ଶାନ୍ତ ପାରାଦୀପକୁ ଅଶାନ୍ତ କରିବା ପାଇଁ ଦୁର୍ବୁତ୍ତ ଙ୍କ ଉଦ୍ୟମ ,ନଗରପାଳ ବସନ୍ତ ବିଶ୍ୱାଳଙ୍କ ଘର ଉପରକୁ ବୋମା ମାଡ କରି ଫେରାର।

ପାରାଦୀପ-୩୦/୦୫- ପାରାଦୀପ ନଗରପାଳ ବସନ୍ତ ବିଶ୍ୱାଳଙ୍କ ଘରେ ଉପରେ ଶନିବାର ଦିନ ସଂନ୍ଧ୍ୟାରେ ବୋମା ମାଡ ହୋଇଛି । ଗୋଟିଏ ମୋଟର ସାଇକେଲ୍‌ରେ ତିନି ଜଣ ଯୁବକ ଆସି ପାରାଦୀପ ନଗରପାଳ ବସନ୍ତ ବିଶ୍ୱାଳଙ୍କ ମଧୁବନସ୍ଥିତ ବାସଭବନ ଉପରେ ପେଟ୍ରୋଲ ବୋମା ପକାଇ ଫେରାର ହୋଇଯାଇଥିବା ଜଣା ପଡିଛି । ଖବର ପାଇ ପାରାଦୀପ ଆଦର୍ଶ ଥାନା ଅଧିକାରିଣୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ବୋମା ମାଡ ହେବା ସମୟରେ ନଗରପାଳ ଶ୍ରୀ ବିଶ୍ୱାଳ ଘରେ ନଥିଲେ । ଘଟଣାରୁ ପ୍ରକାଶଯେ, ପାରାଦୀପର ସବୁ ବର୍ଗର ଲୋକମାନଙ୍କ ସମସ୍ୟାର ଆଶୁ ସମାଧାନ କରିବା ଦିଗରେ ଶ୍ରୀ ବିଶ୍ୱାଳଙ୍କ ଦକ୍ଷତା ରହିଛି । ଯେଉଁଥି ପାଇଁ ସେ ପାରଦୀପର ଘରେ ଘରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଦୁଇ ଦୁଇ ଥର ସେ ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ପାରିଛନ୍ତି । ପାରାଦୀପ ଅଂଚଳର ସେ ଜଣେ ଜଣାଶୁଣା ରାଜନେତା । ଛାତ୍ର ରାଜନିତିରେ ସେ ପାରାଦୀପ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ହେବା ପରେ ପାରାଦୀପ ବିଜ୍ଞାପିତ ଅଂଚଳ ପରିଷଦର ପାରିଷଦ, ପାରାଦୀପ ପୌର ପାଳିକାର ଉପାଧ୍ୟକ୍ଷ ଓ ଦୁଇ ଦୁଇ ଥର ନଗରପାଳ ଭାବେ ନିର୍ବାଚିତ ହୋଇ ନିଜର ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି । ତେବେ କିଏ କାହିଁକି ତାଙ୍କ ପରି ଲୋକପ୍ରିୟ ରାଜନେତାଙ୍କ ଘର ଉପରେ ବୋମା ମାଡ କଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଅପରପକ୍ଷରେ ଶାନ୍ତ ପାରାଦ୍ୱୀପକୁ ଅଶାନ୍ତ କରି ଅପରାଧୀ ମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି।

Leave a Reply

Your email address will not be published. Required fields are marked *