ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ସହ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ

କଳିଙ୍ଗନଗର, ମେ ୨୨, ୨୦୨୬: ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଅବସରରେ ଶୁକ୍ରବାର ଦିନ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଏହାର କାରଖାନା ପରିସରର ବିଭିନ୍ନ ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପରିବେଶର ସୁରକ୍ଷା ଏବଂ ସବୁଜିମା ବୃଦ୍ଧି କରିବା ପାଇଁ କମ୍ପାନୀର ଏହି ନିରନ୍ତର ପ୍ରୟାସ ଏହାର ପ୍ରତିବଦ୍ଧତାକୁ ଦର୍ଶାଉଛି।ଏହି ଅବସରରେ କମ୍ପାନୀ କର୍ମଚାରୀ ଏବଂ ଠିକା କର୍ମଚାରୀମାନଙ୍କ ସମେତ ୨୦୦ ରୁ ଅଧିକ ଲୋକ ଉତ୍ସାହର ସହ ସ୍ଵେଚ୍ଛାକୃତ ଭାବେ ଏଥିରେ ସାମିଲ ହୋଇ ବିଭିନ୍ନ ପ୍ରଜାତିର ୫୦୦ ରୁ ଅଧିକ ଦେଶୀ କିସମର ଚାରା ରୋପଣ କରିଥିଲେ। ଟାଟା ଷ୍ଟିଲ୍ କଳିଙ୍ଗନଗରର ପରିବେଶ ବିଭାଗ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳର ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ସହ ଜୈବ ବିବିଧତାକୁ ବୃଦ୍ଧି କରିବା ପାଇଁ କମ୍ପାନୀ ଯେଉଁ ବଡ଼ ଯୋଜନା କରିଛି, ଏହା ସେହି ଯୋଜନାର ଏକ ଅଂଶ ଅଟେ।ନିଜର କର୍ମଚାରୀ ଏବଂ ବ୍ୟବସାୟିକ ସହଯୋଗୀମାନଙ୍କୁ ଏଥିରେ ସାମିଲ କରି ଟାଟା ଷ୍ଟିଲ୍ କଳିଙ୍ଗନଗର ଏକ ଦୀର୍ଘସ୍ଥାୟୀ ପରିବେଶ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ ଶିଳ୍ପ ଅଭିବୃଦ୍ଧି ଏବଂ ପ୍ରକୃତି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପ୍ରକ୍ରିୟାକୁ ଜାରି ରଖିଛି।

Leave a Reply

Your email address will not be published. Required fields are marked *