ରାଜ୍ୟ ତଥା ପୁରୀରେ ପ୍ରଥମ ଥର ପାଇଁ ବ୍ରିକ୍ସ ସମ୍ମିଳନୀ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି।

ରାଜ୍ୟ ତଥା ପୁରୀରେ ପ୍ରଥମ ଥର ପାଇଁ ବ୍ରିକ୍ସ ସମ୍ମିଳନୀ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି। ବଳିଆପଣ୍ଡା ସ୍ଥିତ ହୋଟେଲ ତାଜ୍ ରେ ଆସନ୍ତା ଜୁନ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ହେବ ଏହି ସମ୍ମିଳନୀ। ବ୍ରିକ୍ସ ସଦସ୍ୟଙ୍କ ପାଇଁ ଆତିଥ୍ୟତା ,ସୁରକ୍ଷାକୁ ଦିଆଯିବ ଗୁରୁତ୍ଵ। ଉକ୍ତ ସ୍ଥାନରେ ଟ୍ରାଫିକ ସୁପରିଚାଳନା ,ସାଧାରଣ ଲୋକଙ୍କ ଯାତାୟାତ ପାଇଁ ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କଟକଣା ନ ଥିବା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ବିଶ୍ୱ ବିପର୍ଯ୍ୟୟ ପରିଚାଳନା ସୂତ୍ର ପାଇଁ ପୁରୀରେ ହେବ ବ୍ରିକସ୍ ରାଷ୍ଟ୍ର ସମୁହର ବୈଠକ । ବ୍ରିକସ୍ ରିଡକ୍ସନ ୱାର୍କିଂ ଗ୍ରୁପ୍ ର ଦ୍ଵିତୀୟ ବୈଷୟିକ ସମ୍ମିଳନୀ ପ୍ରଥମ କରି ପୁରୀରେ ହେବ ।ବ୍ରାଜିଲ,ଇଜିପ୍ଟ ,ଇଥିଓପିଆ,ଇଣ୍ଡୋନେସିଆ ,ଚାଇନା,ଇରାନ,ରୁଷିଆ, ସାଉଦି ଆରବ ଆଦି ଦେଶରେ ପ୍ରତିନିଧି ଯୋଗଦେବେ। ଓଡ଼ିଶାକୁ ପ୍ରଥମଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜନ ଭାବେ ଚୟନ କରାଯାଇଛି।ବିପର୍ଯ୍ୟୟ ପରିଚାଳନା ,ପ୍ରତିରୋଧକ୍ଷମତା ବୃଦ୍ଧି ସମ୍ପର୍କରେ ହେବ ଆଲୋଚନା।ତେବେ ଏ ନେଇ ପୁରୀରେ ପ୍ରସ୍ତୁତି ଜୋରଦାର ହୋଇଛି।ସୁରକ୍ଷା,ସ୍ବଛତା ତଥା ଆତିଥେୟତା ଦିଗରୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲପାଳ।ସମ୍ମିଳନୀରେ ଯୋଗଦେବାକୁ ଥିବା ସମସ୍ତ ଦେଶର ପ୍ରତିନିଧି ମାନଙ୍କ ଆତିଥେୟତା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ପୋଲିସ ଫୋର୍ସ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ହୋଟେଲ ତାଜ୍ ରିସର୍ଟ ଆଖାପଖ ଅଞ୍ଚଳକୁ ମଧ୍ୟ ସୁରକ୍ଷା ବଳୟରେ ରଖାଯିବା ସହ ପ୍ରତିନିଧି ଅତିଥି ମାନେ କିଭଳି ସୁରକ୍ଷା ପାଇବେ ସେନେଇ ବ୍ୟାପକ ବନ୍ଦୋବସ୍ତ କରାଯାଉଛି ବୋଲି ଏସପି କହିଛନ୍ତି। ସେପଟେ ଅନୁଷ୍ଠିତ ହେବାକୁଥିବା ସମ୍ମିଳନୀକୁ ପୁରୀବାସୀ ସ୍ୱାଗତ କରିଛନ୍ତି l

Leave a Reply

Your email address will not be published. Required fields are marked *