ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍ ଏବେ ନିୟମିତ ଏକ୍ସପ୍ରେସ୍ ଭାବେ ଚଳାଚଳ କରିବ ।

ଭୁବନେଶ୍ୱର, ୧୮ ମଇ, ୨୦୨୬:ଯାତ୍ରୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନକୁ ନିୟମିତ ଏକ୍ସପ୍ରେସ୍ ଟ୍ରେନରେ ରୂପାନ୍ତରିତ କରାଯାଇଛି।ଗାଡ଼ି ନମ୍ବର ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍ ଏବେ ଗାଡ଼ି ନମ୍ବର ୧୮୦୧୭/୧୮୦୧୮ ଭଞ୍ଜପୁର-ପୁରୀ-ଭଞ୍ଜପୁର ଏକ୍ସପ୍ରେସ୍ ଭାବରେ ପରିଚାଳିତ ହେବ। ଏହି ଦୁଇଟି ଟ୍ରେନ୍ ଯଥାକ୍ରମେ ୨୧ ମଇ ଏବଂ ୨୨ ମଇ, ୨୦୨୬ ରୁ ସେମାନଙ୍କର ନିୟମିତ ଯାତ୍ରା ସେବା ଆରମ୍ଭ କରିବେ।ଟ୍ରେନ୍ ନମ୍ବର ୧୮୦୧୭ ଭଞ୍ଜପୁର-ପୁରୀ ଏକ୍ସପ୍ରେସ୍ ଭଞ୍ଜପୁରରୁ ରାତି ୧୧:୧୦ ମିନିଟରେ ଯାତ୍ରା ଆରମ୍ଭ କରି ପରଦିନ ସକାଳ ୫:୫୦ ମିନିଟରେ ପୁରୀରେ ପହଞ୍ଚିବ।ସେହିଭଳି , ଟ୍ରେନ୍ ନମ୍ବର ୧୮୦୧୮ ପୁରୀ-ଭଞ୍ଜପୁର ଏକ୍ସପ୍ରେସ୍ ପୁରୀରୁ ରାତି ୧୧:୫୦ ମିନିଟରେ ଯାତ୍ରା ଆରମ୍ଭ କରି ପରଦିନ ସକାଳ ୬:୫୦ ମିନିଟରେ ଭଞ୍ଜପୁରରେ ପହଞ୍ଚିବ।ଏହି ଟ୍ରେନ୍ ସେବା ସ୍ପେଶାଲ୍ ଟ୍ରେନ୍ ଭାବେ ପ୍ରଚଳନ ହେବା ପରଠାରୁ ଯାତ୍ରୀମାନଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇପାରିଛି। ଯାତ୍ରୀଙ୍କ ସଂଖ୍ୟା ଓ ଚାହିଦାକୁ ଦୃଷ୍ଟିରେ ରଖି ଏହି ସେବାକୁ ନିୟମିତ କରାଯାଇଛି, ଯାହା ଫଳରେ ଯାତ୍ରୀମାନଙ୍କ ଗମନାଗମନ ରେ ଆହୁରି ସୁବିଧା ହେବ। ଏହି ନିୟମିତ ଟ୍ରେନ୍ ଓଡ଼ିଶାର ପ୍ରମୁଖ ସହର ଯଥା ବାରିପଦା , ବାଲେଶ୍ୱର, ସୋରୋ, ଭଦ୍ରକ, ଯାଜପୁର ରୋଡ୍, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍ କୁ ସଂଯୋଗ କରିବ।ଭାରତୀୟ ରେଳବାଇର ଏହି ପଦକ୍ଷେପ ଯାତ୍ରୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେବା ସହ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା ଏବଂ ସୁରକ୍ଷିତ ତଥା ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପ୍ରୟାସ।

Leave a Reply

Your email address will not be published. Required fields are marked *