ଗାଁ ପୋଖରୀର ପୁନଃଉଦ୍ଧାର ଦାବି ରେ ବ୍ଲକ ଘେରିଲେ ଗ୍ରାମବାସୀ
ଗାଁ ପୋଖରୀର ପୁନଃଉଦ୍ଧାର ଦାବି ରେ ବ୍ଲକ ଘେରିଲେ ଗ୍ରାମବାସୀ ସ୍ଥାନ – ବେଲପଡା 10/06/2026ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଖଲିପଥର ଗାଁ ପୋଖରୀର ପୁନଃଉଦ୍ଧାର ଦାବିରେ ବ୍ଲକ ସମ୍ମୁଖରେ ଧାରଣାରେ ଗ୍ରାମବାସୀ, ବିଡ଼ିଓ ଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ। ଖଲିପଥର ଗାଁ ପୋଖରୀଗୁଡ଼ିକ ଦୀର୍ଘଦିନରୁ ଉଦ୍ଧାରକାମ ହୋଇନଥିବା ବେଳେ ଗ୍ରାମବାସୀ ବାରମ୍ବାର ସରପଞ୍ଚ ଙ୍କୁ ଅଭିଯୋଗ କରୁଥିଲେ ବି କୌଣସି ସୁଫଳମିଳୁନଥିବାରୁ ଗ୍ରାମପଞ୍ଚାୟତ ଗ୍ରାମକୁ ବୈମାତୃକ ମନୋଭାବ ଦେଖାଉଥିବା ଅଭିଯୋଗ ନେଇ ବ୍ଲକ କାର୍ଯାଳୟ ସମ୍ମୁଖରେ ଖରାରେ ଗ୍ରାମବାସୀ ଧାରଣାରେ ବସିଥିବା ବେଳେ ବେଲପଡା ବିଡ଼ିଓ ଓ ଉପାଧକ୍ଷ ଆନ୍ଦୋଳନକାରି ମାନଙ୍କୁ ବୁଝାଇସୁଝାଇ ପୋଖରୀ ପୁନଃଉଦ୍ଧାର ର ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି।
