ପୁରୀ ରେଳ ଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ ।

ଭୁବନେଶ୍ୱର, ୧୭ ଜୁନ୍, ୨୦୨୬:ପୁରୀ ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ , ଭିତ୍ତିଭୂମିର ଉନ୍ନତୀକରଣ, କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଟ୍ରେନ୍ ଚଳାଚଳରେ ଅଧିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ କେତେକ ଟ୍ରେନ୍ ସେବା ଚଳାଚଳରେ ସାମୟିକ ପରିବର୍ତ୍ତନ ଘୋଷଣା କରିଛି।ନିମ୍ନଲିଖିତ ଟ୍ରେନ ସେବାଗୁଡ଼ିକ ବାତିଲ ରହିବ:ଚାଲିଥିବା ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ନିମ୍ନଲିଖିତ ଟ୍ରେନ୍ ସେବାଗୁଡ଼ିକ ବାତିଲ୍ ରହିବ:* ୧୮୪୧୫ ବଡ଼ବିଲ୍–ପୁରୀ ଏକ୍ସପ୍ରେସ୍, ଯାହା ୧୯ ଜୁନ୍ ୨୦୨୬ ରେ ବଡ଼ବିଲ୍‌ରୁ ଯାତ୍ରା ଆରମ୍ଭ କରିବ।* ୧୮୪୧୬ ପୁରୀ–ବଡ଼ବିଲ୍ ଏକ୍ସପ୍ରେସ୍, ଯାହା ୧୮ ଜୁନ୍ ୨୦୨୬ ରେ ପୁରୀରୁ ଯାତ୍ରା ଆରମ୍ଭ କରିବ।* ୧୮୪୧୩/୧୮୪୧୪ ପୁରୀ–ପାରାଦୀପ–ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍, ୧୮ ଏବଂ ୧୯ ଜୁନ୍ ୨୦୨୬ ରେ ବାତିଲ ରହିବ।ଟ୍ରେନଗୁଡ଼ିକର ଆଂଶିକ ବାତିଲ/ ସଂକ୍ଷିପ୍ତ-ଉତ୍ପତ୍ତିଏହା ସହିତ, ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକ ୧୮ ଏବଂ ୧୯ ଜୁନ୍ ୨୦୨୬ ରେ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ସଂକ୍ଷିପ୍ତ ସମାପ୍ତି (ଶର୍ଟ-ଟର୍ମିନେଟ୍) ଏବଂ ସଂକ୍ଷିପ୍ତ ଉତ୍ପତ୍ତି (ଶର୍ଟ-ଓରିଜିନେଟ୍) ହେବ:* ୬୪୨୧ ଅନୁଗୁଳ–ପୁରୀ ମେମୁ ପୁରୀ ବଦଳରେ ଖୋର୍ଦ୍ଧା ରୋଡ୍ ଠାରେ ସଂକ୍ଷିପ୍ତ ସମାପ୍ତ ହେବ।* ୬୮୪୨୨ ପୁରୀ–ଅନୁଗୁଳ ମେମୁ ପୁରୀ ବଦଳରେ ଖୋର୍ଦ୍ଧା ରୋଡ୍‌ରୁ ଯାତ୍ରା ଆରମ୍ଭ କରିବ।* ୧୨୮୨୧ ଶାଲିମାର୍–ପୁରୀ ଏକ୍ସପ୍ରେସ୍ ପୁରୀ ବଦଳରେ ଖୋର୍ଦ୍ଧା ରୋଡ୍ ଠାରେ ସଂକ୍ଷିପ୍ତ ସମାପ୍ତ ହେବ।* ୧୨୮୨୨ ପୁରୀ–ଶାଲିମାର୍ ଏକ୍ସପ୍ରେସ୍ ୧୯ ଏବଂ ୨୦ ଜୁନ୍ ୨୦୨୬ ରେ ପୁରୀ ବଦଳରେ ଖୋର୍ଦ୍ଧା ରୋଡ୍‌ରୁ ଯାତ୍ରା ଆରମ୍ଭ କରିବ।ଟ୍ରେନଗୁଡ଼ିକର ସମୟ ପରିବର୍ତ୍ତନ (Rescheduling of Trains)ନିର୍ଦ୍ଧାରିତ ତାରିଖଗୁଡ଼ିକରେ ନିମ୍ନଲିଖିତ ଟ୍ରେନ୍ ସେବାଗୁଡ଼ିକର ସମୟ ପରିବର୍ତ୍ତନ କରାଯାଇଛି:* ୨୦୮୬୧ ପୁରୀ–ଅହମ୍ମଦାବାଦ ଏକ୍ସପ୍ରେସ୍, ଯାହା ୧୭ ଜୁନ୍ ୨୦୨୬ ରେ ସନ୍ଧ୍ୟା ୦୭:୧୦ ଘଣ୍ଟାରେ ପୁରୀରୁ ଛାଡିବାକୁ ନିର୍ଦ୍ଧାରିତ ଥିଲା, ତାହା ବର୍ତ୍ତମାନ ସେହି ଦିନ ରାତି ୧୧:୩୦ ଘଣ୍ଟାରେ ପୁରୀରୁ ଛାଡିବ।* ୧୮୪୫୨ ପୁରୀ–ହଟିଆ ତପସ୍ୱିନୀ ଏକ୍ସପ୍ରେସ୍, ଯାହା ୧୮ ଜୁନ୍ ୨୦୨୬ ରେ ରାତି ୦୮:୦୦ ଘଣ୍ଟାରେ ପୁରୀ ଛାଡିବାକୁ ନିର୍ଦ୍ଧାରିତ ଥିଲା, ତାହା ବର୍ତ୍ତମାନ ୧୯ ଜୁନ୍ ୨୦୨୬ ରିଖ ରାତି ୧୨:୪୫ ଘଣ୍ଟାରେ ପୁରୀରୁ ଛାଡିବ।* ୧୨୮୦୧ ପୁରୀ-ଆନନ୍ଦ ବିହାର ଟର୍ମିନାଲ୍ ପୁରୁଷୋତ୍ତମ ଏକ୍ସପ୍ରେସ୍ , ଯାହା ୧୮ ଜୁନ୍ ୨୦୨୬ ରେ ରାତି ୦୯:୫୫ ଘଣ୍ଟାରେ ପୁରୀରୁ ଛାଡିବାକୁ ନିର୍ଦ୍ଧାରିତ ଥିଲା, ତାହା ବର୍ତ୍ତମାନ ୧୯ ଜୁନ୍ ୨୦୨୬ ରିଖ ରାତି ୧୨:୧୫ ଘଣ୍ଟାରେ ପୁରୀରୁ ଛାଡିବ।୧୮୪୭୭ ପୁରୀ–ଯୋଗ ନଗରୀ ଋଷିକେଶ ଉତ୍କଳ ଏକ୍ସପ୍ରେସ୍, ଯାହା ୧୮ ଜୁନ୍ ୨୦୨୬ ରେ ରାତି ୨୦:୪୫ ଘଣ୍ଟାରେ ପୁରୀ ଛାଡିବାକୁ ନିର୍ଦ୍ଧାରିତ ଥିଲା, ତାହା ବର୍ତ୍ତମାନ ୧୯ ଜୁନ୍ ୨୦୨୬ ରିଖ ରାତି ୦୧:୦୦ ଘଣ୍ଟାରେ ଛାଡିବ।ଯାତ୍ରୀମାନଙ୍କୁ ଉପରୋକ୍ତ ପରିବର୍ତ୍ତନଗୁଡ଼ିକୁ ଦୃଷ୍ଟିରେ ରଖି ସେହି ଅନୁଯାୟୀ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଟ୍ରେନ ସମ୍ବନ୍ଧୀୟ ଅଦ୍ୟତନ (ଅପଡେଟ୍) ସୂଚନା ପାଇଁ, ଯାତ୍ରୀମାନେ ସେମାନଙ୍କର ଯାତ୍ରା ଆରମ୍ଭ କରିବା ପୂର୍ବରୁ ନ୍ୟାସନାଲ ଟ୍ରେନ ଇନକ୍ୱାରୀ ସିଷ୍ଟମ (NTES) ଦେଖିପାରିବେ କିମ୍ବା ସରକାରୀ ରେଳ ଅନୁସନ୍ଧାନ ସେବାର ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *