କଳିଙ୍ଗ ବୈଶ୍ୟ ଯୁବକ ସେବା ସଙ୍ଘ ପକ୍ଷରୁ ଭୋଜନ ସେବା କାର୍ଯ୍ୟ ।
ଫୁଲବାଣୀ, ୧୬/୦୫/୨୦୨୬, କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କଳିଙ୍ଗ ବୈଶ୍ୟ ଯୁବକ ସେବା ସଙ୍ଘ(ପ୍ରଥମ ) ପକ୍ଷରୁ ଭୋଜନ ସେବା କାର୍ଯ୍ୟ ଚଳିତ ସପ୍ତ ବିଂଶ ତମ ମା ନାରାୟଣୀ ଠାକୁରାଣୀ ଯାତ୍ରା ଅବସରରେ ହଜାର ହଜାର ଭକ୍ତଙ୍କ ପାଇଁ ମୁଖ୍ୟ ରାସ୍ତାର ଷ୍ଟେଟବ୍ୟାଙ୍କ ନିକଟରେ ଆୟୋଜନ କରାଯାଇଥିଲା l ସନ୍ଧ୍ୟାରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ଶହ ଶହ ଜନସାଧାରଣ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା l ଯାତ୍ରା ଦେଖିବା କୁ ଆସୁଥିବା ଦର୍ଶକ ଯାତ୍ରା ଦେଖିବା, ମିନlବଜାର ବୁଲିବା ସହ ଭୋଜନ ବ୍ୟବସ୍ଥା ହୋଇଥିବାରୁ ସଙ୍ଘ କୁ ଆନ୍ତରିକ ସାଧୁବାଦ ଜଣାଇଛନ୍ତି l ଏହି କାର୍ଯ୍ୟକ୍ରମରେ ଯୁବକ ସଙ୍ଘ ସମ୍ପାଦକ ଟି ଶିବ ଶଙ୍କର ପାତ୍ର,ସଭାପତି ଦିଲ୍ଲୀପ ମାଲୁ,ସଦସ୍ୟ ପ୍ରଭାତ ପାତ୍ର, ମଧୁସୂଦନ ପାତ୍ର,ଡି ସୁବାସ ଚନ୍ଦ୍ର ପାତ୍ର,ଟୁକୁନା ପାତ୍ର, ବିଶ୍ୱଜିତ ସୁବୁଦ୍ଧି ପ୍ରମୁଖ ସହଯୋଗ କରିଥିଲେ l
