ମାଲକାନଗିରି ରେ ନିଆରା ଶୈଳୀ ରେ ପାଳିତ ହେଲା ସ୍ୱାଭିମାନ ଦିବସ
ଜିଲ୍ଲା ସଦର ମହକୁମାଠାରେ ଅବସ୍ଥିତ ଘଡାଇ ମହାବିଦ୍ୟାଳୟ ପ୍ରାଙ୍ଗଣରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ତେ ପୁଷ୍ପ।ର୍ପଣ ମଙ୍ଗଳ ଆଳତି ଓ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ସହ ସ୍ୱାଭିମାନ ଦିବସ ପାଳନ କରିଥିଲେ ଛାତ୍ରଛାତ୍ରୀ।ଅନୁଷ୍ଠାନ ପକ୍ଷରୁ ପରିଚାଳନା ସମ୍ପାଦକ ଡ଼ଃ ସୁରେଶ ଚନ୍ଦ୍ର ଘଡାଇ ,+୨ ଅଧ୍ୟକ୍ଷ ସତ୍ୟବ୍ରତ ସାମଲ,+୩ ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ ଓ ଶ୍ରୀମତୀ ଘଡାଇ ନିମନ୍ତ୍ରିତ ଅତିଥି ମାନଙ୍କୁ ଭବ୍ୟ ସ୍ଵାଗତକରିଥିଲେ ।ମୂଖ୍ୟ ଅତିଥି ଭାବେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦବର ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଗୋଲକ ଚନ୍ଦ୍ର ଦଳାଇ ଓ ସମ୍ମାନୀତ ଅତିଥି ଭାବରେ ଡ଼ଃ ସରୋଜ କୁମାର ଦାଶ,ରବିନ୍ଦ୍ର ମହାରଣା ଓ ଅନ୍ୟ ମନଙ୍କ ମଧ୍ୟରେ ସୁଶ୍ରୀ ବିଜୟଲକ୍ଷ୍ମୀ

ସେଠୀ,ଅଙ୍ଗୁରବାଳା ସ୍ୱାଇଁ ଓ ସମ୍ବାଦ ସାହିତ୍ୟ ଘର ର ରଞ୍ଜନ କୁମାର ସ୍ବାଇଁ ଏବଂ ସୁକାନ୍ତ ସାହୁ ଏବଂ ପତ୍ରକାର ପ୍ରେମାନନ୍ଦ ପରିଛା ଏଥିରେ ଯୋଗଦେଇ ସେମାନଙ୍କ ସମ୍ଭାଷଣ ରେମଧୁବାବୁ ଙ୍କ ଜୀବନୀ, ଆଦର୍ଶ ଓ ସ୍ୱାଭିମାନ ଦିବସ ପାଳନ ପଛରେ ଥିବାଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ସବିଶେଷ ଆଲୋଚନା କରିଥିଲେ।ଶ୍ରୀଯୁକ୍ତ ଗୋଲକ ଚନ୍ଦ୍ର ଦଳାଇ ଙ୍କ ଦ୍ବାରା ଓଡ଼ିଆ ଭାଷାର ଶୁଦ୍ଧ କଥନ , ଲିଖନ ଓ ପଠନ ଉପରେ ପର୍ଯ୍ୟବେଷିତ ଏକ ବ୍ୟାକରଣ ପୁସ୍ତକ ଉନ୍ମୋଚନ କରାଯାଇ ତାହାର ଉପଯୋଗୀତା ଓ ସମୀକ୍ଷା କରାଯାଇଥିଲା।ଛାତ୍ରଛାତ୍ରୀମାନେ ସ୍ୱାଭିମାନ ବଜାୟ ରଖିବା ପାଇଁ ତଥାଓଡ଼ିଆ ଭାଷାର ଶୁଦ୍ଧତା ରକ୍ଷା କରିବା ପାଇଁ ଶପଥ ଗ୍ରହଣ କରିଥିଲେ।ଧନ୍ୟବାଦ ଅର୍ପଣ ସହ ସଭା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
