ଚନ୍ଦନ ଯାତ୍ରା ରେ “ପ୍ରଣତି କଳା ମନ୍ଦିର “ର ଭକ୍ତି ସଙ୍ଗୀତ

ଚନ୍ଦନ ଯାତ୍ରା ରେ “ପ୍ରଣତି କଳା ମନ୍ଦିର “ର ଭକ୍ତି ସଙ୍ଗୀତ ଶ୍ରୀକ୍ଷେତ୍ରରେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ୨୦୨୬ରେ ନରେନ୍ଦ୍ର ପୁଷ୍କରିଣୀ ସନ୍ନିକଟରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଆୟୋଜିତ ଭକ୍ତିସଙ୍ଗୀତ ସମାରୋହରେ ୪ ମେ ସୋମବାର ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପୁରୀର “ପ୍ରଣତି କଳା ମନ୍ଦିର “ଅନୁଷ୍ଠାନର କଣ୍ଠଶିଳ୍ପୀ ମାନେ ଗୁରୁ ପ୍ରକାଶ କୁମାର ରଥ ଙ୍କ ନିର୍ଦ୍ଦେଶନାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଓଡିଶୀ, ଛାନ୍ଦ, ଭଜନ ଏବଂ ଚନ୍ଦନ ଗୀତ ପରିବେଷଣ କରି ଜଗନ୍ନାଥ ପ୍ରେମୀ ଭକ୍ତଗଣ ତଥା ଶ୍ରୋତା ମାନଙ୍କ ମନ ମୋହିନେଇଥିଲେ, ବାଦ୍ୟଯନ୍ତ୍ର ରେ ସହଯୋଗୀତା କରିଥିଲେ ଗୁରୁ ହରିଶ ଚନ୍ଦ୍ର ଦାସ, ଦେବାଶିଷ ଦାସ, ଗୁରୁ ସୁଶିଲ କୁମାର ଦାଶ ଏବଂ ମାଧବ ଶ୍ରୀନନ୍ଦନ ସାହୁ, ଅନୁଷ୍ଠାନ ର ସମ୍ପାଦକ ଡ଼ଃ ରାଧେଶ୍ୟାମ ରଥ, ସବିତା ହରିଚନ୍ଦନ, ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ, ରାମକୃଷ୍ଣ ମହାପାତ୍ର,ଗୁରୁ ଆର୍ତ୍ତତ୍ରାଣ ଶତପଥି,କୃଷ୍ଣ ଚନ୍ଦ୍ର କାନୁନଗୋ, କିଶୋର ଚନ୍ଦ୍ର ସାହୁ, ବିଜୟ ପଣ୍ଡା,ବୁଦ୍ଧଦେବ ମହାପାତ୍ର ଚକ୍ରଧର ମହାପାତ୍ର ଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା,ଅନୁଷ୍ଠାନ ତରଫରୁ ଶ୍ରୀମନ୍ଦିର ପ୍ରଶାସନ କୁ ଅଶେଷ ଧନ୍ୟବାଦ ପ୍ରଦାନ କରାଯାଇଥିଲା l

Leave a Reply

Your email address will not be published. Required fields are marked *