ନାଉଗାଁ ପୋଲିସ କୁ ମିଳିଛି ବଡ଼ ସଫଳତା

Date-12/06/26 ନାଉଗାଁ ପୋଲିସ କୁ ମିଳିଛି ବଡ଼ ସଫଳତା*4 ଜଣ ଫେରିବାଲା କୁ ଗିରଫ କରିବା ସହିତ 22 କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତବ୍ରେକିଙ୍ଗ – ଦିନରେ ଫେରିବାଲା ରାତିରେ ଗଞ୍ଜେଇ ବେପାରୀ । ଜାହାର ଏବେ ପର୍ଦାଫାଶ କରିଛି ନାଉଗାଁ ପୋଲିସ, 22 କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ ସହ 4 ଜଣ ଚୋରା ଗଞ୍ଜେଇ ବେପାରୀ ଙ୍କୁ ଜବତ ଘଟଣା ରେ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଦାସ ଏକସାମ୍ବାଦିକ ସମ୍ମିଳନୀ ରେ ସୁଚନା ଦେଇଛନ୍ତି । ସୂଚନା ମୁତାବକ ଗତକାଲି ଜଗତସିଂହପୁର SDPO ଦିବ୍ୟ ରଂଜନ ନାଥ ଓ ନାଉଗାଁ ଥାନା ଅଧିକାରୀ ଦେବାଶିଷ ପଣ୍ଡା ଙ୍କ ନେତୃତ୍ବରେ ନାଉଗାଁ ପୋଲିସ ର ଗୋଟେ ଟିମ ଦେବୀଦୋଳ ବ୍ରିଜ ନିକଟରେ ନାକା ଚେକିଙ୍ଗ କରୁଥିବା ସମୟରେ 4 ଜଣ ଅଭିଯୁକ୍ତ ଦୁଇଟି ଲୁନା ଗାଡି ଯୋଗେ ଗଞ୍ଜେଇ ଆଣି ଆସୁଥିବା ବେଳେ ପୋଲିସ କୁ ଦେଖି ଫେରିଯାଉ ଥିବା ବେଳେ, ପୋଲିସ ଅତର୍କ୍ରିତ ଭାବେ ଚଢ଼ାଉ କରି 4 ଜଣ ଅଭିଯୁକ୍ତ ୱେଷ୍ଟବେଙ୍ଗଲ ର ମେଦିନୀପୁର ର ସେକ ରଵାନୀ, ଏସ୍କେ ରକିବୁଲ, ଏସ୍କେ ଆୟର ଅଲ୍ଲୀ, ଓ ମୁକ୍ତାର ଅଲ୍ଲୀ ସାହା କୁ ଧରିବା ସହିତ, 22 କେଜି ରୁ ଉର୍ଦ୍ଧ ଗଞ୍ଜେଇ ଓ ଦୁଇଟି ଲୁନା ଗାଡି ମଧ୍ୟ ପୋଲିସ ଜବତ କରିଥିଲା l ଅନ୍ୟପଟେ ଅଭିଯୁକ୍ତ ମାନେ ୱେଷ୍ଟ ବେଙ୍ଗଲ ରୁ ଏହି ଗଞ୍ଜେଇ ଆଣୁଥିଲେ ଏବଂ କାହାକୁ ଏହି ଗଞ୍ଜେଇ ଦେଉଥିଲା ତାହା ପୋଲିସ ତଦନ୍ତ ପରେ ଏବଂ ଅଭିଯୁକ୍ତ ମାନଙ୍କ ମୋବାଇଲି ଯାଞ୍ଚ ପରେ ଏହାର ସମ୍ପୂର୍ଣ ତଥ୍ୟ ସାମ୍ନାକୁ ଆସିବ ତାହା ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଏସ୍ପି ସତ୍ୟବ୍ରତ ଦାସ ସୂଚନା ପ୍ରଦାନ କରିଛନ୍ତି l

Leave a Reply

Your email address will not be published. Required fields are marked *