ସାଇ ଵିଦ୍ଵାନ କୋଚିଂ ସେଣ୍ଟରର ରେକର୍ଡ। ପୋଛି ନେଲା 1 ରୁ 28 ଟପ୍ପର।

ନିମାପଡ଼ା ( ) ଚଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ନିମାପଡ଼ା କଲେଜ ଟପ୍ପର ହୋଇଛନ୍ତି ଆଦିତ୍ୟ ସ୍ୱରୂପ ସାହୁ। ଆଦିତ୍ୟ ନିମାପଡ଼ା ଗୁହାଳପଡା ସ୍ଥିତ ସାଇ ଵିଦ୍ଵାନ କୋଚିଂ ସେଣ୍ଟରରେ ଅଧ୍ୟୟନ କରୁଥିଲେ। ଆଦିତ୍ୟ 576(96%) ରଖି ସମଗ୍ର ନିମାପଡ଼ାକୁ ଗୌରଵାନିତ କରିଛନ୍ତି। ଆଜି ପର୍ଯ୍ୟନ୍ତ ନିମାପଡ଼ା କଲେଜର ସମସ୍ତ ଟପ୍ପରଙ୍କ ଠାରୁ ସର୍ବାଧିକ ମାର୍କ ରଖିଛନ୍ତି ଆଦିତ୍ୟ।୨୦୨୦ ମସିହାରୁ 2026 ପର୍ଯ୍ୟନ୍ତ ନିମାପଡ଼ା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ସୃଷ୍ଟି କରି ରେକର୍ଡ କରିଛି ସାଇ ବିଦ୍ୱାନ କୋଚିଂ ସେଣ୍ଟର। ୨୦୨୬ ଶିକ୍ଷା ବର୍ଷରେ A1 ୯୦ ଶତକଡାରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କ ସଂଖ୍ୟା ହେଉଛି ୨୮। ସେମାନଙ୍କ ମଧ୍ୟରୁ ଆଦିତ୍ୟ ସ୍ୱରୂପ ସାହୁ ୫୭୬(୯୬%) ଶତକଡା ରଖି ପ୍ରଥମ ସ୍ଥାନ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେ ମଧ୍ୟ ସାରା ଓଡ଼ିଶାରେ ୨୭ତମ ସ୍ଥାନ ଅଧିକାର କରିଛନ୍ତି। ପଦାର୍ଥ ବିଜ୍ଞାନ ଭଳି କଷ୍ଟ ବିଷୟରେ ମଧ୍ୟ ୬ ଜଣ ଛାତ୍ରଛାତ୍ରୀ ୧୦୦ ରୁ ୧୦୦ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଦିତ୍ୟ ସର୍ବଦା ଅଧ୍ୟୟନକୁ ନେଇ ତତ୍ପର ରହିଥିବା ବେଳେ ଦିନକୁ 8 ରୁ 10 ଘଣ୍ଟା ପାଠ ପଢୁଥିଲେ। ଏ ସଫଳତା ପାଇଁ ସେ କୋଚିଂ ସେଣ୍ଟରର ଅଧ୍ୟକ୍ଷ ଦେବବ୍ରତ ଦାସଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି। ନିମାପଡ଼ା ଅଂଚଳରେ ସାଇ ବିଦ୍ୱାନ କୋଚିଂ ସେଣ୍ଟରର ଏହି ରେକର୍ଡ ସଂଖ୍ୟକ ଛାତ୍ର ଛାତ୍ରୀଙ୍କ ସଫଳତା ପାଇଁ ଅଧ୍ୟକ୍ଷ, ଅଭିଭାବକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି।

Leave a Reply

Your email address will not be published. Required fields are marked *