ବରିଷ୍ଠ ନାଗରିକଙ୍କ ନିମନ୍ତେ ଦେୟମୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ତା 22.05..26 ରିଖରେ ପୁରିସ୍ଥିତ ଜିଲ୍ଲା ସଂସ୍କୃତି ଭବନଠାରେ ଏକ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି! ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜିଲ୍ଲା ପ୍ରଶାସନ ପୁରୀଙ୍କ ସହାୟତାରେ ଓ ନାରୀ ମଙ୍ଗଳ ମହିଳା ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ବରିଷ୍ଠ ପୁରୁଷ ଓ ମହିଳା ଉପସ୍ଥିତ ରହି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଆବଶ୍ୟକୀୟ ଔଷଧ ଗ୍ରହଣ କରିଥିଲେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦେଶ ରେ ଡ଼. ଗିରିଶ ଚନ୍ଦ୍ର ବେହେରା, ଡ଼. ସୌରଭ ଦାସ, ଡ଼. ଶରତ ମହାପାତ୍ର, ଡ଼. ଶୁଭେନ୍ଦୁ ସମେତ ପ୍ରିତିଶ କୁମାର ସାହୁ ଓ ଜଗଦୀଶ ମହାନ୍ତି ପାରାମେଡିକାଲ ଉପସ୍ଥିତ ରହି ସ୍ୱାସ୍ଥ୍ୟ

ପରୀକ୍ଷା, ରକ୍ତ ନମୁନା ପରୀକ୍ଷା ଓ ରକ୍ତଚାପ ପରୀକ୍ଷା ଇତ୍ୟାଦି କରି ଆବଶ୍ୟକୀୟ ପରାମର୍ଶ ଓ ଔଷଧ ପ୍ରଦାନ କରିଥିଲେ! ଏହି ଶିବିର ରେ ବରିଷ୍ଠ ନାଗରିକଙ୍କ ସମସ୍ୟା ସମ୍ପର୍କିତ ଆଲୋଚନା କରାଯିବା ସହିତ ସେବା ପ୍ରଦାନକରି ବିଶେଷଜ୍ଞମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମସ୍ତ ବରିଷ୍ଠ ମାନଙ୍କୁ ଛତା ପ୍ରଦାନ କରାଯଇଥିଲା l ଗ୍ରୀଷ୍ମ ପ୍ରବହାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ବ୍ୟବସ୍ଥା ଆୟୋଜନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ସମ୍ପାଦିକା ସସ୍ମିତା ପଣ୍ଡା ଓ ଉପଦେଷ୍ଟା ପ୍ରକାଶ ରାଉତରାୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *