାକୁ ଚିହ୍ନଟ କରି ଗଣତି କରିବାକୁ ଯଥେଷ୍ଟ ସମୟ ଲାଗଥିଲା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସମସ୍ତ ଅଳଙ୍କାରର ଭିଡିଓଗ୍ରାଫି,, ଫଟୋଗ୍ରାପି,,3ଡି ମ୍ୟାପିଂ କରାଯାଇ ସୁରକ୍ଷିତ ଭାବେ ସିନ୍ଧୁକରେ ରଖାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ପୂର୍ବ ନିଷ୍ପତ୍ତି ମୁତାବକ ଆସନ୍ତା 23 ତାରିଖ,, 26,,28,,29 ଓ 30 ତାରିଖରେ ଅଳଙ୍କାର ଗଣତି କରାଯିବାକୁ ଥିବାବେଳେ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି। ମେ ମାସ 30 ତାରିଖ, ଶନିବାର ପଡୁଥିବାରୁ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସେହିଦିନ ଗଣତି କାର୍ଯ୍ୟ ବନ୍ଦ ରଖାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ଆସନ୍ତା 31 ତାରିଖରେ ଛତିଶାନିଯୋଗ ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି ଚୂଡାନ୍ତ ହୋଇ ପରିଚାଳନା କମିଟି ବୈଠକରେ ମୋହର ମରାଯିବା ପରେ ଜୁନ୍ ମାସର କୋଉକୋଉ ଦିନ ଗଣତି କରାଯିବ ସେନେଇ ଜଣାପଡିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି।

Leave a Reply

Your email address will not be published. Required fields are marked *