ବୁଦ୍ଧ ପୂର୍ଣ୍ଣିମାରେ ମତ୍ତଗଜପୁରରେ ଭବ୍ୟ ବୁଦ୍ଧ ମୂର୍ତ୍ତି ସ୍ଥାପନ:

ବୁଦ୍ଧ ପୂର୍ଣ୍ଣିମାରେ ମତ୍ତଗଜପୁରରେ ଭବ୍ୟ ବୁଦ୍ଧ ମୂର୍ତ୍ତି ସ୍ଥାପନ: ବୌଦ୍ଧ ଧର୍ମର ପୁନରୁତ୍ଥାନ ପାଇଁ ଆହ୍ୱାନତିର୍ତ୍ତୋଲ:ବୁଦ୍ଧ ପୂର୍ଣ୍ଣିମା ଅବସରରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତର ମତ୍ତଗଜପୁର ଗ୍ରାମରେ ଜଗତଜ୍ୟୋତି ତଥାଗତ ଗୌତମ ବୁଦ୍ଧଙ୍କର ଭବ୍ୟ ଶିଳାମୂର୍ତ୍ତି ସ୍ଥାପନା ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ପ୍ରଭାତରୁ ପୂର୍ଣ୍ଣତୋୟା ପାଇକା ନଦୀରୁ କଳସ ଶୋଭାଯାତ୍ରା ବାହାରି ବୁଦ୍ଧ ବିହାର ପର୍ଯ୍ୟନ୍ତ ପହଞ୍ଚିଥିଲା। ପରେ ବୌଦ୍ଧ ରୀତିନୀତି ଅନୁସାରେ ଘଟ ସ୍ଥାପନା କରାଯାଇ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ଶ୍ରଦ୍ଧାଳୁମାନେ ପୁଷ୍ପାଞ୍ଜଳି ଅର୍ପଣ କରି ଆଧ୍ୟାତ୍ମିକ ଶାନ୍ତି ଅନୁଭବ କରିଥିଲେ।ଏହା ପରେ ଏକ ବୌଦ୍ଧିକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ସଭାରେ ଅତିଥିମାନେ ମତ ପ୍ରକାଶ କରି କହିଥିଲେ ଯେ, ପ୍ରାଚୀନ ଶିଳାଲେଖ ଓ ଇତିହାସରୁ ଭାରତରେ ବୌଦ୍ଧ ଧର୍ମର ଗଭୀର ମୂଳ ଥିବା ସତ୍ୱେ, ଆଧୁନିକ ସମୟରେ ତାହାର ପ୍ରଚଳନ କମିଥିବା ଦେଖାଯାଉଛି। ସେମାନେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଭାରତରେ ଜନ୍ମିତ ଗୌତମ ବୁଦ୍ଧଙ୍କୁ ନିଜ ଦେଶରେ ଯଥାଯଥ ସମ୍ମାନ ମିଳୁନଥିବା ଦୁଃଖଦ ଅଟେ, ଯେଉଁଥିରେ ବିଶ୍ୱର ୧୪୩ଟି ଦେଶରେ ବୌଦ୍ଧ ଧର୍ମାନୁୟାୟୀମାନେ ବିସ୍ତାରିତ ଅଛନ୍ତି।ସଭାର ସଭାପତିତ୍ୱ କରିଥିଲେ ଭୁବନେଶ୍ୱରର ଉଚ୍ଚ ନ୍ୟାୟାଳୟର ଆଇନୀଜୀବୀ ପ୍ରଦୀପ କୁମାର ମଲ୍ଲିକ। ୟୁନିଭରସାଲ ବୁଦ୍ଧ ଫାଉଣ୍ଡେସନ, ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଂ. ବେଦଦ୍ୟୁତି ପୃଷ୍ଟି ଉପସ୍ଥିତ ଥିବାବେଳେ, ସମ୍ମାନୀୟ ଅତିଥି ଭାବେ ଅମୀୟ କୁମାର ସେଠୀ, ରବୀନ୍ଦ୍ର ନାଥ ସେଠୀ, ବାବାଜୀ ମଲ୍ଲିକ, ଅଞ୍ଜନ ମଲ୍ଲିକ, ପ୍ରଭାତ କୁମାର ସେଠୀ, ମୁରଲୀଧର ସେଠୀ, ପ୍ରମୋଦିନୀ ମଲ୍ଲିକ ଓ ମଞ୍ଜୁଲତା ସେଠୀ ଯୋଗଦେଇଥିଲେ।ବୌଦ୍ଧ ଶିଷ୍ୟ ନୀଳକଣ୍ଠ ଦାସ କର୍ତ୍ତା ଭାବେ ଉପସ୍ଥିତ ଥିବାବେଳେ ବୌଦ୍ଧ ମନ୍ତ୍ର ଉଚ୍ଚାରଣ ବାବାଜୀ ମଲ୍ଲିକ ଓ ଅମୀୟ ସେଠୀ କରିଥିଲେ।ଅନ୍ତେ, ତିର୍ତ୍ତୋଲ ଅଞ୍ଚଳର ଅଧୀର କୁମାର ରାଉତଙ୍କୁ ବହୁବାର ରକ୍ତଦାନ କରି ଜୀବନ ରକ୍ଷାରେ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ସହିତ ସମାଜସେବୀ, ସାମ୍ବାଦିକ ଓ ସଂସ୍କୃତିକ କଳାକାରମାନଙ୍କୁ ମଧ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା।ରବୀନ୍ଦ୍ର କୁମାର ମଲ୍ଲିକଙ୍କ ତତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସଫଳ ଭାବେ ପରିଚାଳିତ ହୋଇଥିବା ବେଳେ, ଗ୍ରାମର ଯୁବକମାନଙ୍କର ସକ୍ରିୟ ସହଯୋଗ ଉଲ୍ଲେଖନୀୟ ଅଟେ l

Leave a Reply

Your email address will not be published. Required fields are marked *