ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ସହ ମହାଶକ୍ତି ଚିତ୍ରେଶ୍ୱରୀଙ୍କ ଆଖି ତାଡିନେଲେ ଦୁବୃର୍ତ୍ତ।

କୋଣାର୍କ – କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ଚିତ୍ରେଶ୍ୱରୀ ଠାରେ ଅବସ୍ଥିତ ପ୍ରତେକ୍ଷ ଠାକୁରାଣୀ ମା ମହାଶକ୍ତି ଚିତ୍ରେଶ୍ଵରୀ ଦେବୀଙ୍କ ଲକ୍ଷାଧିକ ଟଙ୍କାର ରୂପା ଅଙ୍ଗ ଅଳଙ୍କାର ଓ ପିତଳ ପୁଜା ସାମଗ୍ରୀ ଦୁବୃର୍ତ୍ତ ମାନେ ମନ୍ଦିର କବାଟ ତାଡି ରବିବାର ବିଳମ୍ବିତ ରାତିରେ ଲୁଟି ନେଇଛନ୍ତି। ଏପରିକି ମାଆଙ୍କ ରୂପା ଆଖି କୁ ବି ତାଡି ନେଇଗଲେ ଦୁବୃର୍ତ୍ତ ଦଳ। ମହାଶକ୍ତି ଚିତ୍ରେଶ୍ୱରୀ ହେଉଛନ୍ତି କାକଟପୁରର ମା ମଙ୍ଗଳାଙ୍କ ଆବିର୍ଭାବ ସମୟର। କଳିଙ୍ଗ ନୌବାଣିଜ୍ୟ କାଳରେ ନିଜର ସୁରକ୍ଷା ଓ ମଙ୍ଗଳ କାମନା କରି ସାଧବ ମାନେ ସିଂହଳ ରୁ ମାଆ ଙ୍କୁ ଆଣି ଏଠାରେ ଥିବା ନଦୀ କୁଳ ଓ ଆଶ୍ରୟସ୍ଥଳୀ ନିକଟରେ ଅବସ୍ଥାପିତ କରିଥିଲେ। ସେବେଠୁ ମହାଶକ୍ତି ଚିତ୍ରେଶ୍ଵରୀ ଏଠାରେ ବିରାଜମାନ ହୋଇ ପୁଜା ପାଉଛନ୍ତି। ସୋମବାର ସକାଳୁ ଲୁଟ୍ ଘଟଣା ଦେଖି ଦାୟିତ୍ୱରେ ଥିବା ଯଦୁପୁର ଗ୍ରାମର ପୂଜକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଲକ୍ଷ୍ମଣ କୁମାର ପଣ୍ଡା ଙ୍କ ସମେତ ଗ୍ରାମବାସୀ ମାନେ ଏନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟୀଫିକ ଟିମ୍ ପହଞ୍ଚି ତଦନ୍ତ କରିଛି। ଦୁବୃର୍ତ୍ତ ମାନେ ମାଙ୍କ ରୂପାରେ ତିଆରି ହୋଇଥିବା ଅଙ୍ଗଲାଗି ଦୁଇଟି ହାର, ମଥାର ମୁକୁଟ, କାନ, ନାକ, ହାତ, ପାଦ, ଆଙ୍ଗୁଠି ରେ ଭୂଷଣ ହୋଇଥିବା ସମସ୍ତ ରୂପା ଅଳଙ୍କାର ସହ ଆଖି ମଧ୍ୟ ତାଡି ନେଇଛନ୍ତି। ଏଥି ସହିତ ପିତଳ ନିର୍ମିତ ପୂଜା ସାମଗ୍ରୀ, ଘଣ୍ଟ, ଘଣ୍ଟି, ପିଢ଼ା ଆଦି ୨ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଓ ସାମଗ୍ରୀ ଲୁଟି ନେଇଛନ୍ତି । ତୁରନ୍ତ ଆବଶ୍ୟକ ତଦନ୍ତ କରି ଚୋର ମାନଙ୍କୁ ଧରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *