ସ୍ବଚ୍ଛ ପରିବେଶ ସ୍ଵସ୍ଥ ଶରୀର ଅଭିଯାନ।

ପୁରୀ ମହାନଗର ନିଗମର ମାଟିତୋଟା ନୂଆସାହି ଅଞ୍ଚଳରେ ଭାରତୀୟ ଯୋଗ ସଂସ୍ଥାନ ମାଟିତୋଟା ଯୋଗ କେନ୍ଦ୍ରର ସମସ୍ତ ସାଧକ ସାଧିକା ମାନେ ସଚେତନ ରାଲି ସହ ଏକ ସଫେଇ କାର୍ଯ୍ୟକ୍ରମ କରିଥିଲେ । ପରିବେଶକୁ ସଫାରଖିଲେ ଆମେ ସୁସ୍ଥ ରହିବା ଅଳିଆ ଆର୍ବଜନାକୁ ଏଣେତେଣେ ନଫପାଡି ସ୍ଵଚ୍ଛ ସବାରୀ ଗାଡିରେ ପକାଇଵା ପାଇଁ ସମସ୍ତ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରେଇବା ସହ ସମସ୍ତ ସାଧକ ସାଧିକାମାନେ ସାହିର ଗଳି କନ୍ଦି ସଫା କରିଥିଲେ। ପରିବେଶ କୁ ସଫାରଖିବା ,ପରିମଳ ବ୍ୟବସ୍ଥାରେ ଉର୍ଣ୍ଣତି ,ଆବର୍ଜନା ମୁକ୍ତ ସହରଗଢିବା। ସ୍ବଚ୍ଛତା ଏକ ଅଭିଯାନ ଏହାକୁ ପ୍ରତେକ ବ୍ଯକ୍ତି, ପ୍ରତେକ ଦିନ, ପ୍ରତେକ ପକ୍ଷ, ପ୍ରତେକ ଵର୍ଷ ପିଢି ପରେ ପିଢି ଆଗେଇନେବା ଆବଶ୍ୟକ ।

ପରିବେଶ ଆମେ ସଫାକରିବା ଘରେ ଘରେ ଆମେ ସୁସ୍ଥ ରହିବା।ଉକ୍ତ କାର୍ଯ୍ୟକ୍ରମରେ ମାଟିତୋଟା ଯୋଗକେନ୍ଦ୍ରର ବରିଷ୍ଠ ସାଧକ ବାଵୁଲା ଵେହେରା, ଦୃର୍ଯ୍ଯଧନ ବିଶ୍ବାଳ,ମାନସ ମହାପାତ୍ର, ସନ୍ତୋଷ ମହାପାତ୍ର,ସୁକାନ୍ତ ସ୍ଵାଇଁ, ତ୍ରିଲୋଚନ ସାହୁ ଓ ବରିଷ୍ଠ ସାଧିକା ଚିନ୍ମୟୀ ଗଜେନ୍ଦ୍ର,ସସ୍ମୀତା ରାଉତ୍ତରାୟ,ମମତା ପରିଡା,ମାମୁନୀ ମହାରଣା , ସଂଯୁକ୍ତା ଦାସ,ଵାସନ୍ତୀ ମଲ୍ଲିକ, ସମେତ ସମସ୍ତ ସାଧକ ସାଧିକା ମାନେ କାର୍ଯ୍ୟକ୍ରମ ରେ ଭାଗନେଇଥିଲେ।

Leave a Reply

Your email address will not be published. Required fields are marked *