ବିର୍ତ୍ତୋଳ ପଂଚାୟତରେ ପାରାଦ୍ୱୀପ ଆଇ ଓ ସି ଏଲ CSR ପାଣ୍ଠି ରୁ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର

Date- 22/06/26*ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିର୍ତ୍ତୋଳ ପଂଚାୟତ ରେ ପାରାଦ୍ୱୀପ ତୈଳ ବିଶୋଧନାଗାର ସି.ଏସ.ଆର. ପାଣ୍ଠିରୁ ନିର୍ମିତ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସମାଜସେବୀ ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ଡ଼ଃ ବିଭୁପ୍ରସାଦ ତରାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଅତିରିକ୍ତ ତହସିଲଦାର କଳ୍ପନା ତପସ୍ୱିନୀ ନାୟକ, ବିର୍ତ୍ତୋଳ ସରପଞ୍ଚ ରମାମଣି ଦାସ, ଗୋପାଳପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବେହେରା, ଯୁବ ନେତା ବିବେକାନନ୍ଦ ହୋତା ପ୍ରମୁଖ ଯୋଗ ଦେଇ ଏହି ବହୁମୁଖୀ ଗୋଷ୍ଠୀ କେନ୍ଦ୍ରକୁ ଉଦଘାଟନ କରିଥିଲେ । ତେବେ ଏହି ଗୋଷ୍ଠୀ କେନ୍ଦ୍ର ଟି ଦୁଇ ଟି ପଂଚାୟତ ବାସୀ ଙ୍କ କାର୍ଯ୍ୟ ରେ ବ୍ୟବହାର ହୋଇ ପାରିବ ବୋଲି ଅତିଥିମାନେ କହିଥିବା ବେଳେ ଏଠାରେ ବିବାହ, ବ୍ରତଘର, ଛୋଟ ଛୋଟ ସଭାସମିତି ଭଳି ଅନେକ କାର୍ଯ୍ୟ ରେ ବ୍ୟବହାର ହୋଇ ପାରିବ । ତେବେ ପାରାଦ୍ୱୀପ ସ୍ଥିତ ତୈଳ ନିଗମ ପକ୍ଷରୁ ଦିଆଯାଇ ଥିବା ଅନୁଦାନ ରେ ଆଜି ହଜାର ହଜାର ସଂଖ୍ୟାରେ ଲୋକମାନେ ଉପକୃତ ହେବା ସହିତ ନିଗମ ର୍ ଏହି କାର୍ଯ୍ୟ କୁ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *