ଶେଷ ହୋଇଛି ୨୧ ଦିନବ୍ୟାପି ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହେଉଥିବା ବାହାର ଚନ୍ଦନଯାତ୍ରା।
ଶେଷ ହୋଇଛି ୨୧ ଦିନବ୍ୟାପି ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହେଉଥିବା ବାହାର ଚନ୍ଦନଯାତ୍ରା।୨୧ ଦିନ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ,, ଭୂଦେବୀ ଶ୍ରୀଦେବୀ ଓ ପଞ୍ଚ ମହାଦେବ। ମହାପ୍ରଭୁଙ୍କ ଏହି ଦିବ୍ୟଦୁର୍ଲଭ ଜଳକ୍ରୀଡା ଦେଖି ଆତ୍ମତୃପ୍ତି ଲାଭ କରିଛନ୍ତି ଭକ୍ତ ଶ୍ରଦ୍ଧାଳୁ। ୨୧ ଦିନ ପର୍ଯ୍ୟନ୍ତ ଭକ୍ତ ଭଗବାନଙ୍କ ହେଉଥିଲା ମହାମିଳନ। ତେଵେ ବାହାର ଚନ୍ଦନ ଯାତ୍ରା ଶେଷ ହେବାପରେ ନରେନ୍ଦ୍ର ପୁଷ୍କରିଣୀରୁ ଫେରିଲା ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ସିଂହାସନ। ରୂପାରେ ଆଚ୍ଛାଦିତ ସିଂହାସନକୁ ବୋଝିଆ ମାନେ ନରେନ୍ଦ୍ର ପୁଷ୍କରିଣୀରୁ ହାତରେ ବୋହି ଆଣି ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସୁରକ୍ଷିତ ରଖିଛନ୍ତି। ରୂପାରେ ଆଚ୍ଛାଦିତ ସିଂହାସନରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ ବିରାଜିତ ହୋଇଥାନ୍ତି। ରାମକୃଷ୍ଣ ବିରାଜିତ ହୋଇଥିବା ଖଟୁଲୀକୁ ମଧ୍ୟ ସେଠାରୁ ଅଣାଯାଇଛି। ଭଉଁରୀ ପରବର୍ତ୍ତୀ ହଳଦୀ ପାଣି ପରେ ସିଂହାସନ ଫେରିଆସିଛି।
