ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି lମହଜୁଦ ସ୍ଥିର ଥିବା ନେଇ ତୈଳ ବିପଣନ କମ୍ପାନୀଙ୍କ ଆଶ୍ୱାସନା; ଆତଙ୍କିତ ହୋଇ କିଣାକିଣି ନକରିବାକୁ ଜନସାଧାରଣଙ୍କୁ ଅନୁରୋଧଭୁବନେଶ୍ୱର: ଆଇଓସିଏଲ୍‍, ବିପିସିଏଲ୍‍ ଏବଂ ଏଚ୍‍ପିସିଏଲ୍‍ ଭଳି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀମାନଙ୍କ ଦ୍ୱାରା ସାରା ଓଡ଼ିଶାରେ ନିରବଚ୍ଛିନ୍ନ ପେଟ୍ରୋଲିୟମ ଉତ୍ପାଦ ଯୋଗାଣ ଜାରି ରହିଛି ବୋଲି ତୈଳ ବିପଣନ କମ୍ପାନୀମାନେ ସ୍ପଷ୍ଟ କରିଛନ୍ତି। ରାଜ୍ୟର ସମସ୍ତ ବିତରଣ କେନ୍ଦ୍ରରେ ସ୍ଥିର, ନିରବଚ୍ଛିନ୍ନ ଓ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ (ଏମଏସ୍‍), ଡିଜେଲ (ଏଚଏସ୍‍ଡି) ଏବଂ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ (ଏଲ୍‍ପିଜି) ଯୋଗାଣ କରାଯାଉଥିବା ଏହି ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ କୁହାଯାଇଛି, ଟର୍ମିନାଲ, ଡିପୋ ଏବଂ ରିଟେଲ ଆଉଟଲେଟ୍ ତଥା ପେଟ୍ରୋଲ ପମ୍ପଗୁଡ଼ିକୁ ନେଇ ଗଠିତ ସମ୍ପୂର୍ଣ୍ଣ ଜାଳେଣି ଯୋଗାଣ ଶୃଙ୍ଖଳ ବାଧାବିଘ୍ନ ବିନା ସୁରୁଖୁରୁରେ କାର୍ଯ୍ୟ କରୁଛି। ଜାଳେଣି ମହଜୁଦ୍‌ର ପ୍ରକୃତ ସମୟରେ (ରିଅଲ୍ ଟାଇମ୍) ନିରୀକ୍ଷଣ କରାଯାଉଛି ଏବଂ ରାଜ୍ୟର ସମସ୍ତ ସ୍ଥାନରେ ସର୍ବୋତ୍ତମ ମହଜୁଦ୍ ସ୍ତର ବଜାୟ ରଖିବା ପାଇଁ ପୁନଃ-ପୂରଣ କାର୍ଯ୍ୟ ସୁଗମ ଭାବେ କରାଯାଉଛି। ଏହା ବାଦ୍‍ ଘରୋଇ ଗ୍ରାହକମାନଙ୍କୁ ଏଲପିଜି ବିତରଣ ସର୍ବୋଚ୍ଚ ଅଗ୍ରାଧିକାରରେ ଦିଆଯାଉଛି ଏବଂ ଓଡ଼ିଶା ସାରା ଏହା ସ୍ୱାଭାବିକ ରହିଛି। ସମସ୍ତ ପରିବାରକୁ ସମୟାନୁକୁଳ ଏବଂ ନିରବଚ୍ଛିନ୍ନ ବିତରଣ ନିଶ୍ଚିତ କରିବା ପାଇଁ ସ୍ଥିତି ଉପରେ କ୍ରମାଗତ ଏବଂ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ସ୍ପଷ୍ଟ କରାଯାଇଛି ବୋଲି ବିପଣନକାରୀ କମ୍ପାନୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସମଗ୍ର ଅରାଜ୍ୟରେ ଜାଳେଣିର ସହଜ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ତୈଳ ଶିଳ୍ପ ପକ୍ଷରୁ ପରିବହନ, ମହଜୁଦ୍ ପରିଚାଳନା ଏବଂ ଖୁଚୁରା ବିପଣନ ଉପରେ ସୁଦୃଢ଼ ସମନ୍ୱୟ ରକ୍ଷା କରାଯାଉଛି। ନାଗରିକମାନଙ୍କୁ ଆତଙ୍କିତ ହୋଇ ଅତ୍ୟଧିକ କିଣାକିଣି ନକରିବାକୁ ଦୃଢ଼ ପରାମର୍ଶ ଦିଆଯାଇଛି।।ତୈଳ ବିପଣନ କମ୍ପାନୀଗୁଡ଼ିକ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ଜାଳେଣିର ଉପଲବ୍ଧତାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ସଠିକ୍, ଯାଞ୍ଚ ହୋଇଥିବା ଏବଂ ସମୟୋଚିତ ସୂଚନା ପାଇଁ କେବଳ ସରକାରୀ ବିଜ୍ଞପ୍ତି ଉପରେ ଭରସା କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ତୈଳ କମ୍ପାନୀ। ଓଡ଼ିଶାର ଜନସାଧାରଣଙ୍କ ପାଇଁ ଶକ୍ତି ସୁରକ୍ଷା ଏବଂ ନିରବଚ୍ଛିନ୍ନ ସେବା ନିଶ୍ଚିତ କରିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକ ନିଜର ପ୍ରତିବଦ୍ଧତାରେ ଦୃଢ଼ ରହିଛନ୍ତି ବୋଲି ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *