ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ଦିନଦ୍ୱିପହରେ ଆଖି ଠାର ୮୦ଟନ ଲୁହା ବିକ୍ରି ଉଦ୍ୟମ ପଣ୍ଡଲୁହା ବୋଝେଇ କରୁଥିବା ଟ୍ରକ ଜବତ
ଚାନ୍ଦବାଲି,୧୪/୬/୨୬() ଚାନ୍ଦବାଲି ପୁଲିସ ଏକ ଲୁହା ବୋଝେଇ ଟ୍ରକ ଜବତ କରିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଜଳସମ୍ପଦ କନିଷ୍ଠ ଯନ୍ତ୍ରୀ ବାଣିଶ୍ରୀ ନାୟକ ଜଳ ସମ୍ପଦ ବିଭାଗ ଡାକବଙ୍ଗଳାରେ ଦୀର୍ଘବର୍ଷ ହେଲା ଗଛିତ ଥିବା ୮୦ ଟନ୍ରୁ ଅଧିକ ଲୁହାକୁ ବିକ୍ରି କରିବା ଲାଗି କବାଡ଼ି ମାଲିକ ମାନସ ସାମଲଙ୍କ ସହ ଯୋଗାଯୋଗ କରିଥିଲେ।ସେହି ଅନୁସାରେ ଆଜି ଜେସିବି ସହାୟତାରେ ଉକ୍ତ ଲୁହାକୁ ଏକ ଟ୍ରକରେ ଲୋଡ଼ କରୁଥିବା ସମୟରେ ସ୍ଥାନୀୟଲୋକଙ୍କ ନଜରକୁ ଆସିଥିଲା ପରେ ଏବିଷୟରେ ବିଭାଗୀୟ ଏସଡିଓଙ୍କ ନିକଟରେ ଏହି ଖବର ପହଞ୍ଚି ଥିଲା ଫଳରେ ସଙ୍ଗେ ସଙ୍ଗେ ବିଭାଗୀୟ ଏସଡିଓ ଚାନ୍ଦବାଲି ପୁଲିସକୁ ସୂଚନା ଦେଇଥିଲେ ସେଠାରେ ପୋଲିସ ସେଠାରେ ପହଞ୍ଚି ଜେସିବି ସହ ଲୁହା ବୋଝେଇ ଟ୍ରକକୁ ଜବତ କରି ଥାନାକୁ ଆଣିଛି। ଏସମ୍ପର୍କରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏହି ଭଙ୍ଗା ଲୁହାକୁ କମାରିଆ ପଠାଯାଉଥିଲା ବୋଲିକହିଛିନ୍ତି। ଏ ସମ୍ପର୍କରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଅନ୍ୟମାନେ ଜାଣିଛନ୍ତି ବୋଲି ସେ କହିଥିଲେ। ମାତ୍ର ସହକାରୀ ଯନ୍ତ୍ରୀ ସୁରଜ ମଲିକଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣି ନାହାନ୍ତି ଏବଂ କନିଷ୍ଠ ଯନ୍ତ୍ରୀ ଏହି ଲୁହାକୁ ବିକ୍ରି କରୁଥିବାରୁ ସେ ଏ ବିଷୟରେ ଚାନ୍ଦବାଲି ଥାନାଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ଆଜି ଛୁଟି ଦିନରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଏସଡିଓଙ୍କ ଅଗଚୋରରେ ବିକ୍ରି କଲେ, ତାହା ଏବେ ତଦନ୍ତ ସାପେକ୍ଷ ହୋଇଛି। ଅନ୍ୟ ପକ୍ଷରେ ଏସଡିଓ ସୂରଜ ମଲିକ ମଙ୍ଗଳବାର ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି।
