ନବରଙ୍ଗପୁର ଅମୃତ କାଳ ସାଂସ୍କୃତିକ ସମାରୋହ ଉଦଯାପିତ

ନବରଙ୍ଗପୁର ତା ୨୮.୫.୨୦୨୬:ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ ଦୁଇଦିନିଆ ଅମ୍ରିତ କାଳ ସାଂସ୍କୃତିକ ସମାରୋହ ଆଜି ଉଦଯାପିତ ହୋଇଛି।ଉଦଯାପିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରମୋଦ କୁମାର ପୃଷ୍ଟି ଏବଂ ସମ୍ମାନୀତ ଅତିଥି ଭାବରେ ନଗରପାଳ କୁନୁ ନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ,ଯୋଗ ଦେଇଥିଲେ lକେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଅନୁକୂଲ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅମ୍ରିତକାଳ ସାଂସ୍କୃତିକ ସମାରୋହ ମାଧ୍ୟମରେ ଏକ ବିକଶିତ ଭାରତର ଯେଉଁ ପରିକଳ୍ପନା କରାଯାଇଛି ତାହା ଭାରତ ତଥା ଓଡ଼ିଶାର ସଂସ୍କୃତି ସମ୍ପନ୍ନ ନୃତ୍ୟ, ସଂଗୀତକୁ ଗରିମାମୟ କରିପାରିଛି ଏବଂ ଏହି ସମାରୋହ ମାଧ୍ୟମରେ ସ୍ଥାନୀୟ କଳାକାରମାନେ ନିଜର ନୃତ୍ୟ କଳା ପ୍ରଦର୍ଶନ କରିପାରିଛନ୍ତି।

ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଦୁଇ ଦିନଧରି ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ ସମାରୋହର ଉଦଘାଟନୀ ସନ୍ଧ୍ୟାରେ ପୁରୁଷୋତ୍ତମ କଳା କେନ୍ଦ୍ର, ନବରଙ୍ଗପୁର ଗୋଣ୍ଡି ନୃତ୍ୟ ଦଳ, ରାଇଘର ଘୁମୁରା ନୃତ୍ୟ ଦଳ, ଚନ୍ଦାହାଣ୍ଡି ଗୋଟି ବାଜା ଦଳ, ଉମରକୋଟ ସାଇରମ କଳା କେନ୍ଦ୍ର, ନବରଙ୍ଗପୁର ଇତ୍ୟାଦି ପାରମ୍ପରିକ ନୃତ୍ୟ ଓ ଲୋକକଳା ମାନ କଳାକାର ମାନେ ନିଜର ନୃତ୍ୟ ପରିବେଷଣ କରିଥିଲେ।କଳାକାର ଗ୍ରୁପ ମାନଙ୍କୁ ପୂର୍ବାଞ୍ଚଳ କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ନବରଙ୍ଗପୁର ଜିଲ୍ଲାର କଳାକାର ମାନଙ୍କୁ ଉତ୍ସାହିତ କରିବାକୁ କଲିକତା ସ୍ଥିତ ପୂର୍ବାଞ୍ଚଳ କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ରଙ୍କ ଉଦ୍ୟମକୁ ସହଯୋଗ ଦେଇଛନ୍ତି ନବରଙ୍ଗପୁର ଜ଼ିଲ୍ଲା ପ୍ରଶାସନ।ଏହି ଅବସରରେ ଗୁରୁମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇ ଥିଲା।ଉଦଘୋଷିକା ଭାବେ ଜି ଭି କେ ରଂଜିତା ମଞ୍ଚ ସଂଚାଳନ କରିଥିଲେ ଓ ବିଭୁ ପ୍ରସାଦ ମିଶ୍ର ଇଭେଣ୍ଟ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *