ମଦ ବେପାର ପାଇଁ ଦେଲେ ୧୯.୨୬ କୋଟି ଜିଲ୍ଲାପାଳ କଳାପଟି ବାନ୍ଧି ଟୋକନ ଖୋଲିଲେ •
ଭଦ୍ରକ- ଦେଶୀ ବିଦେଶୀମଦ ଦୋକାନ ଲାଗି ସରକାର ଅନଲାନରେ ଆବେଦନ ପାଇଁ ଆହ୍ଵାନ କରିଥିଲେ। ଭଦ୍ରକ ଜିଲ୍ଲାର ୫୪ଟି ଦେଶୀ ବିଦେଶୀ ମଦ କାଉଣ୍ଟର ପାଇଁ ୬୪୨ ଜଣ ଆବଦେନ କରିଥିଲେ । ପ୍ରତ୍ୟେକ ଆବଦେନକାରୀ ୩ ଲକ୍ଷ ଟଙ୍କାର ଡ୍ରାଫ୍ଟ କରିଥିଲେ । ହେଉଁ ଅର୍ଥ ଫେରସ୍ତ ହେବନି ବୋଲି ଚୁକ୍ତି ରିହିଥିଲା। କେବଳ ଆବେଦନ ପ୍ରକ୍ରିୟାରୁ ୧୯ କୋଟି ୨୬ ଲକ୍ଷ ଟଙ୍କା ଆସିଥିବା ଜଣାପଡ଼ିଛି। ଅପରପେକ୍ଷ ଆବେଦନକାରୀଙ୍କୁ ଦରଖାସ୍ତ ସ୍ଫୁଟିନ କରାଯାଇଥିଲା। ଦୁଇଟି ନାକଚ ହୋଇଥିଲା। ଆଉ ୬୪୦ଟି ଦରଖାସ୍ତକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଲଟେରି ଉଠାଣ ହୋଇଥିଲା ।ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟ ନିଜେ ଆଖିରେ କଳାପଟି ବନ୍ଧି ଏହି ଲଟେରି ଉଠାଣ କରିଥିଲେ।୩୨ଟି ବିଦେଶୀ ଓ ୧୭ଟି ଦେଶୀ ମଦ ଦୋକାନ ନିମନ୍ତେ ଲଟେରି ଦ୍ବାରା ଆବଣ୍ଟନ ହୋଇଛି।

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ମଦ ବେପାର ନିମନ୍ତେ ବ୍ୟବସାୟୀ ଓ ତାଙ୍କ ପ୍ରତିନିଧିଙ୍କ ଭିଡ଼ ଜମିଥିଲା। ଏଲସିଡି ବ୍ୟବହାରକରାଯାଇଥିଲା। ଲଟେରୀ ଉଠାଣର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡିଓ ଗ୍ରାଫଇ କରାଯାଇଥିଲା। ୪୯ ଜଣ ଭାଗ୍ୟ ବିଜେତାଙ୍କୁ ନାମ ଜଣକ ପରେ ଅନ୍ୟ ଜଣକ ନାମ ଘୋଷଣା ହୋଇଥିଲା। ମଦ ଦୋକାନକୁ ନମ୍ବରିଂ କରାଯାଇ ପ୍ରତି ନମ୍ବରକୁ ନେଇ ଆବେଦନ କାରୀଙ୍କ ସଂଖ୍ୟାକୁ ନେଇ ଲଟେରି ହୋଇଥିଲା। ସକାଳ ୧୧ରୁ ସନ୍ଧ୍ୟା ପର ପର୍ଯ୍ୟନ୍ତ ଆଜି ଭିଡ଼ ଲାଗି ଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ଅବକାରୀ ପରିଚାଳକ ନରୋତ୍ତମ ମିଶ୍ରଙ୍କ ସହଯୋଗରେ ଜିଲ୍ଲାପାଳ୪ଟି ପାଇଁ ନାହାନ୍ତି ଆଶାୟୀଆଜି ଲଟେରୀ ଉଠାଣ କାର୍ଯ୍ୟ ସମାପନ କରିଛନ୍ତି । ସରକାର ରାଜସ୍ୱ ଆଦାୟା ବୃଦ୍ଧି ଲକ୍ଷ୍ୟରେ ଆଜି ସାରା ରାଜ୍ୟରେ ଖୋଲିଥିବା ମଦଦୋକାନ ଗୁଡ଼ିକର ପୁନଃ ମାଲିକାନା ଆବଣ୍ଟନ କରିଛନ୍ତି। ଏଭଳି ପ୍ରକ୍ରିୟାକୁ ଆଜି ସହରର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ତୀବ୍ର ନିନ୍ଦା କରିଛନ୍ତି । ମଦ ବ୍ୟବସାୟ ବନ୍ଦ ହେବା ଉଚିତ ବୋଲି ସେମାନେ ଦାବି କରିଥିଲେ।l
