କାର ମାଲିକ ଓ ମୁଖ୍ୟମନ୍ତ୍ରୀ ବସ ଡ୍ରାଇଭର ମଧ୍ୟରେ ହାଇଭୋଲ୍ଟେଜ ଡ୍ରାମା
କାର ମାଲିକ ଓ ମୁଖ୍ୟମନ୍ତ୍ରୀ ବସ ଡ୍ରାଇଭର ମଧ୍ୟରେ ହାଇଭୋଲ୍ଟେଜ ଡ୍ରାମା ,ସାବାଡ ହେବେକି ମଦୁଆ ଡ୍ରାଇଭର ।
ହିଞ୍ଜିଳିକାଟୁ୧୯/୦୬ /୨୬ ମୁଖ୍ୟମନ୍ତ୍ରୀ ବସ ସହିତ ଗୋଟିଏ କାର ଧକ୍କା ମାରିବାରେ କାରଟିର ଆଗ ଭାଗରେ କିଛି ଅଂଶ ଭାଙ୍ଗିଯିବାରେ ବସଷ୍ଟାଣ୍ଡ ପରିସରରେ ଉଭୟ ଗାଡିଚାଳକଙ୍କ ମଧ୍ୟରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଯାଦ୍ବାର ସାମାନ୍ୟ ଘଟଣାରେ ହାତାହାତି ପର୍ଯ୍ୟନ୍ତ କଥା ଯାଇ ଶେଷରେ ବସଷ୍ଟାଣ୍ଡରେ ହିଁ ସମାଧାନ ହୋଇଥିଲା । ସୁଚନାନୁଯାୟୀ ବସ ଟର୍ମିନାଲ ପରିସରରେ ଯେଉଁ ଦୁର୍ଘଟଣା ଘଟିଛି ସେଥିରୁ ଗୋଟିଏ ମୁଖ୍ୟମନ୍ତ୍ରୀ ବସ ଯାହାର ଗାଡି ନମ୍ବର ଓଡି୦୭ ଏଟି ୯୫୫୨ ନମ୍ବର ଅନ୍ୟ କାରଗାଡିର ନମ୍ବର ଓଡି୦୭ ଏସି ୬୬୩୧ ସହିତ ବସଷ୍ଟାଣ୍ଡ ପରିସରରେ ଧକ୍କା ହୋଇଥିଲା । ବସ କାରକୁ ଧକ୍କା ଦେବା ଫଳରେ କାରର କିଛି ଭାଗ ଭାଙ୍ଗି ନଷ୍ଟ ହୋଇଗଲା ।ଯାଦ୍ବାର ମରାମତି ପାଇଁ ଉଭୟ ଗାଡିଚାଳକଙ୍କ ମଧ୍ୟରେ ମରାମତି ଖର୍ଚ୍ଚ ବାବଦରେ ଅର୍ଥ ଦେଣନେଣକୁ ନେଇ ବଚସା ପରେ ହାତାହାତି କଥାଟି ଗଲା । ମୁଖ୍ୟମନ୍ତ୍ରୀ ବସ ସରକାରୀ ଗାଡ଼ି ହେତୁ କଥାଟି ହିଞ୍ଜିଳିକାଟୁ ଥାନାକୁ ଗଲେ ଫିଟିବା ବାଟରେ ପ୍ରଥମେ ହିଞ୍ଜିଳି ଥାନାକୁ ମୁଖ୍ୟମନ୍ତ୍ରୀ ବସ ପରିଚାଳନା ଦାୟିତ୍ୱରେ ଥିବା ଜୈନିକ କର୍ମଚାରୀ ଖବର ଦେଇଥିବା ସ୍ଥାନୀୟ ପ୍ରତକ୍ଷ୍ଯଦର୍ଶକଙ୍କ ସୁଚନା ରହିଛି ।ସୁବିଧା ସୁଯୋଗ ଦେଖି ଦୁର୍ଘଟଣା ହେବା ପରେ ଦେଣନେଣ ଓ ଟ୍ରାଫିକ ଜାମ ସମସ୍ୟା ଉପରେ କଥାକଟି ମଧ୍ୟରେ ଟ୍ରାଫିକ ଭିଡ କରୁଥିବା ଦୁଇ କାର ଚମ୍ପଟ ମାରିଥିବା କଥାମଧ୍ୟ ତାଙ୍କର ସୁଚନା ରହିଛି ।ଘଟଣାରେ ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।ଉଭୟ ଗାଡିଚାଳକଙ୍କୁ ଥାନାରେ ଅଟକ ରଖିବା ପାଇଁ କହିଥିଲେ । କିନ୍ତୁ କିଛି ବ୍ୟକ୍ତିଙ୍କ ସହଯୋଗରେ ମରାମତି ବାବଦରେ ଅର୍ଥ ଦେଣନେଣରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡର ଘଟଣା ଘଟିଥିବା ସ୍ଥାନରେ ସମାଧାନ ହୋଇପାରିଥିଲା । ସ୍ଥାନୀୟ ଲୋକଙ୍କ ସୁଚନାନୁଯାୟୀ ମୁଖ୍ୟମନ୍ତ୍ରୀ ବସ ଚାଳକଙ୍କ ପାଟିରୁ ମଦ୍ୟପାନ ଗନ୍ଧ ବାରି ଥିବା ବେଳେ ବସଷ୍ଟାଣ୍ଡର ଉଭୟ ପାର୍ଶ୍ଵରେ କାର ଗାଡି ପାର୍କିଂ ଥିଲା । ଯଦି ବସ ଚାଳକ ସାବଧାନତାର ସହ ଆଗକୁ ନେଇଥିଲେ କୌଣସି ଅପ୍ରୀତିକର ପରିସ୍ଥିତି ହୋଇ ହାଇଭୋଲ୍ଟେଜ ଡ୍ରାମା ନହୋଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହାତାହାତି ପର୍ଯ୍ୟନ୍ତ କଥା ଯାଇନଥନ୍ତା ।କିନ୍ତୁ ବସଷ୍ଟାଣ୍ଡ ନିକଟରେ ଜଳଖିଆ ଖାଇବା ପାଇଁ ବିଭିନ୍ନ ପ୍ରକାର ଦୁଇ ଚକିଆ ବାଇକ ଓ କାର ପାର୍କିଂ ଯୋଗୁଁ ବସଷ୍ଟାଣ୍ଡ ପରିସରରେ ଗାଡିଚାଳରେ ଯାତ୍ରୀବାହୀ ବସ ଗୁଡିକ ପ୍ରବେଶ ଓ ପ୍ରସ୍ଥାନ ଉପରେ ସବୁଦିନ ସବୁସମୟରେ ସମସ୍ୟା ସୃଷ୍ଟି ହୋଇଛି । ଖବର ଲେଖା ସୁଦ୍ଧା ଉଭୟ ଗାଡିଚାଳକଙ୍କ ପକ୍ଷରୁଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ବିଶେଷ ସୁତ୍ରରୁ ଖବର ମିଳିଛି
