ଏକ ଅନନ୍ୟ ସନ୍ଥ ଶ୍ରୀମଦ ବାବା ବଳିଆ
ଏକ ଅନନ୍ୟ ସନ୍ଥ ଶ୍ରୀମଦ ବାବା ବଳିଆ –
🌹ଡ଼ଃ ଅରୁଣ କୁମାର ପାଣି ଆଜି ସନ୍ଥ ଶବ୍ଦ କଥା ଉଠିଲେ ସଭ୍ୟ ସମାଜ ରେ ସନ୍ଦେହ ସୃଷ୍ଟି ହୁଏ ! କେହି କେହି କୁହନ୍ତି, ସନ୍ଥ ଙ୍କୁ ଆଉ ଦେଖିବାକୁ ମିଳୁନି ! ଆଜିକାଲି ସମସ୍ତେ ଭଣ୍ଡ ! କିନ୍ତୁ ସବୁ ବାବା ଭଣ୍ଡ ନୁହନ୍ତି ! ସନ୍ଥ ମଧ୍ୟ ସଂସାରୀ ବ୍ୟକ୍ତି ହୋଇପାରନ୍ତି ଏକଥା କୁ ପ୍ରମାଣ କରନ୍ତି, ସମାଜ ସଂସ୍କାରକ ପଦ୍ମଶ୍ରୀ ବାବା ବଳିଆ ! ୨୦୦୮ ମସିହା ର ଦୋଳପୂର୍ଣ୍ଣିମା ର ୫ ଦିନ ପୂର୍ବରୁ ମୁଁ ଦିନେ ସ୍ୱପ୍ନ ଦେଖିଲି ଶ୍ରୀମଦ ବାବା ମୋତେ ଏକ ଉଜ୍ୱଳ ଆଲୋକ ପ୍ରଦାନ କରୁଛନ୍ତି ! ରାହାମା ର ବାବା ଇଲୋକ୍ଟ୍ରୋନିକ ର ପିଣ୍ଟୁ ବାବୁ ମୋ ପାଖକୁ ଆସନ୍ତି, ମୁଁ କହିଲି ପିଣ୍ଟୁ ବାବୁ ଟିକେ ବାବା ବଳିଆ ଙ୍କ ଆଶ୍ରମ କୁ ଯିବା ! ପିଣ୍ଟୁ ବାବୁ ଜାଣନ୍ତି ମୁଁ ବାସ୍ତବ ବାଦୀ, ସବୁ ବାବା ଙ୍କୁ ସହଜ ରେ ଗ୍ରହଣ କରେ ନାହିଁ ! ପୂର୍ବରୁ ମଧ୍ୟ ରାହାମା ରେ ବାବା ଙ୍କ କାର୍ଯ୍ୟକ୍ରମ ହୋଇଛି ! ମୁଁ କେବେ ଯାଇନି, କି ବାବା ଙ୍କୁ ସ୍ଵଦେହ ରେ ଦେଖିନି ! ପିଣ୍ଟୁ ବାବୁ ଆଶ୍ଚର୍ଯ୍ୟ ରେ ପ୍ରଶ୍ନ କଲେ, ମୁଁ କହିଲି ନା ଯିବା ଟିକେ ! ପବିତ୍ର ଦୋଳପୁର୍ଣିମା, ଶ୍ରୀ ଚୈତନ୍ୟ ଦେବ ଙ୍କ ଜନ୍ମ ! ସକାଳୁ ପିଣ୍ଟୁ ବାବୁ ଏବଂ ମୁଁ ଆଶ୍ରମ ରେ ପହଁଚିଲୁ ! ବାବା ଠାକୁର ଙ୍କ ସମ୍ମୁଖରେ ବସିଥାନ୍ତି ! ଲୋକମାନଙ୍କ ସମାଗମ ଥାଏ ! ଏହି ସମୟ ରେ ଜଣେ ମହିଳା ଆସି ବାବା ଙ୍କୁ ପ୍ରଣାମ କଲେ ! ବାବା ତତକ୍ଷଣାତ ରାଗିଗଲେ , ବିରକ୍ତ ହୋଇ ତାଙ୍କୁ ମୋ ଆଶ୍ରମ ରୁ ବାହାରିଯାଅ ବୋଲି କହିଲେ ଏବଂ ତାଙ୍କ ସ୍ୱାମୀ ଙ୍କୁ ଡାକି ତମ ସ୍ତ୍ରୀ ଙ୍କୁ ଆଶ୍ରମ ବାହାରେ ତୁରନ୍ତ ଛାଡି ଆସ ବୋଲି କହିଲେ ! ମୁଁ ଏସବୁ ଘଟଣା ଦେଖିବା ପରେ ବାବା ଙ୍କ ପ୍ରତି ଅନ୍ୟ ପ୍ରକାର ଭାବନା ଆସୁଥାଏ ! ତାପରେ ପୁଣି ବାବା ବ୍ୟକ୍ତି ଜଣଙ୍କୁ କହିଲେ ତୁମ ପତ୍ନୀ ଙ୍କୁ ବାହାରେ ଛାଡି ତୁରନ୍ତ ଆସ ! ବ୍ୟକ୍ତି ଜଣକ ଆସିଲେ ! ବାବା ତାଙ୍କୁ କହିଲେ, “. ଆଛା ବାବୁ ଡାକ୍ତର ତ ମନାକଲେ ତମ ସ୍ତ୍ରୀ ଆଉ ଭଲ ହେବେନି ! ତାଙ୍କ ଦେହ ରେ ତ ଆଉ ରକ୍ତ ସୃଷ୍ଟି ହେଉନି ! ତାଙ୍କର ସମୟ ଆଉ ୧୫ ଦିନ ରହିଲା ! ତୁମେ ବଳିଆ ନିକଟକୁ କଣ ପାଇଁ ଆଣିଛ, କଣ ବଳିଆ କୁ ଅପନିନ୍ଦା ଦେବା ପାଇଁ ? ମୁଁ ତାକୁ ଜାଣି ଶୁଣି ଏମିତି କହିଲି ଯେମିତି ସେ ମୋ ଉପରେ ବିରକ୍ତ ହେଉ ଏବଂ ମୋ ପ୍ରତି ତା ବିଶ୍ୱାସ ନ ରହୁ ! ବଳିଆ ବାସ୍ତବ କଥା କୁ ଗୁରୁତ୍ୱ ଦିଏ ଏବଂ ଅନ୍ଧବିଶ୍ୱାସ ଠାରୁ ଦୁରେଇବା ପାଇଁ ପରାମର୍ଶ ଦିଏ ! ଦେହ ଖରାପ ହେଲେ ଡାକ୍ତର ଙ୍କ ପରାମର୍ଶ ନିଅ !ଚାତକ ପରି ଶୁଣୁଥିଲି ମୁଁ ! ଯିଏ ଅନ୍ତର୍ଯ୍ୟାମୀ ଏ ଲୋକ କଣ ପାଇଁ ଆସିଛି ଜାଣୁଛନ୍ତି କିନ୍ତୁ ତାକୁ ବାସ୍ତବ କଥା କହୁଛନ୍ତି ! ଇଏ ବୋଧେ ସେଇ ସନ୍ଥ ଯାହାଙ୍କୁ ମୁଁ ଦୀର୍ଘ ୩୧ ବର୍ଷ ଧରି ଅପେକ୍ଷା କରିଥିଲି ! ବାବା ମୋତେ ପାଖକୁ ଡାକିଲେ ଏବଂ କହିଲେ ତୁମେ ସ୍ୱପ୍ନ ଦେଖି ଆଶ୍ରମ ଆସିଛ ଏବଂ ଆଜି ତୁମେ ଦୀକ୍ଷା ଗ୍ରହଣ କରିବ ! ଆଖି ମୋର ଲୁହରେ ଛଳ ଛଳ ହୋଇ ଉଠିଲା ! ମୁଁ ଦୀକ୍ଷା ଗ୍ରହଣ କଲି ! ସେହିଦିନ ପଢ଼ିଲି ସାମାଜିକ ସେବା ର ମୂଳମନ୍ତ୍ର ! କାରଣ ବାବା ଥିଲେ ଆଧ୍ୟାତ୍ମିକ ବ୍ୟକ୍ତି କମ, ସାମାଜିକ କର୍ମୀ ବେଶୀ !ସେ କୁହନ୍ତି -ଘର ଭାଙ୍ଗି ଯାଉଛି, ମନ୍ଦିର ଗଢ଼ା ଚାଲିଛି -ଆସ ଘର କୁ ମନ୍ଦିର କରିବା ! ଦ୍ରବ୍ୟ ର ଅସଦଉପଯୋଗ ହେଉଛି, ଯଜ୍ଞ ଚାଲିଛି, ଆସ ସଦୁପଯୋଗ ଯଜ୍ଞ କରିବା ! ପରିବେଶ କୁ କୈଳାଶ କରିବା, ପରିବାର କୁ ବୈକୁଣ୍ଠ କରିବା ! ନିଜେ ଶାନ୍ତି ରେ ବଞ୍ଚ ଏବଂ ଅନ୍ୟ କୁ ଶାନ୍ତି ରେ ବଞ୍ଚିବାକୁ ଦିଅ !ସମାଜ ରେ ବିଧବା ଙ୍କୁ ଭିନ୍ନ ଦୃଷ୍ଟି ରେ ଦେଖନ୍ତି ଲୋକେ ! ବାବା କୁହନ୍ତି ସେ ବିଧବା ନୁହନ୍ତି, ସେ ପତିହରା ମା , ମା ସର୍ବଦା ମଙ୍ଗଳମୟୀ, ସେ କେବେ ଅମଙ୍ଗଳୀ ହୋଇ ପାରେନା ! ତେଣୁ ସେ ସମସ୍ତ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେଵେ ! ଶ୍ରୀମଦ ବାବା ଙ୍କ ଆଶ୍ରମ ରେ ଦେଖିବାକୁ ମିଳେ ପ୍ରତ୍ୟେକ ସାଧୁ ସନ୍ଥ ଙ୍କ ଫୋଟୋ ପୂଜା ହେବାର ! ଅନ୍ୟ ଯଜ୍ଞ ରେ ପଶୁ ବଳି ଦେବା ର ପ୍ରଥା କୁ କରି ବାବା ଯଜ୍ଞ ରେ ପଶୁ ପୂଜା କରନ୍ତି ! ବାବା କୁହନ୍ତି ଏ ସମାଜ ର ଚତୁଃ ମହାଶକ୍ତି ହେଉଛନ୍ତି ମହାଲକ୍ଷ୍ମୀ (କୃଷକ ),ମହାସରସ୍ୱତୀ (ଶିକ୍ଷକ ), ମହାଦୁର୍ଗା (ସୈନିକ ) , ମହାକାଳୀ (ଡାକ୍ତର ) ! ଆଶ୍ରମ ରେ ଠାକୁର ଙ୍କ ଆରତୀ ସମୟ ରେ ଦେଶ ବନ୍ଦନା ବୋଲାହୁଏ , ଜାତୀୟ ପତାକା ମନ୍ଦିର ରେ ଉଡେ ! ବାବା କୁହନ୍ତି ତୁମ ପିତାମାତା ତୁମ ଜୀବନ ର ଚଳନ୍ତି ଜଗନ୍ନାଥ ଆଉ ଲକ୍ଷ୍ମୀ, ତାଙ୍କୁ ହତାଦର କରି ତୁମେ ପରମେଶ୍ୱର ଙ୍କ ସନ୍ଧାନ ପାଇବନି ! ମନ୍ଦିର କରିବା ଅପେକ୍ଷା ଗଛ ଲଗାଅ ଅନେକ ପୁଣ୍ୟ ପାଇବ ! ଯଜ୍ଞ କରୁଛ କର କିନ୍ତୁ ମାଗଣାସ୍ୱାସ୍ଥ୍ୟ ସେବା ରେ ଯଜ୍ଞ ଠାରୁ ବେଶୀ ପୁଣ୍ୟ ! ଦ୍ରବ୍ୟ ଦାନ କର , କିନ୍ତୁ ରକ୍ତଦାନ ଜରୁରୀ ! ଆଧ୍ୟାତ୍ମିକବାଦୀ ହେବା ଅପେକ୍ଷା ବାସ୍ତବ ବାଦୀ ହେବା ଉଚିତ !ବାବା କୁହନ୍ତି ପ୍ରତିଷ୍ଠା ଆବଶ୍ୟକ କିନ୍ତୁ ବିନା କାର୍ଯ୍ୟ ରେ ପ୍ରତିଷ୍ଠା ଏବଂ ମାନପତ୍ର ମୂଲ୍ୟହୀନ ! ସମ୍ମାନ ବାବା ଖୋଜନ୍ତିନି ସେଥିପାଇଁ ନିଜକୁ ସେ ଝାଡୁଦାର ବଳିଆ ବୋଲି କୁହନ୍ତି !୨୦୨୨ ମସିହା ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ଦେଲେ, ବାବା କିନ୍ତୁ ଏହାକୁ ସରଳତା ର ସହ ନେଇ ଈଶ୍ୱର ଙ୍କ ଉଦ୍ଦେଶ୍ୟ ରେ ପାର୍ଥନା ଟିଏ ଲେଖିଲେ ” ପଦ୍ମ ପାଦେ ଥିଲା ମୋ ମନ, ତେଣୁ ପାଇଲି ମୁଁ ପଦ୍ମ ସମ୍ମାନ ” ! ଅନ୍ୟ ସତସଙ୍ଗ ମଞ୍ଚରେ ଯେତେବେଳେ ଭାଗବତ, ରାମାୟଣ ର ଆଲୋଚନା ହୁଏ ସେତେବେଳେ ବାବା ତାଙ୍କ ସତସଙ୍ଗ ର ନାମ ରଖନ୍ତି ଆମ ସମାଜ, ଆମ ପରିବାର ! ଅନ୍ୟ ସାଧୁସନ୍ଥ ଙ୍କ ଯେତେବେଳେ ସତସଙ୍ଗ କୁ ଆହ୍ୱାନ ହୁଏ ଆସନ୍ତୁ ମହାତ୍ମା ଙ୍କ ସାନିଧ୍ୟ ପାଆନ୍ତୁ , ସେତେବେଳେ ବାବା ଆହ୍ୱାନ କରନ୍ତି -“ଆସ ଆମେ ଭଲ ମଣିଷ ହେବା ” !ଯୁଦ୍ଧ ର ବିରତି ପାଇଁ ଜାତିସଙ୍ଘ କୁ ନିବେଦନ କରନ୍ତି , ବିଶ୍ୱ ର ଶାନ୍ତି ପାଇଁ ବିଶ୍ଵ ର ସମସ୍ତ ସାଧୁ ସନ୍ଥ ଙ୍କୁ ଏକାଠି କରନ୍ତି ବାବା ବଳିଆ !ଗଣତନ୍ତ୍ର ର ସୁରକ୍ଷା ପାଇଁ ଗଣତନ୍ତ୍ର ଯଜ୍ଞ ରୂପକ କାର୍ଯ୍ୟକ୍ରମ କରି ଗୋଟିଏ ମଞ୍ଚରେ ଏକାଠି କରନ୍ତି ଭିନ୍ନ ଦଳର ନେତାଙ୍କୁ ! ଧର୍ମ କୁ ନେଇ ବିବାଦ ରୁ ବିରତ ହେବା ପାଇଁ ସବୁ ଧର୍ମ ର ଧର୍ମ ଗୁରୁ ଙ୍କୁ ଏକାଠି କରି ସେ କରନ୍ତି ” ବିଶ୍ୱ ମାନବବାଦ ସମ୍ମିଳନୀ ” ବା ସର୍ବ ଧର୍ମ ସମ୍ୱନୟ ସମ୍ମିଳନୀ ! ସେ କୁହନ୍ତି ଈଶ୍ୱର ଏଜ ଏବଂ ଅଭିନ୍ନ ! ସେଥିପାଇଁ ତାଙ୍କ ଆଶ୍ରମ ର ମନ୍ଦିର ର ଶିଖର ରେ ଦେଖାଯାଏ ସର୍ବ ଧର୍ମ ର ପ୍ରତୀକ ! ସେ କୁହନ୍ତି ଲୌକିକ ଚଳନ୍ତି ଭିତରେ ରୁହ ଅଲୌକିକ ଶବ୍ଦ ଭଳି ଅନ୍ଧ ବିଶ୍ୱାସ ରୁ ଦୁରେଇ ଯାଅ ! ସର୍ବୋପରି ପଦ୍ମଶ୍ରୀ ବାବା ବଳିଆ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ସତ କିନ୍ତୁ ସେ ଜଣେ ସମାଜ ସଂସ୍କାରକ , ଅସହାୟ ବନ୍ଧୁ , ପରିବେଶ ପ୍ରେମୀ , ପୁରାତନ ସଂସ୍କୃତି ର ପୂନଃ ଉଦ୍ଧାରକାରୀ, ପୂଜ୍ୟ ପୂଜକ ! ଯେତେବେଳେ ସାମ୍ପ୍ରତିକ ସମାଜ ରେ ବାବା ମାନେ ଭଣ୍ଡ ବୋଲି ନିନ୍ଦିତ ହୁଅନ୍ତି ସେତେବେଳେ ଅନନ୍ୟ ସନ୍ଥ ର ପରିଚୟ ସୃଷ୍ଟି କରନ୍ତି ” ପଦ୍ମଶ୍ରୀ ବାବା ବଳିଆ ” !🌹🌹🌹🌹🌹🌹🌹🌹🌹🌹ଶିବଶକ୍ତି ତପୋବନ , ଚାନ୍ଦପୁର , ରାହାମା, ଜଗତସିଂହପୁର ମୋ -୭୯୭୮୪୩୬୫୬୨
