ମହାପ୍ରଭୁଙ୍କ ମହାପ୍ରସାଦ ଅନଲାଇନ୍ ରେ ବିକ୍ରି ପାଇଁ ବିଜ୍ଞାପନ !
୧୧୦୦ ଟଙ୍କାରେ ଘରେ ପହଞ୍ଚିବ ମହାପ୍ରଭୁଙ୍କ ମହାପ୍ରସାଦ! ଅନଲାଇନ୍ରେ ବିକ୍ରି ହେଉଛି ମହାପ୍ରସାଦ l ଗତ କିଛି ଦିନ ପୂର୍ବେ ବ୍ରଜମେଳା ନାମକ ଏକ ସଂସ୍ଥା ଏଭଳି ଵିଜ୍ଞାପନ ଦେଇଥିବା ବେଳେ ଏବେ ପୁଣ୍ୟଭାବନା ନାମକ ଏକ ସଂସ୍ଥା ଦେଇଛି ବିଜ୍ଞାପନ l ଶ୍ରୀମନ୍ଦିର ପ୍ରଶାସନ ଓ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ପୁଣି ଥରେ ଅନଲାଇନ୍ରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ଘଟଣା ସାମ୍ନାକୁ ଆସିଛି। ଏଥର “ପୁଣ୍ୟଭାବନା” ନାମକ ଏକ ୱେବସାଇଟ୍ ଜରିଆରେ ସିଧା ଭକ୍ତଙ୍କ ଘର ଦୁଆରେ ମହାପ୍ରସାଦ ପହଞ୍ଚାଇବାକୁ ବିଜ୍ଞାପନ ଦିଆଯାଇଛି।

ଏହାକୁ ନେଇ ସନାତନ ଧର୍ମାବଲମ୍ବୀ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। “ପୁଣ୍ୟଭାବନା” ୱେବସାଇଟ୍ରେ ଏକ ଆକର୍ଷଣୀୟ ପୋଷ୍ଟର ଛଡ଼ାଯାଇଛି। ସେଥିରେ ଦାବି କରାଯାଇଛି – “ଅଥେଣ୍ଟିକ ଜଗନ୍ନାଥ ପୁରୀ ମନ୍ଦିର ମହା ପ୍ରସାଦ ଏବେ ଆପଣଙ୍କ ଘରେ”। 1100 ଦେଲେ କୋରିଅର ମାଧ୍ୟମରେ ମହାପ୍ରସାଦ ଘରେ ପହଞ୍ଚିଯିବ। ଏହି ବିଜ୍ଞାପନ ସାମାଜିକ ଗଣମାଧ୍ୟମ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।
