ଶ୍ରୀମନ୍ଦିରରେ ମାଙ୍କଡ ଉତ୍ପାତ ଦିନକୁଦିନ ଦେଖିବାକୁ ମିଳିଛି।
କେତେବେଳେ ଭକ୍ତଙ୍କୁ କାମୁଡି ଦିଅନ୍ତି ତ କେତେବେଳେ ଭକ୍ତଙ୍କ ହାତରୁ ପ୍ରସାଦ ଓ ପର୍ସ ଝିଙ୍କି ନେଇ କୁଆଡେ ଚାଲିଯାଆନ୍ତି। ଏଭଳି ଏକ ଦୃଶ୍ୟ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି। ଜଣେ ଭକ୍ତଙ୍କ ଭ୍ୟାନିଟି ବ୍ୟାଗକୁ ଏକ ମାଙ୍କଡ ଟାଣି ନେଇ ଶ୍ରୀମନ୍ଦିର ଗୁମୁଟ ଉପରକୁ ଚାଲିଯାଇଛି। ଭ୍ୟାନିଟି ବ୍ୟାଗକୁ କାମୁଡି ସେଥିରେ ଥିବା ଭକ୍ତଙ୍କ ସାମଗ୍ରୀକୁ ସବୁ ତଳେ ପକାଉଛି ମାଙ୍କଡଟି। ଭକ୍ତ ଜଣକ କେବଳ ଅବାକ୍ ହେଇ ଅନାଇବା ଛଡା ଆଉ କିଛି କରିପାରୁନାହାନ୍ତି। ମାଙ୍କଡଟି ଭ୍ୟାନିଟି ବ୍ୟାଗ୍ ନେଇ ଗୁମୁଟର ଏପାଖ ସେପାଖ ହେଉଛି। କିଛି ଭକ୍ତ ଓ ସୁରକ୍ଷାକର୍ମୀ ମାଙ୍କଡକୁ ପାଟି କରିବାରୁ ମାଙ୍କଡଟି ମନ୍ଦିର ଗୁମୁଟ ଉପରୁ ସିଧାସଳଖ ଆନନ୍ଦବଜାର ଅଭିମୁଖେ ଦ୍ରୁତଗତିରେ ଯାଉଛି। ତେଣୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ନିଜନିଜର ସାମଗ୍ରୀକୁ ସାବଧାନର ସହ ରଖିବା ଆବଶ୍ୟକ,, ନଚେତ୍ ଏଭଳି ଘଟଣାର ସମ୍ମୁଖୀନ ହେବାକୁ ପଡିବ ,,,କାରଣ ଶ୍ରୀମନ୍ଦିର ଭିତରେ ଓ ବାହାରେ ମାଳମାଳ ମାଙ୍କଡ ବୁଲୁଛନ୍ତି ।
