ଶୀତଳ ଷଷ୍ଠୀ ଉଛବ ମହା ଆଡମ୍ବର ରେ ପାଳିତ

ଶୀତଳ ଷଷ୍ଠୀ ଉଛବ ମହା ଆଡମ୍ବର ରେ ପାଳିତ।

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ ଅବସ୍ଥିତ ମହାଦେବ ବିଶେଶ୍ୱର ଙ୍କ ବିବାହ ଉଛବ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଅଛି.। ବେରେଡାକିଆ ଛକ ଠାରୁ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିବା ସହିତ ବିଶେଶ୍ୱର ମନ୍ଦିର ରେ ରୀତି ନୀତି ଅନୁସାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ବର ପିତା ଭାବେ ଶ୍ରୀ ସନ୍ତୋଷ କୁମାର ଲେଙ୍କା ଓ କନ୍ୟା ପିତା ଭାବେ ବାବୁଲା ପଟନାୟକ ଉପସ୍ଥିତ ରହି ବିବାହ କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ପୂଜା କମିଟି ସଭାପତି ଶ୍ରୀ ସତ୍ୟବାନ ପାତ୍ର,ବଣିକ ସଙ୍ଘ ସଭାପତି ବିଜୟ ପଣ୍ଡା,ସୁରେନ୍ଦ୍ର ପଣ୍ଡା, କୃଷ୍ଣ ମହାନ୍ତି, ଗଦାଧର ସାହୁ, ଡ଼ିଲୁ ମହାନ୍ତି ଙ୍କ ସହିତ ଗ୍ରାମ ର ସମସ୍ତ ଜନସାଧାରଣ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।ଦ୍ୱତୀୟ ଦିନ ସନ୍ଧ୍ୟାରେ ବିଶେଶ୍ୱର ଙ୍କ ଚଳନ୍ତି ପ୍ରତିମା କୁ ଏକ ସୁସଜ୍ଜିତ ବିମାନରେ ଉପବେଷ୍ଟିତ କରାଇ ସହର ପରିକ୍ରମା କରାଯାଇଥିଲା l ଶ୍ରଦ୍ଧାଳୁ ମାନେ ଭକ୍ତି ସହକାରେ ପୂଜାର୍ଚ୍ଚନା କରିବା ସହିତ ବିଶେଶ୍ୱର ମହାଦେବ ଙ୍କ ଆଶିଷ ଲାଭ କରିଥିଲେ।

Leave a Reply

Your email address will not be published. Required fields are marked *