ପୁରୀ ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଆମ ଆଦମୀ ପାର୍ଟି ତରଫରୁ ଏକ ସାମ୍ବାଦିକ ସମିଳନୀ ପାର୍ଟି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେଇଛନ୍ତି. ଏହି ସମିଳନୀ ରେ ପୋଲିସ ବିଭାଗ ରେ ହେଇଥିବା ଦୁର୍ନୀତି ସମ୍ପର୍କରେ ଖୁଲାସା କରାଗଲା.ଆଇନ ବିଭାଗ ର ବିପର୍ଯ୍ୟସ୍ତ ବିଷୟରେ କାହାକୁ ଅଛପା ନାହିଁ, ଖାଲି ଯେ ଗୁଣ୍ଡା ଙ୍କ ସଂଖ୍ୟା ବଢିବା, କି ପୋଲିସ ପ୍ରତି ଭୟ ନ ରହିବା କାରଣ ବ୍ୟତୀତ ବଡ଼ କାରଣ ହେଲା ଖୋଦ ପୋଲିସ ମାନସିକ ସ୍ତରରେ ଦୁର୍ବଳ ହେବା, ଯେମିତି କି 2 ବର୍ଷ ରୁ ଉର୍ଦ୍ଧ ହେବ କନେଷ୍ଟବଳ ଓ ହାବିଲଦାର ମାନେ TA ବିଲ ପାଇନାହାନ୍ତି, ପୁରୀ ଜିଲ୍ଲା ରେ ଏ ପ୍ରକାର ଘଟଣା ବଡ଼ ଆଶ୍ଚର୍ଯ୍ୟଜନକ. ଓ ଦୁଖଦଃ. ନୂଆ ସରକାର ରେ ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱ ରେ, ଯଦି ତାଙ୍କ ପାଖରେ ସୂଚନା ନ ରହିବା ଆହୁରି ଆଶ୍ଚର୍ଯ୍ୟ ର ବିଷୟ. ସରକାରୀ କର୍ମଚାରୀ ଙ୍କ ଟଙ୍କା ଟ୍ରେଜେରି ରୁ ଯାଇ ଦିଆଯାଏ ସେ ପୁଣି ବ୍ୟାଙ୍କ ଆକାଉଣ୍ଟ ରେ କିନ୍ତୁ କିଛି ଜଣକୁ cash ଓ phone pay ମାଧ୍ୟମରେ ରେ ମଧ୍ୟ୍ୟ ଦିଆଯଇଛି. ଅଫିସର ଙ୍କ ପାଖରେ ଥିବା ପୋଲିସ ଓ ଅଭିଯୋଗ କରୁଥିବା ପୋଲିସ ଙ୍କୁ ଟଙ୍କା ଯିବା ଓ ଅନ୍ୟ ପୋଲିସ ଙ୍କୁ ଟଙ୍କା ନ ଯିବା ବିଷୟ ପୋଲିସ ଭିତରେ ବିଭେଦ ସୃଷ୍ଟି କରୁଛି. ସବୁଠାରୁ ବଡ଼ କଥା ଅଧିକାରୀ ମାନେ ଜାଣିକି ମଧ୍ୟ୍ୟ ଏକଥା ସାମ୍ନା କୁ ଆଣିନଥିଲେ. ତେଣୁ ଆମେ ଆମ ଆଦମୀ ପାର୍ଟି ତରଫରୁ ଏହାକୁ ଦୃଢ ଭାବେ ନିନ୍ଦା କରିବା ସହ ଉଚ୍ଚାସ୍ତରୀୟ କମିଟି ର ଯାଞ୍ଚ ଦାବି କରୁଛୁ. ଯିଏ କେହି ବି ଏହି ଦୁର୍ନୀତି ରେ ସାମିଲ ଥିବେ ସେମାନଙ୍କୁ ତୁରନ୍ତ ବରଖାସ୍ତ କରାଯାଉ. ଗୃହମନ୍ତ୍ରୀ ଙ୍କୁ ମଧ୍ୟ୍ୟ ଯାଞ୍ଚ ରେ ସାମିଲ କରାଯାଉ ଓ ତୁରନ୍ତ ସମସ୍ତ ପାଇନଥିବା କର୍ମଚାରୀ ଙ୍କୁ ଟଙ୍କା ପଠାଯାଉ. ଯେପରି ପୁରୀ ରେ ଆଇନ ଶୃଙ୍ଖଳା ପୂର୍ବ ପରି ରହିବ. ଏଥିରେ କୋଉ ମନ୍ତ୍ରୀ ସାମିଲ ଅଛନ୍ତି ତାଙ୍କୁ ଖୋଜି ବାହାର କରାଯାଉ.. ଏହାର ତଦନ୍ତ ଗଡେଇଲେ ଆମେ ରାଜରାସ୍ତା ରେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ.

Leave a Reply

Your email address will not be published. Required fields are marked *