ଆଗାମୀ ଦିନରେ ଖଣ୍ଡ ଖଣ୍ଡ ହୋଇଯିବ ବିଜେପି ? ସୁମିତ୍ରା ଜେନା।
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳର ନାରୀ ଅଧିକାର ଅଭିଯାନ ବିଶାଳ ମହିଳା ସମାବେଶ ” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ନବୀନ ଙ୍କ ଖାସ୍ ଅନୁଗତ ବରିଷ୍ଟ ନେତ୍ରୀ ତଥା ରାଜ୍ୟ ବିଜେଡ଼ି ଉପ ସଭାନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନା ଏହି ସଭାରେ ଅଚାନକ ଯୋଗଦେଇ ଥିଲେ, ପ୍ରଥମ ଥର ତାଙ୍କର ଜଗତସିଂହପୁର ମାଟି ଗ୍ରସ୍ତ ହୋଇଥିବାରୁ ବହୁ ନାରୀନେତ୍ରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସଭାକୁ ନିମନ୍ତ୍ରିତ କରିଥିଲେ । ଏହାପରେ ଗଣମାଧ୍ୟମ ପ୍ରତିନିଧୀ ମାନେ ଆଜିର ଏହି ମହିଳା ଜନତା ଦଳର ନାରୀ ଅଧିକାର ଅଭିଯାନ ବିଷୟରେ ପଚାରିବାରୁ ସୁମିତ୍ରା କହିଥିଲେ ଯେ ଭାରତ ବର୍ଷ ପରେ ରାଜ୍ୟରେ ଯେଉଁ ଡବଲ ଇଞ୍ଜିନ ସରକାର ଚାଲିଛି ସେହି ସରକାର ଆପଣମାନେ ଦେଖିବେ ଆଉ କେତେଦିନ ରହିବ । ଯେଉଁ ଗଛ ବହୁତ୍ ଦଲଦି ବଢ଼େ ସେ ଗଛ ବହୁତ୍ ଜଲଦି ଭୂମିରୁ ଲୋପପାଏ । ଠିକ୍ ସେହିଭଳି ରାଜ୍ୟରେ ଚାଲିଛି ବିଜେପି ସରକାର ରାଜ୍ୟର ଲୋକେ ଜାଣି ସାରିଲେଣି ଏହି ମୋହନ ସରକାର ର ଦମ୍ କେତେ ? ଯେଉଁ ନାରୀ ଜାତିକୁ ଆମ ଦଳର ମୁଖିଆ ଘର ହାଣ୍ଡି ଶଶାଳ ରୁ ବାହାର କରି ଆଜି ନିଜ ଗୋଡ଼ରେ ନିଜେ ବଂଚିବା ସହିତ କିଭଳି ସାରା ଜଗତକୁ ବଞ୍ଚାଇ ପାରିଛି । ଆମ ନାରୀ ଜାତିକୁ ଏ ଡବଲ ଇଞ୍ଜିନ ସରକାର ଆସୁ ଆସୁ ପ୍ରଥମେ ପଛପଟୁ ଧକ୍କା ମାରିଛି ! କେବଳ ସେତିକି ନୁହେଁ ନାରୀ ଆଜି ବାଟରେ ଘାଟରେ ଯିବା ଆସିବା କରିବା ସୁରକ୍ଷିତ ନୁହେଁ, କାରଣ ରାଜ୍ୟରେ ଏତେ ମାତ୍ରାରେ ଚୋରି, ଡକାୟତି,ରାହାଜାନୀ ସହିତ ଦିନ ଦୁଇ ପ୍ରହର ରେ ବିଚ୍ ରାସ୍ତା ଉପରେ ମର୍ଡର ଭଳି ଘଟଣା ଆଜି ଆମ ନାରୀ ଜାତିକୁ ବ୍ୟଥିତ କରିଛି । ଏହା ଆପଣ ମାନଙ୍କୁ ଅଛପା ନାହିଁ । ଯାହାକି ରାଜ୍ୟରେ ଆଇନୀ ଶୃଙ୍ଖଳା ପରିସ୍ଥିତି ଦୀନକୁ ଦିନ ଜଟିଳ ହେବାରେ ଲାଗିଛି ।

ସେହିପରି ଏହି ବିଜେପି ସରକାର ଆସୁ ଆସୁ ପ୍ରଥମ ପାହାଚରେ ନାରୀ ଜାତିକୁ ସୁଭଦ୍ରା ଯୋଜନା କରି ଠକିବାକୁ ପଛାଇ ନାହାନ୍ତି। କହିଲେ ଏକାଥରେ ୫୦ ହଜାର ଟଙ୍କା ଦେବୁ କିନ୍ତୁ ନିର୍ବାଚନ କାମ ସରିଲା ଓ ସରକାର କୁ ଆସିଲା ପରେ ପରେ ଦେଲେ ୬ ମାସକୁ ୫ହଜାର। ପଚାରିଲା ବେଳେ କହୁଛି ସରକାର ଦେଇଛନ୍ତି ଛେଳି କିଣି ମହିଳା ସ୍ୱାବଲମ୍ବୀ ହେବାକୁ ! ଏଇଟା କଣ ମହିଳା ଙ୍କ ପାଇଁ ପ୍ରଥମ ପାହାଚରେ ଝୁଣ୍ଟିବା ସଦୃଶ ନୁହେଁକି ? ସେହିଭଳି ମହିଳା ସଂରକ୍ଷଣ ବିଲ୍ ନାମରେ ଡୁମ୍ ଡୁମା ପିଟିଥିବା ଏହି ବିଜେପି ଦଳ ଭିତିରି ରହସ୍ୟ ଅଛି କିଛି ଅଲଗା, ଆମ ଦଳର ମୁଖିଆ ଯେତେବେଳେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ରାଜ୍ୟରେ କରିଥିଲେ ବିଜେପି କେନ୍ଦ୍ର ସରକାର କେଉଁଠି ଥିଲା ସେବେଳେ ? ଯାହାକି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି। କଣ ଏମାନେ ଭାବୁଛନ୍ତି ମହିଳା ମାନେ ସେମାନଙ୍କ ହାତର କଣ୍ଢେଇ ? ସବୁ ଏହି ରାଜ୍ୟର ମହିଳା ଜାଣି ସାରିଲେନି କେବଳ ସମୟ ଆସୁ ରାଜ୍ୟ ବାସୀ ସେମାନଙ୍କୁ ଠିକ୍ ସମୟରେ ଠିକ୍ ଜବାବ୍ ଦେବେ ଏହି ଭାରତୀୟ ଜନତା ପାର୍ଟିର ସରକାର କୁ । ଏଠି ଯେଉଁ ସହ ସହ ସଂଖ୍ୟାରେ ମହିଳା ଦେଖୁଛନ୍ତି ତାଙ୍କୁ ଗତ ରାତ୍ରିରେ ସଭାକୁ ନ ଯିବା ପାଇଁ କୁଜି ନେତାକୁ ପଠାଇ ଭୟ ଦେଖାଇଥିଲେ ମଧ୍ଯ ଆମ ଦଳର ମୁଖିଆ ଙ୍କୁ କେବଳ ଭଲ ପାଇ ଦେଖନ୍ତୁ ଆଜି ଏହି ସଭାରେ କେତେ ମହିଳା ମାନେ ସେମାନଙ୍କ କାମ କୁ ପଛରେ ପକାଇ ଶ୍ଵ ଇଚ୍ଛା ରେ ଆସିଛନ୍ତି କେବଳ ଆମ ନେତା ନବୀନ ଙ୍କ ପାଇଁ । ଦେଖିବେ ଆଗକୁ ପ୍ରତି ଜିଲ୍ଲା ରେ ହଜାର ହଜାର ସଂଖ୍ୟାର ମହିଳା ମାନେ ଏହି ସରକାର ବିରୁଦ୍ଧରେ ରାଜ ରାସ୍ତାକୁ ବାହାରିବେ ଏବଂ ଏହି ନାରୀ ଶକ୍ତି ଆଗାମୀ ପଞ୍ଚାୟତ ନିର୍ବାଚନରେ ଦେଖିବେ କିଭଳି ବିଜେଡି କୁ ବହୁମତ ଦେଇ ୨୯ ନିର୍ବାଚନ ପାଇଁ ନବୀନ ପଟ୍ଟନାୟକ ଙ୍କୁ ସ୍ଵାଗତ କରିବେ ବୋଲି ରାଜ୍ୟ ବିଜେଡ଼ି ଉପସଭାନେତ୍ରୀ ଶ୍ରୀମତୀ ସୁମିତ୍ର ଜେନା କହିଛନ୍ତି ।
