ଫୁଲବାଣୀ ସ୍ଵୟଂ ସହାୟକ ମହାବିଦ୍ୟାଳୟରେ ବିଜୁ ଯୁବଓ ଛାତ୍ର ଜନତାଦଳ ତରଫରୁ ହେଲ୍ପଡେସ୍କ ଉଦ୍ଘାଟନ ।

କନ୍ଧମାଳ, ଫୁଲବାଣୀ ରାଜ୍ୟ ବିଜୁଜନତା ଦଳରସଭାପତି ବା ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଓ ରାଜ୍ୟଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତାସାହୁ ଙ୍କ ଇଙ୍ଗିତରେ କନ୍ଧମାଳ ଜିଲ୍ଲା ଯୁବ ସଭାପତି ରାକେଶ ମିଶ୍ର ଙ୍କ ପ୍ରଚେଷ୍ଟା ଓ ଛାତ୍ର ସଭାପତି ସୁନିଲ ସେଠୀଙ୍କ ପ୍ରଚେଷ୍ଟାରେ ଆଜି ସ୍ଥାନୀୟ ଫୁଲବାଣୀ ସ୍ଵୟଂ ସହାୟକ ମହାବିବ୍ୟାଲୟ ପ୍ରାଙ୍ଗଣରେ ନୂତନ ଭାବେ ଛାତ୍ରଛାତ୍ର ଙ୍କ ଉଦ୍ଦେଶ୍ୟରେ ହେଲ୍ପ ଡେ଼ଏକ୍ସ ଉଦ୍ଘାଟନ କରାଯାଇଅଛି । ଏହି ଠାରେ ପୂର୍ବତନ ଖଣିମନ୍ତ୍ରୀ ଶ୍ରୀ ବେହେରା ଉଦ୍ଘାଟନ କଲାପରେ କହିଥିଲେକି । ରାଜ୍ୟର ସମସ୍ତ କଲେଜରେ ଆମଦଳ ତରଫରୁ ଏହି ହେଲ୍ପ ଡେସ୍କ ଖୋଲାଯାଇ ମହାବିଦ୍ୟାଳୟରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ କରି ତାଙ୍କୁ ସୁରକ୍ଷା ଦେବା ସେମାନଙ୍କ ସମସ୍ତ ଅସୁବିଧାର ଛିଡ଼ା ହେବା କୌଣସି ଶିକ୍ଷାଗତ ଅସୁବିଧା ହେଲେ ଦଳର ଛାତ୍ର ଛାତ୍ରୀ ମାନେ ନିଜେଯାଇ ସେସବୁ ଅସୁବିଧାର ସମାଧାନ ନିଜେ କରିବା ।କୌଣସି ବାହ୍ୟ ଅସୁବିଧା ହେଲେ ଉକ୍ତ ସ୍ଥାନରେ ପହଞ୍ଚି ସେସବୁ ସମସ୍ୟା ସମାଧାନ କରିଵା ବୋଲି ଶ୍ରୀ ବେହେରା କହିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପଦ୍ମନାଭ ବେହେରା ସମସ୍ତ ଛତା ଛାତ୍ର ଙ୍କୁ କଲମ ଉପହାର ଦେଉଥିବା ଦେଖିବାକୁ ମିଳିଥିଲା । ଯୁବ ସଭାପତି ରାକେଶ ମିଶ୍ର ଓ ଛାତ୍ର ସଭାପତି ସୁନିଲ ସେଠୀ ଦୁହେଁ ଦହି ପଣ। ବାଣ୍ଟିବାର ଦେଖିବକୁ ମିଳିଥିଲା ।ଜିଲ୍ଲା ମହିଳା ସଭା ନେତ୍ରୀ ଶ୍ରୀ ମତୀ ପୁନମ୍ କହଁର ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ତମ ପାଠ ପଡ଼ିବା ସହିତ ନିଜ ଭବିଷ୍ୟତ ଉଜଳ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ କଲମ ବଣ୍ଟନ କରିଥିଲେ ।

Leave a Reply

Your email address will not be published. Required fields are marked *