ଗାୟତ୍ରୀ ଏଜୁକେସନ ପଏଣ୍ଟ ପକ୍ଷରୁ ଯୁକ୍ତ ତିନି କୃତୀ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

Date-12/06/26*- ଜଗତସିଂହପୁର ସହର କକେଜଛକ ନିକଟରେ ଥିବା ଅଗ୍ରଣୀ କୋଚିଂ ସେଣ୍ଟର ଗାୟତ୍ରୀ ଏଜୁକେସନ ପଏଣ୍ଟ ପକ୍ଷରୁ ଯୁକ୍ତ ତିନି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନିର୍ଦ୍ଦେଶିକ ଶାଶ୍ବତୀ ଶୁଭଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଆଶୁତୋଷ ମହାପାତ୍ର, ରାଜେନ୍ଦ୍ର ବାରିକ, କୁମାର ରୁଦ୍ର, ଆଶୁତୋଷ ଭୂଇଁ।, ସୋନାଲି ସ୍ବାଇଁ, ମାନସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ଗାୟତ୍ରୀ ଏଜୁକେସନ ପଏଣ୍ଟ ରେ ଶିକ୍ଷା ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବା ସହିତ ଶତପ୍ରତିଶତ ରେଜଲ୍ଟ ହୋଇଛି । ଏହାକୁ ନେଇ ଛାତ୍ରଛାତ୍ରୀ ମାନେ ବେଶ ଖୁସିଥିବା ସହିତ ଆଗମୀ ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ପ୍ରସ୍ତୁ ହେଉଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *