ମା ରକ୍ଷା କାଳୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ।।
ମା ରକ୍ଷା କାଳୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ।।ଯାଜପୁର ବ୍ଲକ ଅନ୍ତର୍ଗତ କବିର ପୁର ଦଶହରା ପଡ଼ିଆସ୍ଥିତ ମା ରକ୍ଷା କାଳୀଙ୍କ ବାର୍ଷିକ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ରଜ ତିନିଦିନ ଧରି ପାଳନ କରାଯିବ । ଗତ ତା ୧୩/୦୬ ରିଖ ଅପରାହ୍ନରେ ନିକଟସ୍ଥ ଖରସ୍ରୋତା ନଦୀରେ ପୂଜା ପାଠ କରି ପବିତ୍ର ଜଳପୂର୍ଣ୍ଣ କଳସ ଯାତ୍ରା ବାଜା, ବାଣ,କୀର୍ତ୍ତନ ସହ ଏକ ଶୋଭାଯାତ୍ରାରେ ଆସି ରକ୍ଷା କାଳୀଙ୍କ ପୀଠରେ ପହଞ୍ଚି ଥିଲା । ପ୍ରଥମ ରଜ ପ୍ରାତରୁ ମନ୍ଦିରର ପୂଜକ ପ୍ରମୋଦ କୁମାର ମିଶ୍ର ମା ଙ୍କର ସ୍ନାନ କରାଇବା ପରେ ବଡ଼ ସିଂହାର ବେଶରେ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ପରେ ପରେ ଗୋ ପୂଜା,ସୂର୍ଯ୍ୟ ପୂଜା , ଗୁରୁ ପୂଜା,ବାହ୍ୟବଳି, ପିଠ ପୁଜା, ମଣ୍ଡଳାଦି ପୂଜା, ଷୋଡଶ ଉପଚାର ପୂଜା ପରେ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନା କରାଯାଇଥିଲା । ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଏହି ଯଜ୍ଞ କାର୍ଯ୍ୟରେ କର୍ତ୍ତା ଭାବେ ମୃତ୍ୟୁଞ୍ଜୟ ପାଢ଼ୀ ଓ କର୍ତ୍ତି ଭାବେ ମଧୁସ୍ମିତା ଉପାଧ୍ୟାୟ,ପଣ୍ଡିତ ନିତ୍ୟାନନ୍ଦ ପତି,ଅନାମ ଚରଣ ପତି,ଅରୁଣ କୁମାର ପଣ୍ଡା,ରବୀନ୍ଦ୍ର ପତି, ବିପ୍ଳବ ପାଢ଼ୀ,ସଞ୍ଜୟ ପାଢ଼ୀ ଓ ସେବାକାରୀ ଭାବେ ବନମାଳୀ ବାରିକ ଯଜ୍ଞକାର୍ଯ୍ୟ ସମ୍ପାଦିତ କରିଥିଲେ । ସନ୍ଧ୍ୟାରେ ପ୍ରସାଦ ପାଇବା ପାଇଁ ଆଖ ପାଖ ଅଞ୍ଚଳରୁ ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଅପେକ୍ଷା କରି ଥାଆନ୍ତି । ରଜ ତିନି ଦିନ ଦଶହରା ପଡ଼ିଆ ଉତ୍ସବ ମୁଖରିତ ହେବାସହ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଦୋଳି ଖେଳ ଓ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶ।
