ଗୁରୁପୂର୍ଣ୍ଣିମାର ଅଭିନନ୍ଦନ
//ଗୁରୁପୂର୍ଣ୍ଣିମାର ଅଭିନନ୍ଦନ//
ଆଜିର ଏହି ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସମସ୍ତ ଗୁରୁଙ୍କୁ ମୋର ଆନ୍ତରିକ ପ୍ରଣାମ । ଆପଣ ହେଉଛନ୍ତି ଛାତ୍ରଛାତ୍ରୀମାନଙ୍କ ଜୀବନର ଦିଗଦର୍ଶକ, ଯେଉଁମାନେ ଅନ୍ଧକାରରୁ ଆଲୋକ ପଥକୁ ଅଗ୍ରସର ହୁଅନ୍ତି । ଆପଣମାନଙ୍କ ଜ୍ଞାନ, ଶିକ୍ଷା ଓ ଆଦର୍ଶ ସେମାନଙ୍କ ଜୀବନକୁ ସୁନ୍ଦର ଓ ସଫଳ କରୁ, ଏହାହିଁ କାମନା ।
ଏହି ଶୁଭ ଅବସରରେ ଆପଣମାନଙ୍କୁ ଅଭିନନ୍ଦନ ।
କବିତା : ହେ ଗୁରୁ
ଡ. ପ୍ରେମାନନ୍ଦ ବେହେରା
ହେ ଗୁରୁ ତୁମେ ସୃଷ୍ଟିକର୍ତ୍ତା
ଗୁରୁ ତୁମେ ପାଳନକର୍ତ୍ତା
କର ଶିଷ୍ୟର ମଙ୍ଗଳ କାମନା
ତୁମେ ବ୍ରହ୍ମା ବିଷ୍ଣୁ ମହେଶ୍ଵର ।।
ହେ ଗୁରୁ….
ତୁମେ ବ୍ରହ୍ମା ବିଷ୍ଣୁ ମହେଶ୍ଵର ।।
ଆର୍ଯ୍ୟଭୂମି ଭାରତରେ ଗୁରୁ ଶିଷ୍ୟ ପରମ୍ପରା
ଅଟଇ ସତେ ମହାନ
ରାମାୟଣ ହେଉ ଅବା ମହାଭାରତ ସମୟେ
ସାଜିଛ ଉଦାହରଣ
ହେ ଗୁରୁ…..
ତୁମେ ବ୍ରହ୍ମା ବିଷ୍ଣୁ ମହେଶ୍ଵର ।।
ତୁମେ ପିତା ତୁମେ ବନ୍ଧୁ ତୁମେ ମୋ ମାର୍ଗ ଦର୍ଶକ
ତପୋବନେ ବିଦ୍ୟାଦାନ
ବିଦ୍ୟା ଆଗ୍ରହୀ ଶିଷ୍ୟକୁ ଦେଖାଇ ଗ୍ୟାନ ଆଲୋକ
କର ସନ୍ତୋଷ ପ୍ରଦାନ
ହେ ଗୁରୁ……..
ତୁମେ ବ୍ରହ୍ମା ବିଷ୍ଣୁ ମହେଶ୍ଵର ।।
କେ ପାରିବ କଳି ତୁମ୍ଭ ଅସୀମ ଜ୍ଞାନ ଭଣ୍ଡାର
ନିଃସ୍ବାର୍ଥ ତୁମ୍ଭ ସାଧନା
ସୁଭାଶିଷ ଦିଅ ହେ କୋଟି ଦଣ୍ଡବତ କରେ
ପାଦତଳେ ତୁମର ।।
ହେ ଗୁରୁ……..
ତୁମେ ବ୍ରହ୍ମା ବିଷ୍ଣୁ ମହେଶ୍ଵର ।।
ପଦ୍ମପୁର, ବରଗଡ଼
