ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’: ମଣିଷର ମାନବିକ ମୂଲ୍ୟବୋଧ ପଣିଆ ନାଟକ ଓଡ଼ଶରେ ପ୍ରତିଫଳିତ ପରନୟାଗଡ଼,୯.୫(ନି.ପ୍ର) ଓଡ଼ିଶାରେ ପ୍ରାୟ ୧୯ ଟି ମଞ୍ଚରେ ଅଭିନୀତ ହୋଇ ଦର୍ଶକିୟ ସ୍ୱୀକୃତି ପାଇଥିବା ନାଟ୍ୟକାର ଶରତ ଚଂଦ୍ର ଆଚାର୍ଯ୍ୟଙ୍କ ରଚିତ ନାଟକ “ଓଡ଼ଶ”ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପୂର୍ଣ୍ଣ ପ୍ରେକ୍ଷ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି|ନାଟ୍ୟ ସଂସ୍ଥା ମଞ୍ଚାୟନ ପକ୍ଷରୁ ମଞ୍ଚାୟନ ନାଟକ ମହୋତ୍ସବ-୨୦୨୬’ନାମରେ ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱରର ଅଗ୍ରଣୀ ନାଟ୍ୟ ସଂସ୍ଥା ‘ବାଗଦେବୀ ଲିଟେରେଚର ଟ୍ରଷ୍ଟ’ ପକ୍ଷରୁ ନାଟକ ‘ଓଡ଼ଶ’ ମଞ୍ଚସ୍ଥ ହୋଇଯାଇଛି। ମେ’ ୯ ତାରିଖ ସନ୍ଧ୍ୟାରେ ପରିବେଷିତ ଏହି ନାଟକଟି ସାମାଜିକ ଜୀବନରେ କିଭଳି ଓଡ଼ଶ ଚରିତ୍ର ବ୍ୟକ୍ତି ଅଛନ୍ତି ଆଉ ଓଡ଼ଶ ବି ପ୍ରେମକରେ ସାରତତ୍ତ୍ୱ ଉପରେ ନାଟକଟି ମୂଳତଃ ଦଣ୍ଡାୟମାନ| ନାଟକର ନିର୍ଦ୍ଦେଶକ ପବିତ୍ର ମହାନ୍ତିଙ୍କ ନିଖୁଣ ନିର୍ଦ୍ଦେଶନା ନତକଟିକୁ ଆହୁରି ରୁଦ୍ଧିମନ୍ତ କରିଥିଲା|ମଞ୍ଚରେ ଡ. ମମତା ତ୍ରିପାଠୀ, ଦୀପାଞ୍ଜଳି ମହାନ୍ତି, ପବିତ୍ର ମହାନ୍ତି, ସୁନୀଲ ପଟ୍ଟନାୟକ, ରାକେଶ ମହାନ୍ତି, ସୁନୀଲ ନାୟକ ଓ ସନ୍ତୋଷ ରାଉଳ ପ୍ରମୁଖ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଥିଲେ। ନାଟକର ସଙ୍ଗୀତ ନିର୍ଦ୍ଦେଶନା ପ୍ରତାପ ରାଉତ ଦେଇଥିବା ବେଳେ ଆଲୋକ ସମ୍ପାଦନା ଅଜିତ ବିଶ୍ୱାଳ କରିଥିଲେ। ସେହିପରି ରୂପସଜ୍ଜା ଓ ପୋଷାକରେ ‘ମାମା ଚିତ୍ରାଳୟ’ ଏବଂ ମଞ୍ଚ ସଜ୍ଜାରେ ‘ତ୍ରିମୂର୍ତ୍ତି’ ଗ୍ରୁପ୍ ସହଯୋଗ କରିଥିଲେ। ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ ସ୍ୱାଇଁ ଯୋଗଦାନ କରି ନାଟକକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ନିରଞ୍ଜନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅନ୍ୟ ମନଙ୍କ ମଧ୍ୟରେ ଉପ ସଭାପତି ସୁରେନ୍ଦ୍ର ସାହୁ, ସଂଯୋଜକ କାମାକ୍ଷା ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିବା ବେଳେ କବି ଗୋପୀନାଥ ସେଠି ମଞ୍ଚ ପରିଚାଳନା କରିଥିଲେ। ନୟାଗଡ଼ର ଶତାଧିକ ନାଟ୍ୟପ୍ରେମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନାଟକଟିକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା|

Leave a Reply

Your email address will not be published. Required fields are marked *