ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ

ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଇତାପତି ନିଯୋଗର ସମସ୍ତ ସଦସ୍ୟ, ସଭାପତି, ସମ୍ପାଦକ ଭାଗ ନେଇଥିଲେ। ବିଶେଷ କରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ଅନୁଷ୍ଠିତ ହେବ। ଶୃଙ୍ଖଳିତ ପହଣ୍ଡି ପାଇଁ ତିନି ରଥରେ ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା ଅନୁଯାୟୀ ସେବା ସମ୍ପୃକ୍ତ ସେବାୟତ ମାନେ ଉପସ୍ଥିତ ରହିବେ। ରଥ ଉପରେ ଅଯଥାରେ ଅଧିକ ସେବାୟତ ଉପସ୍ଥିତ ରହିବେ ନାହିଁ। ତେବେ ରଥଯାତ୍ରାରେ ମହାପ୍ରଭୁଙ୍କ ସେବା ପୂଜାକୁ ଶୃଙ୍ଖଳିତ କରିବା ପାଇଁ ଦଇତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦଇତାପତି ସେବକ କହିଛନ୍ତି। ବାଇଟ୧- ଭବାନୀ ଦାସମହାପାତ୍ର, ବରିଷ୍ଠ ଦଇତାପତି l

Leave a Reply

Your email address will not be published. Required fields are marked *