ନବାପାଟଣାରେ ଅଲେଖ ମହିମା ପ୍ରଭୁଙ୍କ ବ୍ରହ୍ମ ଧୁନୀ କାର୍ଯ୍ୟକ୍ରମ ଅନୁଷ୍ଠିତ*
ରଘୁନାଥପୁର, ତା ୨୧.୦୬:* ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ନିକଟସ୍ଥ ନବାପାଟଣା ଗ୍ରାମରେ ରବିବାର ସନ୍ଧ୍ୟାରେ ଅଲେଖ ମହିମା ପ୍ରଭୁଙ୍କ ବ୍ରହ୍ମ ଧୁନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବ୍ରହ୍ମ ଅବଧୂତ ବେଣୁଧର ବାବାଙ୍କ ପୌରହିତ୍ୟରେ ଅନ୍ୟ ସାଧୁସନ୍ଥମାନଙ୍କ ମଧ୍ୟରେ ଚରଣ ଦାସ, ହରମୋହନ ଦାସ ଓ ହୃସି ଦାସ ପ୍ରମୁଖ ଯୋଗଦେଇ ମହିମା ପ୍ରଭୁଙ୍କ ନାମ ଭଜନ କରିଥିଲେ।କାର୍ଯ୍ୟକ୍ରମକୁ ସାଧୁ ଅନ୍ତ ଦାସ ପରିଚାଳନା କରିଥିବା ବେଳେ ଆଖପାଖ ଅଞ୍ଚଳରୁ ବହୁ ଭକ୍ତ ଏବଂ ନବାପାଟଣା ଗ୍ରାମର ଗ୍ରାମବାସୀମାନେ ସହଯୋଗ କରିଥିଲେ।
