ପୁରୀ ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ ଏନ୍‌ବିଡବ୍ଲ୍ୟୁ (NBW) ୯ ଦିନ ମଧ୍ୟରେ ୧୪୬ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପ୍ରେସ ବିଜ୍ଞପ୍ତି

ପୁରୀ ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ ଏନ୍‌ବିଡବ୍ଲ୍ୟୁ (NBW) ୯ ଦିନ ମଧ୍ୟରେ ୧୪୬ ବିରୋଧରେ କାର୍ଯ୍ୟାନୁଷ୍ଠାନ: ଆଜି ୧ ଦିନରେ ୧୦ଟି ୱାରେଣ୍ଟରେ କାର୍ଯ୍ୟାନୁଷ୍ଠାନ*ଜନସାଧାରଣଙ୍କ ମଧ୍ୟରେ ଆଇନର ଶାସନ ସୁଦୃଢ କରିବା, ଅପରାଧୀମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୀର୍ଘଦିନ ଧରି ଥିବା ଅଦାଲତୀୟ ୱାରେଣ୍ଟଗୁଡ଼ିକୁ କାର୍ଯ୍ୟକରୀ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଗତକାଲି ପୁରୀ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବିଶେଷ ଚଢ଼ାଉ ଓ ତଲାଶି ଅଭିଯାନ କରାଯାଇ ମୋଟ ୧୦ଟି ନନ୍-ବେଲେବଲ ୱାରେଣ୍ଟ (NBW) ସଫଳତାର ସହ କରାଯାଇଛି। ଏହି ଅଭିଯାନରେ ଜିଲ୍ଲାର ବିଭିନ୍ନ ଥାନାର ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଅନେକ ଦୀର୍ଘଦିନ ଧରି ଫେରାର ଥିବା ଓ ଆଦାଲତରେ ହାଜର ହେଉନଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ଆଇନ ଉଲ୍ଲଂଘନକାରୀମାନଙ୍କ ବିରୋଧରେ ଏପରି ଅଭିଯାନ ଆଗାମୀ ଦିନରେ ଆହୁରି ଜୋରଦାର ଭାବେ ଚାଲିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଏନ୍‌ବିଡବ୍ଲ୍ୟୁ ମଧ୍ୟରେ ପିପିଲି ଥାନା, ନିମାପଡା ଥାନା, ବ୍ରହ୍ମଗିରି ଥାନା, ଚନ୍ଦନପୁର ଥାନା, ସତ୍ୟବାଦୀ ଥାନା, ଡେଲାଙ୍ଗ ଥାନା ଓ ତାଳବଣିଆ ଥାନା ଅଞ୍ଚଳର ମାମଲାଗୁଡ଼ିକ ଅନ୍ତର୍ଭୁକ୍ତ ଅଛି। ବିଭିନ୍ନ ଆଇପିସି ଧାରା ଓ ଅନ୍ୟାନ୍ୟ ଆଇନ ଅନୁଯାୟୀ ରୁଜୁ ହୋଇଥିବା ମାମଲାରେ ଏହି ୱାରେଣ୍ଟଗୁଡ଼ିକ ଜାରି ହୋଇଥିଲା।ପିପିଲି ଥାନା ଅଞ୍ଚଳରେ ଦୁଇଟି ଏନ୍‌ବିଡବ୍ଲ୍ୟୁ କରାଯାଇଥିବାବେଳେ, ନିମାପଡା ଥାନାରେ ମଧ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବ୍ରହ୍ମଗିରି ଥାନା ଅଞ୍ଚଳର ଗୁରୁତର ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଧରାଯାଇଥିବାବେଳେ ଚନ୍ଦନପୁର ଥାନାର ଜୁଭେନାଇଲ ସଂପୃକ୍ତ ଏକ ମାମଲାରେ ମଧ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସତ୍ୟବାଦୀ ଥାନାର ପୁରୁଣା ମାମଲାରେ ଜଣେ ଓ ଡେଲାଙ୍ଗ ଥାନାରେ ଦୁଇଟି ଏନ୍‌ବିଡବ୍ଲ୍ୟୁ କାର୍ଯ୍ୟକରୀ କରାଯାଇଛି। ତାଳବଣିଆ ଥାନା ଅଞ୍ଚଳରେ ମଧ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ପ୍ରେରଣ କରାଯାଇଛି।ପୁରୀ ପୋଲିସ ସଦାସର୍ବଦା ଜନସାଧାରଣଙ୍କ ସୁରକ୍ଷା, ଶାନ୍ତିଶୃଙ୍ଖଳା ରକ୍ଷା ଓ ଆଇନର ସଠିକ ପ୍ରୟୋଗ ପ୍ରତି ପ୍ରତିବଦ୍ଧ। ଆଇନ ଭଙ୍ଗ କରୁଥିବା କିମ୍ବା ଆଦାଲତୀୟ ପ୍ରକ୍ରିୟାକୁ ଅବହେଳା କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର ଛାଡ଼ ଦିଆଯିବ ନାହିଁ। ଫେରାର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ଜିଲ୍ଲାର ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ମଧ୍ୟ ଆହ୍ୱାନ କରାଯାଇଛି ଯେ, ଯଦି କୌଣସି ଅପରାଧୀ, ଫେରାର ଅଭିଯୁକ୍ତ କିମ୍ବା ସନ୍ଦେହଜନକ ବ୍ୟକ୍ତି ସମ୍ପର୍କରେ ସୂଚନା ମିଳେ, ତେବେ ସେମାନେ ନିକଟସ୍ଥ ଥାନାରେ ସୂଚନା ପ୍ରଦାନ କରନ୍ତୁ। ସାଧାରଣ ଲୋକଙ୍କ ସହଯୋଗରେ ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା କାର୍ଯ୍ୟକୁ ଆହୁରି ସୁଦୃଢ କରାଯାଇପାରିବ।ଏପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ଅବ୍ୟାହତ ରହିବ ଏବଂ ଅଦାଲତୀୟ ୱାରେଣ୍ଟ ନିଷ୍ପାଦନ, ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଦିଗରେ ପୁରୀ ପୋଲିସ ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରିବ। ପୁରୀ ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ ଏନ୍‌ବିଡବ୍ଲ୍ୟୁ (NBW) ୯ ଦିନ ମଧ୍ୟରେ ୧୪୬ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Leave a Reply

Your email address will not be published. Required fields are marked *