ମହାନ୍ ସଂଘ୍ ପକ୍ଷ ରୁ ବିଶ୍ୱ ପରିବେଶ ଦିବସ ପାଳିତ

ବ୍ରହ୍ମପୁର ୫/୬ବର୍ତ୍ତମାନ ବିଶ୍ୱ ରେ ଯେପରି ପରିବେଶ ଅବନତି ଘଟୁଛି, ପ୍ରାଣୀ ଜଗତ ବଞ୍ଚିବା କଷ୍ଟକର ହୋଇପଡୁଛି।ଏଣୁ ସବୁ ସ୍ତରରେ ପରିବେଶ ସୁରକ୍ଷା ସହ ବ୍ୟାପକ ବୃକ୍ଷ ରୋପଣ ସହ ସୁରକ୍ଷା କରିବା ଆବଶ୍ୟକ ବୋଲି ଆଜି ମହାନ୍ ସଂଘ୍ ପକ୍ଷ ରୁ ହିଲପାଟଣା କାର୍ଯ୍ୟଳୟ ନିକଟସ୍ଥ ସତ୍ୟ ଭମା କଲ୍ୟାଣୀ ମଣ୍ଡପ ପରିସରରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ପ୍ରତ୍ୟକ୍ଷ ତତଭାନରେ ପୂର୍ବତନ କେ୍ଦ୍ରମନ୍ତ୍ରୀ ତଥା ସଂଘ ଉପଦେଷ୍ଟା ଶ୍ରୀ ଚନ୍ଦ୍ର ଶେଖର ସାହୁ, ଅନ୍ୟତମ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ମେୟର ଶ୍ରୀମତୀ ସଂଘମିତ୍ର। ଦଳେଇ, ପୂର୍ବତନ ହିଞ୍ଜିଳି ବିଧାୟକ ଶ୍ରୀ ଉଦୟ ନାଥ ନାୟକ , ପୂର୍ବତନ ବି ଡି ଏ ଅଧକ୍ଷ ଶ୍ରୀ ସୁବାଷ ମହାରଣା ଅତିଥି ଭାବେ ଯୋଗଦେଇ ମହାନ୍ ସଂଘ ର ଦିର୍ଘ୍ ୪୧ ବର୍ଷ ଧରି ପରିବେଶ ଦିଗରେ କାର୍ଯ୍ୟ ର ଉଚ୍ଚ ପ୍ରସଂଶା କରିବା ସହ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଗଣେଶ ନାୟକ, ଡ ଧନ ଲକ୍ଷ୍ମୀ ପଟ୍ଟନାୟକ, ସମର ପାତ୍ର, ଶ୍ରୀକାନ୍ତ ଚନ୍ଦ୍ର ସାବତ, ରିତାଞ୍ଜଳି ସ୍ୱାଇଁ, ପ୍ରଭାକର ସାହୁ, ସୁଦୀପ ସାହୁ, ସୁନିର ବିଶ୍ୱାସ, ଚିନ୍ମୟ ନାରାୟଣ ରଥ, ଆଦିତ୍ୟ ରଥ,ପ୍ରକାଶ ଭାଜନି, ସଞ୍ଜୟ ମାଝୀ, ସୀମାଞ୍ଚଳ ପାଣିଗ୍ରାହୀ, ହରିକୃଷ୍ଣ ମିଶ୍ର, ଡ ସନ୍ଧ୍ୟା ରାଣୀ ପଟ୍ଟନାୟକ, ତପନ ପଣ୍ଡା,ମନୋଜ ମହାପାତ୍ର, ଡ ସୁରଜିତ ପାଣିଗ୍ରାହୀ ଙ୍କ ସମେତ ସଂଘ ର ବହୁ ସଦସ୍ୟ ସଦସ୍ୟା ଓ ହିଲପାଟଣା ନିବାସୀ ଅଂଶ ଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ । ଚଳିତ ବର୍ଷ ସଂଘ ପକ୍ଷ ରୁ ବ୍ୟାପକ ଭାବେ ବୃକ୍ଷ ରୋପଣ କରାଯିବ ବୋଲି ସଭାପତି ଶ୍ରୀ ସାବତ ଙ୍କ ଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *