ସହକାରୀ ସୂଚନା ଅଧିକାରୀ ଙ୍କୁ ଅବସର ସମ୍ବର୍ଦ୍ଧନା

ପୁରୀ ୩୦/୫ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରେ କାର୍ଯ୍ୟରତ ସହକାରୀ ସୂଚନା ଅଧିକାରୀ ବା ଏଆଇଓ ରାଜେନ୍ଦ୍ର କୁମାର ପାତ୍ର ସରକାରୀ କାର୍ଯ୍ୟ ରୁ ଅବସର ଗ୍ରହଣ କରିଛନ୍ତି।ଏହି ଅବସରରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ପାତ୍ର ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ଶ୍ରୀ ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶ୍ରୀ ପାତ୍ର ବିଭାଗ ପାଇଁ ଅନେକ କାର୍ଯ୍ୟ କରିଛନ୍ତି ବୋଲି କହିଥିଲେ।ସରକାର ଓ ସରକାରୀ ଯୋଜନା ର ପ୍ରଚାର,ପ୍ରସାର କ୍ଷେତ୍ରରେ ଶ୍ରୀ ପାତ୍ର ବିଭିନ୍ନ ସ୍ଥାନରେ କାରୀ କରି ସଫଳ ହୋଇଛନ୍ତି ବୋଲି ଶ୍ରୀ ସେଠୀ କହିଥିଲେ।

ନିଜ ପ୍ରତିକ୍ରିୟା ରେ ଶ୍ରୀ ପାତ୍ର ବିଭାଗର କାର୍ଯ୍ୟ କୁ ସେ ନିଷ୍ଠା ଓ ଆନ୍ତରିକ ଭାବେ କରିଛନ୍ତି ଓ ନିଜ କାର୍ଯ୍ୟ ରେ ଆତ୍ମତୃପ୍ତି ପାଇଛନ୍ତି ବୋଲି କହିଥିଲେ।ଏହି ସମ୍ବର୍ଦ୍ଧନା ରେ ଉପଖଣ୍ଡ ସୂଚନା ଅଧିକାରୀ ପ୍ରଦୀପ୍ତ ସେନାପତି, ଗ୍ରନ୍ଥାଗାରିକ ମିନତୀ ଦାସ,ନିକ୍ଷେପକ ପ୍ରସନ୍ନ କୁମାର ସାହୁ, ଭଣ୍ଡାର ରକ୍ଷକ ରବୀନ୍ଦ୍ର କୁମାର ଦାସ, ବରିଷ୍ଠ ରାଜସ୍ବ ସହାୟକ ଜିତେନ୍ଦ୍ର କୁମାର ସ୍ବାଇଁ, କର୍ମଚାରୀ ସୁବ୍ରତ କୁମାର ସାହୁ, ତ୍ରିନାଥ ପାତ୍ର, ପ୍ରତିମା ମହାନ୍ତି, ଲକ୍ଷ୍ମୀଧର ନାୟକ,ଅବସରପ୍ରାପ୍ତ କର୍ମଚାରୀ ପ୍ରଦୀପ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *